ପୌର ପରିଷଦ ପକ୍ଷରୁ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ

blank
ପଟ୍ଟାମୁଣ୍ଡାଇ ୧୩/୮ – ପଟ୍ଟାମୁଣ୍ଡାଇ ପୌର ପରିଷଦ ଆନୁକୂଲ୍ୟରେ ଦେଶପ୍ରେମର ବାର୍ତା ବାଂଟିବା ଏବଂ ସ୍ୱାଧୀନତା ଦିବସ ପାଳନର ଅଂଶସ୍ୱରୂପ “ହର ଘର ତ୍ରିରଙ୍ଗା’ ରାଲି ବା ଶୋଭାଯାତ୍ରା ଅତ୍ୟନ୍ତ ଉତ୍ସାହ ଓ ଆଡ଼ମ୍ବରର ସହିତ ଅନୁଷ୍ଠିତ ହୋଇଯାଇଛି। ସହରବାସୀଙ୍କ ମଧ୍ୟରେ ଜାତୀୟତାବୋଧ ବୃଦ୍ଧି କରିବା ଓ ପ୍ରତ୍ୟେକ ଘରେ ଜାତୀୟ ପତାକା ଉଡ଼ାଇବା ପାଇଁ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ପଟ୍ଟାମୁଣ୍ଡାଇ ପୌରପାଳିକା କାର୍ଯ୍ୟାଳୟ ପରିସରରୁ ଏହି ବିଶାଳ ପତାକା ଶୋଭାଯାତ୍ରାର ଶୁଭାରମ୍ଭ ହୋଇଥିଲା। ପୌରାଧ୍ୟକ୍ଷ ହେମନ୍ତ ସାହୁ, ଏସଡ଼ିପିଓ ସୁକାନ୍ତ ପାତ୍ର, ଆଦର୍ଶ ଥାନା ଆଇ ଆଇ ସି ବନ୍ଦନା ପାତ୍ର, ପୌର ନିର୍ବାହୀ ଅଧିକାରୀ ରଞ୍ଜନ ଦାଶ ଅଗ୍ନିଶମ ଅଧିକାରୀ ସୁବାଷ ନନ୍ଦ ବିକାଶ ପରିଷଦ ସମ୍ପାଦକ ଗୋପୀନାଥ ତ୍ରିପାଠୀ, ବରିଷ୍ଠ ନାଗରିକ ପଣ୍ଡିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର ଓ ପାବନୀ କୁମାର ରାଉତ ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଗୌର ପ୍ରସାଦ ଷଢଙ୍ଗୀ, ମହିଳା ଡିଗ୍ରୀ କଲେଜ ଅଧ୍ୟକ୍ଷ ଶ୍ରୀଧର ବେହେରା ଓ ଅଧ୍ୟକ୍ଷା ରାଜଲଷ୍ମୀ ମହାନ୍ତି ପ୍ରମୁଖ ସାମିଲ ହୋଇ ତ୍ରିରଙ୍ଗା ପତାକା ଜାତୀୟ ଏକତା, ଦେଶପ୍ରେମ ଓ ଦେଶର ଗୌରବ ପ୍ରତି ନିଜର ସମ୍ମାନ ପ୍ରଦର୍ଶନ କରିଥିଲେ।ବହୁ କାଉନସିଲର, ପୌର କର୍ମଚାରୀ, ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ସାମାଜିକକର୍ମୀ ଏବଂ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ସମେତ ୭୦୦ ଅଧିକ ଅଂଶଗ୍ରହଣକାରୀ ହାତରେ ଜାତୀୟ ପତାକା ଧରି ଏହି ରାଲିରେ ସାମିଲ ହୋଇଥିଲେ। ଭାରତ ମାତା କି ଜୟ, ବନ୍ଦେ ମାତରମ୍ ଏବଂ ହର ଘର ତ୍ରିରଙ୍ଗାର ନାରାରେ ସହର ମୁଖରିତ ହୋଇଉଠିଥିଲା। ରାସ୍ତାର ଦୁଇପାଖରେ ଥିବା ସହରବାସୀ ଓ ବ୍ୟବସାୟୀମାନେ ପୋଷ୍ଟର ଏବଂ ତ୍ରିରଙ୍ଗା ଧରି ଏହି ରାଲିକୁ ଆଦରର ସହ ସ୍ୱାଗତ ଜଣାଇଥିଲେ।

Leave a Reply

Next Post

ଅଣ୍ଢରା ବ୍ରାହ୍ମଣସାହି ଗିରିସାହି କଲଭର୍ଟ ଭାଙ୍ଗି ଘାଇ,୬ ନମ୍ବର ୱାର୍ଡବାସୀ ନାହିଁ ନଥିବା ଦୁର୍ଦ୍ଦଶାରେ

Fri Aug 14 , 2026
ପଟ୍ଟାମୁଣ୍ଡାଇ ୧୦/୮ ନରେନ୍ଦ୍ର ଧଳା– ପଟ୍ଟାମୁଣ୍ଡାଇ ବ୍ଲକ ଧୋୟାଂଚଳ ଅଣ୍ଢରା ଧ୍ୟାନଧ୍ୟାୟୀ ଠାକୁରାଣୀ ପାଖରୁ ବ୍ରାହ୍ମଣସାହି ୬ ନମ୍ବର ୱାର୍ଡରେ ରାସ୍ତାର କଲଭର୍ଟ ଗତବର୍ଷରୁ ଭୁସୁଡ଼ି ପଡ଼ିଥିବା ବେଳେ ନିର୍ମାଣ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ଶେଷ ହୋଇପାରିନାହିଁ। ଫଳରେ ସ୍ଥାନୀୟ ଅଂଚଳର ପାଖାପାଖି ୫ ଶହରୁ ଊର୍ଦ୍ଧ୍ୱ ଲୋକ ଯାତାୟାତରେ ହଇରାଣ ହରକତ ହେଉଛନ୍ତି। ପ୍ରଶାସନିକ ଆନ୍ତରିକତାର ଅଭାବ ଯୋଗୁଁ ନିତ୍ୟବ୍ୟବହାର୍ଯ୍ୟ ରାସ୍ତାଟି ଏବେ ଗ୍ରାମବାସୀଙ୍କ ପାଇଁ କାଳ ସାଜିଛି। […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading