ଲୋକଙ୍କୁ ହାଣି ଲୁଟୁଥିଲେ  ସୁନା,ଟଙ୍କା  କେନ୍ଦ୍ରାପଡ଼ା,୨୯ା୫:ସଦରଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଲୋକଙ୍କୁ ଆକ୍ରମଣ କରି ଲୁଟୁଥିବା ଏକ ଗ୍ୟାଙ୍ଗକୁ ସଦରଥାନା ପୋଲିସ ଠାବ କରିଛି। ଏହି ଗ୍ୟାଙ୍ଗରେ ସଂପୃକ୍ତ ଥିବା ୪ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଡେରାବିଶ ଥାନା ଅନ୍ତର୍ଗତ ଭୂଇଁପୁର ଗ୍ରାମର ମକରା ମଳିକ(୩୦), ମକରାର ଭାଉଜ ସେହିଗ୍ରାମର ସୈାଦାମିନୀ ନାୟକ(୨୫), ଗ୍ୟାଙ୍ଗ ସଦସ୍ୟ ସଦରଥାନା ଅଧିନ ମନ୍ତ୍ରୀପଡା ଗ୍ରାମର  ଘଟିଆ ସିଂ(୨୬) […]

ପଟ୍ଟାମୁଣ୍ଡାଇ ୨୯/୫ -କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ଅଳଭା-ନିମପୁର ଗ୍ରାମ ନିକଟରେ ଥିବା ବ୍ରାହ୍ମଣୀ ନଦୀର ଶଯ୍ୟାରେ ବେଆଇନ ଭାବେ ଦୈନିକ ଶହ ଶହ ଟ୍ରିପ ବାଲି ଉଠାଣ ହେଉଛି । ଏସମ୍ପର୍କରେ ସ୍ଥାନୀୟ ଲୋକେ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରୁଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ଏହି ବେଆଇନ ବାଲି ଉଠାଣ ପାଇଁ ଅଧିକାଂଶ ସ୍ଥାନରେ ନଦୀ ଲୋକଙ୍କ ପାଇଁ ବିପଦର କାରଣ ହେବାକୁ […]

ପଟ୍ଟାମୁଣ୍ଡାଇ ୨୯/୫ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଶୁକ୍ରବାର ସଂଧ୍ୟାରେ କାଳ ବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି । କଳା ହାଣ୍ଡିଆ ମେଘ ସାଙ୍ଗକୁ ଘଡ ଘଡି, ବର୍ଷା ପବନ ଯୋଗୁଁ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡି ପଡିଛି । ବିଦ୍ୟୁତ ଖୁଂଟ ଭାଙ୍ଗି ଏକ କାର ଗାଡି ଭାଙ୍ଗିରୁଜି ଯାଇଛି। ସହର ବସଷ୍ଟାଣ୍ଡ ନିକଟ ମୁଖ୍ୟରାସ୍ତା ଉପରେ ବଡ ଗଛ ପଡିଥିବାରୁ ରାସ୍ତାରେ ଗାଡି […]

କେନ୍ଦ୍ରାପଡ଼ା,୨୮ା୫:କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଦେବୋତ୍ତର ଟ୍ରଷ୍ଟ ବୋର୍ଡ ଓ ରଥନିର୍ମାଣ କମିଟିର ମିଳିତ ବୈଠକରେ ରଥନିର୍ମାଣ କାର୍ଯ୍ୟର ସମୀକ୍ଷା ଇଛାପୁରସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ତଥା ଟ୍ରଷ୍ଟର ଅଧ୍ୟକ୍ଷ ନବକ୍ରୁଷ୍ଣ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ରଘୁରାମ ଆର. ଆୟର ଯୋଗଦେଇ ରଥ ନିର୍ମାଣର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ବୈଠକରେ ୪ଟି ନୂଆ ଅଖ, ୧୦ଟି ନୂଆ ଚକ […]

ପଟ୍ଟାମୁଣ୍ଡାଇ ୨୮/୫ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ତୁଳସୀଡ଼ିଆ ଗ୍ରାମରେ ଏକ ପାଗଳା ମାଙ୍କଡ଼ର ଆତଙ୍କ ଦେଖାଦେଇଛି। ଗତ ତିନିଦିନ ହେବ ମାଙ୍କଡ ଆକ୍ରମଣରେ ଅନେକ ଲୋକ ଆହତ ହୋଇଛନ୍ତି । ମାଙ୍କଡ଼ ଆକ୍ରମଣରେ ଅଭିରାମ ବିଶ୍ୱାଳ, ମଧୁସ୍ମିତା ସାମଲ ଡାକ୍ତରଖାନାରୁ ଚିକିତ୍ସିତ ଫେରିଛନ୍ତି । କେଦାର ବେହେରା ନାମାକ ବ୍ୟକ୍ତି ଗୁରୁତର ହୋଇ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗାଁ ଲୋକେ ତିନିଦିନ ହେଲା ଭୟରେ […]

ନିୟମ ଥାଇ ଲାଗା ହେଲାନି ଗଛ ଉପର ମୁହାଁ ପାରଦ, ଜନଜୀବନ ଅସ୍ତବ୍ୟସ୍ତ   ପଟ୍ଟାମୁଣ୍ଡାଇ,୨୭ା୫-କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଗତ କିଛି ଦିନ ହେଲା ତାପମାତ୍ରା ୩୯ ଡିଗ୍ରୀ ଉପରେ ରହୁଛି । ଝାଞ୍ଜି ପବନ ସାଙ୍ଗକୁ ଗୁଳଗୁଳିରେ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି । ପୂର୍ବାହ୍ନ ୧୦ଟା ବାଜିଲେ ରାସ୍ତାଘାଟ ଶୂନସାନ ହୋଇପଡୁଥିବା ବେଳେ ଗଛ ଛାଇ ମିଳୁନାହିଁ। ଜନବସିତ ବୃଦ୍ଧି ସାଙ୍ଗକୁ ଉନ୍ନୟନ ନାଁରେ ଦୈନିକ […]

କେନ୍ଦ୍ରାପଡାରେ ଏସଆଇଆର ଉପରେ ବିଏଲଓ ସୁପରଭାଇଜରଙ୍କୁ ତାଲିମ କେନ୍ଦ୍ରାପଡ଼ା,୨୭ା୫:ନିର୍ଭୁଲ, ସ୍ୱଚ୍ଛ ଏବଂ ଅନ୍ତର୍ଭୁକ୍ତିମୂଳକ ଭୋଟର ତାଲିକା ପ୍ରସ୍ତୁତିକୁ ଲକ୍ଷ୍ୟ ରଖି ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀ ସ୍ତରରେ ସ୍ୱତନ୍ତ୍ର ସଂଶୋଧନ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ କାର୍ଯ୍ୟକ୍ରମରେ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ) ଓ ସୁପରଭାଇଜରମାନଙ୍କୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ବିଭିନ୍ନ ଦିଗ ଉପରେ ସଚେତନ ଓ ପ୍ରଶିକ୍ଷିତ କରାଯାଇଥିଲା।ରାଜନଗର ଓ ପଟ୍ଟାମୁଣ୍ଡାଇରେ ଅତିରିକ୍ତ ଜିଲ୍ଲାପାଳ […]

କେନ୍ଦ୍ରାପଡ଼ା,୨୭ା୫:କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ ଆର.ଆୟର ମଙ୍ଗଳବାର ସାଇକଲ ଯୋଗେ ଗରାପୁର କୋଠିଛକ ସ୍ଥିତ ଆବାସିକ କାର୍ଯ୍ୟାଳୟରୁ ପୁରୁଣା ବସଷ୍ଟାଣ୍ଡସ୍ଥିତ ଜିଲ୍ଲା କାର୍ଯ୍ୟାଳୟକୁ ଆସିଥିଲେ। ଏଥିସହିତ କାର୍ଯ୍ୟାଳୟରେ ସମସ୍ତ କାର୍ଯ୍ୟ ସମାପନ ପରେ ଅପରାହ୍ନରେ ସାଇକଲ ଯୋଗେ ଆବାସିକ କାର୍ଯ୍ୟାଳୟକୁ ଫେରିଯାଇଥିଲେ। ଦେଶରେ ତୈଳ ସଙ୍କଟ ଲାଗିରହିଥିବା ବେଳେ ରାଜ୍ୟ ତଥା କେନ୍ଦ୍ରାପଡାରେ ମଧ୍ୟ ତୈଳ ସଙ୍କଟ ଲାଗି ରହିଛି। ତେଣୁ ଜିଲ୍ଲାପାଳ ଶ୍ରୀ ଆୟର ସାଇକଲରେ ନିଜ କାର୍ଯ୍ୟାଳୟକୁ ଆସିବା […]

ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରମୁଖ ଦୁଇ ପର୍ବ ହେଉଛି ଇଦ୍‌-ଉଲ-ଫିତର ଓ ଇଦ୍‌-ଉଲ-ଜୁହା। ଗୁରୁବାର ଇଦ-ଉଲ-ଜୁହା। ପବିତ୍ର ରମଜାନ ମାସର ଶେଷ ଦିନ ପରେ ଇଦ୍‌-ଉଲ-ଫିତର ପାଳନ କରାଯାଉଥିବା ବେଳେ ଏହାର ପ୍ରାୟ ଦୁଇ ମାସ ପରେ ଇଦ୍‌-ଉଲ-ଜୁହା ପର୍ବ ଆସେ। ଏହି ଦୁଇଟି ଯାକ ପର୍ବରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଭାଇଭଉଣୀମାନେ ନୂଆ ଡ୍ରେସ ପିନ୍ଧି ସ୍ୱତନ୍ତ୍ର ନମାଜ ପାଠ କରିଥାନ୍ତି। କାନ୍ଧରେ କାନ୍ଧ ମିଳାଇ ପରସ୍ପରକୁ ଶୁଭେଚ୍ଛା ଜଣାଇଥାନ୍ତି। ହେଲେ […]

ପଟ୍ଟାମୁଣ୍ଡାଇ ତା ୨୬/୫- କାହିଁ କେଉଁ ଅନାଦି କାଳରୁ ପ୍ରାକୃତିକ ବିପର୍ଯୟ ରୋକିବା ପାଇଁ ପ୍ରକୃତିର ବରଦାନ ତାଳ ଗଛ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।  ବାତ୍ୟା ସମୟରେ ଭୟଙ୍କର ପବନ ଓ ବଜ୍ର ପାତକୁ ବହୁ ପରିମାଣରେ ରୋକି ଥାଏ ।  ଗାଁ ସହର ଠାରୁ ଆରମ୍ଭ କରି ନଇ ସମୁଦ୍ର ନିକଟରେ ତାଳ ଗଛ ହିଁ ବାତ୍ୟା ସମୟରେ ପବନ ର ଗତିକୁ ରୋକିବା ସହିତ […]

Breaking News