ପଟ୍ଟାମୁଣ୍ଡାଇରେ ବ୍ୟାଙ୍କିଂ ସେବା ସମ୍ପୂର୍ଣ୍ଣ ଠପ୍‌, ଗ୍ରାହକ ହଇରାଣ

ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ

blank
ପଟ୍ଟାମୁଣ୍ଡାଇ ୧୧/୯ –ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ ୟୁଏଫ୍‌ବିୟୁର ସାରା ଦେଶବ୍ୟାପୀ ଧର୍ମଘଟ ଡାକରା ଯୋଗୁଁ ଆଜି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ବ୍ୟାଙ୍କିଂ ସେବା ସମ୍ପୂର୍ଣ୍ଣ ରୂପେ ପ୍ରଭାବିତ ହୋଇଛି। ସହର ଓ ଗ୍ରାମାଂଚଳରେ ଥିବା ସମସ୍ତ ରାଷ୍ଟ୍ରାୟତ ବ୍ୟାଙ୍କ ଶାଖାରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ଲାଗୁ କରିବା, ପେନସନ ଅପଡେଟ, ଏବଂ ଅନ୍ୟାନ୍ୟ ପେଣ୍ଡିଂ ଦାବିର ତୁରନ୍ତ ସମାଧାନ ପାଇଁ ଏହି ଆନ୍ଦୋଳନ କରାଯାଇଛି। ପଟ୍ଟାମୁଣ୍ଡାଇସ୍ଥିତ ଷ୍ଟେଟ ବ୍ୟାଙ୍କ, ବ୍ୟାଙ୍କ ଅଫ ଇଣ୍ଡିଆ, ୟୁନିଅନ ବ୍ୟାଙ୍କ, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ସମେତ ଅନ୍ୟାନ୍ୟ ବେସରକାରୀ ବ୍ୟାଙ୍କର କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଥିଲେ। ଏହି ଆନ୍ଦୋଳନ ଯୋଗୁଁ ଚେକ୍ କ୍ଲିୟରାନ୍ସ, ନଗଦ ଟଙ୍କା ଜମା ଓ ଉଠାଣ, ଋଣ କାରବାର ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଅନେକ ଏଟିଏମରେ ଟଙ୍କା ନଥିବାରୁ ସାଧାରଣ ଗ୍ରାହକ, ବ୍ୟବସାୟୀ ଓ ନିକଟସ୍ଥ ଗ୍ରାମାଂଚଳରୁ ଆସିଥିବା ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ପାର୍ବଣ ଋତୁ ପୂର୍ବରୁ ଆସନ୍ତା କାଲି ଠାରୁ ୫ଦିନ ଛୁଟି ରହିବ । ମାତ୍ର ଶୁକ୍ରବାର ବ୍ୟାଙ୍କ ସେବା ବନ୍ଦ ରହିବା ଯୋଗୁଁ ସ୍ଥାନୀୟ ବ୍ୟବସାୟ ଓ ଆର୍ôଥକ କାରବାର ବିଶେଷ ଭାବେ ପ୍ରଭାବିତ ହୋଇଛି ବୋଲି ବ୍ୟବସାୟୀ ମାନେ କହିଛନ୍ତି ।

Leave a Reply

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading