କେନ୍ଦ୍ରାପଡା ୧୯/୮ – ରାଜ୍ୟରେ ବନ୍ୟା ସ୍ଥିତି ସଙ୍ଗୀନ ହୋଇପଡ଼ିଥିବା ବେଳେ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ରିଲିଫ ଓ ସହାୟତା ବଣ୍ଟନକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ନିକଟରେ ସାଂସଦ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ, ଆଳି, ରାଜକନିକା ଏବଂ ରାଜନଗରର ତଳିଆ ଅଞ୍ଚଳଗୁଡ଼ିକରେ ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କରିବା ସହ ବିପନ୍ନଙ୍କ ପାଇଁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। ମାତ୍ର ଏହି ହେଲିକପ୍ଟରରୁ ଖାଦ୍ୟ […]
ODISHA
ପଟ୍ଟାମୁଣ୍ଡାଇ ୧୯/୮-କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ, ରାଜନଗର ଓ ରାଜକନିକା ଅଞ୍ଚଳରେ ବନ୍ୟା ସ୍ଥିତି ଗମ୍ଭୀର ରୂପ ଧାରଣ କରିଥିବା ବେଳେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ବୁଧବାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ହେଲିକପ୍ଟର ଯୋଗେ ଆକାଶମାର୍ଗରୁ ବନ୍ୟା ପରିସ୍ଥିତି ସମୀକ୍ଷା କରିବା ସହ ବିପନ୍ନମାନଙ୍କ ପାଇଁ ଶୁଖିଲା ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି। ବୁଧବାର ପୂର୍ବହ୍ନରୁ ସାଂସଦ ପଣ୍ଡା ହେଲିକପ୍ଟର ଯୋଗେ ଆସି ପ୍ରଥମେ ପଟ୍ଟାମୁଣ୍ଡାଇ ଏମ୍.ଏନ୍. […]
କେନ୍ଦ୍ରାପଡା ୧୮/୮: ବିଭେଦ ଓ ଅସ୍ପୃଶ୍ୟତା ବିରୋଧରେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ କାର୍ଯ୍ୟକ୍ରମ କେନ୍ଦ୍ରାପଡା ସହରର ପୁରୁଣା ବସଷ୍ଟାଣ୍ଡ, ନୂଆବସଷ୍ଟାଣ୍ଡ ଓ କଜଳା ସ୍ଥିତ କଂଗ୍ରେସ କାର୍ଯ୍ୟାଳୟଳ ଠାରେ ଅନୁଷ୍ଠିତ ହୋଇଥିଲା । ହାଲୱାନୀ ଘଟଣାକୁ ନେଇ ସାମାଜିକ ନ୍ୟାୟ ଓ ମାନବୀୟ ମର୍ଯ୍ୟାଦା ପ୍ରତି ହୋଇଥିବା ଅପମାନର ପ୍ରତିବାଦ କରିବା ସହ ମଲ୍ଲିକାର୍ଜୁନ ଖଡ୍ଗେଙ୍କ ସମ୍ମାନ ଓ ସମର୍ଥନରେ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ […]
ପଟ୍ଟାମୁଣ୍ଡାଇ୧୮/୭-ନିଶାମୁକ୍ତ ଭାରତ ଅଭିଯାନ ଅବସରରେ ପଟ୍ଟାମୁଣ୍ଡାଇ ସରକାରୀ ଶିଲ୍ପତାଲିମ ପ୍ରତିୁଷ୍ଠାନ ପକ୍ଷରୁ ଏକ ବ୍ୟାପକ ଜନସଚେତନତା ରାଲି ଓ ପ୍ରଚାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମାଜରୁ ନିଶା ଦ୍ରବ୍ୟର ବ୍ୟବହାରକୁ ସମ୍ପୂର୍ଣ୍ଣ ରୂପେ ବିଲୋପ କରିବା ଏବଂ ଯୁବପିଢ଼ିଙ୍କୁ ଏହାର କୁପରିଣାମ ବିଷୟରେ ସଚେତନ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଅନୁଷ୍ଠାନର ପ୍ରାଙ୍ଗଣରୁ ବାହାରିଥିବା ଏହି ସଚେତନତା ରାଲି ପଟ୍ଟାମୁଣ୍ଡାଇ ସହରର ମୁଖ୍ୟ ରାସ୍ତା ଦେଇ ପରିକ୍ରମା […]
ପଟ୍ଟାମୁଣ୍ଡାଇ ତା ୧୮/୭- ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟ ପରିସରରେ ସିଭିଲ କୋର୍ଟ ଓ ଓକିଲ ସଂଘ ପକ୍ଷରୁ ୮୦ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଅତିରିକ୍ତ ଜିଲ୍ଲାଜଜ୍ ବିଦ୍ୟାଧର ପୃଷ୍ଟି ମୁଖ୍ୟଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଉତ୍ସବରେ ସମ୍ମାନନୀୟ ଅତିଥି ଭାବେ ମାନନୀୟ ସବଜଜ୍ ଅପୂର୍ବା ଚୌଧୁରୀ, ଜେ ଏମ୍ ଏଫ ସି ବିଦ୍ୟୁତଲତା […]
ପଟ୍ଟାମୁଣ୍ଡାଇ ତା ୧୭/୮- ପଟ୍ଟାମୁଣ୍ଡାଇ ଓକିଲମାନଙ୍କ ଆନୁକୂଲ୍ୟରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସରକାରୀ ଓକିଲ ପ୍ରମୋଦ କୁମାର ସାହୁଙ୍କ ସହିତ ସୁଶୀଲ କୁମାର ଦାସ, ରାଜେନ୍ଦ୍ର କୁମାର ମିଶ୍ର ଓ ବିଜ୍ଞାନ ମିହିର ଜେନାଙ୍କ ସଂଯୋଜନାରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ଓକିଲ ସଂଘର ପୂର୍ବତନ ସମ୍ପାଦକ ଆଡଭୋକେଟ୍ ପ୍ରମୋଦ କୁମାର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏଥିରେ […]
ପଟ୍ଟାମୁଣ୍ଡାଇ ତା ୧୭/୮ ବ୍ରାହ୍ମଣୀ ଓ କାଣୀ ନଦୀରେ ୩ୟ ବନ୍ୟା ଆସିବା ଫଳରେ ପଟ୍ଟାମୁଣ୍ଡାଇ ଅଂଚଳର ସ୍ଥିତି ସଂଗୀନ ହୋଇ ପଡିଛି । ଏହି ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକର ୧୪ ପଂଚାୟତ ଓ ପୌରାଞ୍ଚଳର ୧୧ଟି ୱାର୍ଡର ପ୍ରାୟ ୫୦ ହଜାରରୁ ଉର୍ଦ୍ଧ ଲୋକ ଓ ୧୫ହଜାର ଗୃହ ପାଳିତ ପଶୁ ଜଳବନ୍ଦୀ ହୋଇପଡିଛନ୍ତି । ବନ୍ୟା ଯୋଗୁଁ ବ୍ଲକ ଓ ପୌରାଞ୍ଚଳର ପାଖାପାଖି ୬୫ ହଜାର ଲୋକ […]
ପଟ୍ଟାମୁଣ୍ଡାଇ ୧୭/୮ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବାଲିପାଟଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବନ୍ୟା ଜଳରେ ଘେରି ରହିଥିବା ଏହି ଗ୍ରାମରେ ଜନୈକା ମହିଳା ନିରଜନଳିନୀ ସାହୁ (୪୨) ଙ୍କୁ ବିଷାକ୍ତ ସାପ କାମୁଡ଼ି ଦେଇଥିଲା । ଗ୍ରାମରେ ବନ୍ୟା ପରିସ୍ଥିତି ଲାଗି ରହିଥିବାବେଳେ ସରକାରଙ୍କ ପକ୍ଷରୁ କୌଣସି ପ୍ରକାରର ଜରୁରୀକାଳୀନ ଯାତାୟାତ କିମ୍ବା ଚିକିତ୍ସା ବ୍ୟବସ୍ଥାର ସୁବିଧା ହୋଇନଥିଲା। ଫଳରେ ସଂନ୍ଧ୍ୟା […]
କୁଳସାହି ଆଶ୍ରମ ବିଦ୍ୟାଳୟରେ ବନ୍ୟା ପାଣି ପଟ୍ଟାମୁଣ୍ଡାଇ ୧୭/୮କଳ୍ପତରୁ ନାୟକ- କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ କୁଳସାହି ଆବାସିକ ସ୍କୁଲ୍ରେ ବ୍ରାହ୍ମଣୀ ନଦୀର ବନ୍ୟା ଜଳ ପଶିଯିବା ଯୋଗୁଁ ସ୍ଥିତି ଅତ୍ୟନ୍ତ ସଙ୍କଟଜନକ ହୋଇପଡ଼ିଛି । ଗତ ଦୁଇ ଦିନ ହେବ ସ୍କୁଲ୍ ଚାରିପାଖରେ ୮ ରୁ ୧୦ ଫୁଟ୍ର ବନ୍ୟା ପାଣି ଲହଡ଼ି ଭାଙ୍ଗୁଥିବାରୁ ପ୍ରାୟ ୩୦୦ ଜଣ ଛାତ୍ରୀଛାତ୍ର ଅସହାୟ ଭାବେ ଜଳବନ୍ଦୀ ହୋଇ ରହିଛନ୍ତି […]
ପଟ୍ଟାମୁଣ୍ଡାଇ ୧୭/୮ -କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ଜଳ ବିପଦ ସଂକେତ ୧୬ ଫୁଟ ଥିବା ବେଳେ ବର୍ତମାନ ୨୦ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ନଦୀକୂଳିଆ ଗ୍ରାମଗୁଡ଼ିକରେ ବନ୍ୟା ଆଶଙ୍କା ଘନେଇବାରେ ଲାଗିଛି। ଅଳଭା ଗ୍ରାମ ନିକଟସ୍ଥ ନଦୀ ଘେରିବନ୍ଧରେ ଘଳିଆ ସୃଷ୍ଟି ହୋଇଛି। ଯାହା ଗ୍ରାମବାସୀଙ୍କ ନିଦ […]

