ପଟ୍ଟାମୁଣ୍ଡାଇ ୫/୬ – ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ବିଶ୍ୱ ପରିବେଶ ଦିବସ ଅବସରରେ ବଡପଡା ସରକାରୀ ମହାବିଦ୍ୟାଳୟ ପରିସରରେ ତାଲୁକ ଆଇନ ସେବା ସମିତିି ଅଧ୍ୟକ୍ଷା ତଥା ସିନିଅର ସିଭିଲ ଜର୍ଜ ଅପୂର୍ବା ଚୌଧୁରୀଙ୍କ ତତ୍ୱବଧାନରେ ବିଭିନ୍ନ ରକମର ବୃକ୍ଷ ରୋପଣ କରାଯାଇଥିଲା । ଏନେଇ ଏକ ସଚେତନତା କାର୍ଯକ୍ରମରେ ତାଲୁକ ଆଇନ ସେବା ସମିତିି ଅଧ୍ୟକ୍ଷା ଅପୂର୍ବା ଚୌଧୁରୀ କହିଥିଲେ ଯେ ଜଙ୍ଗଲ ବଂଚିଲେ […]

ପଟ୍ଟାମୁଣ୍ଡାଇ ୪/୬- ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲ ମୋ ସ୍କୁଲ ଅଭିଯାନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ମୋ ସ୍କୁଲ ଅଭିଯାନ କମିଟି ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ବରିଷ୍ଠ ସଦସ୍ୟ ଡ଼ କେଳୁ ଚରଣ ସ୍ୱାଇଁ ଗୋପୀ ବଲ୍ଲଭ ନାୟକ, ଗୋପୀନାଥ ତ୍ରିପାଠୀ, ନିଶିକାନ୍ତ ପ୍ରଧାନ, ରମେଶ ଦେ ହାଇସ୍କୁଲର ବିଭିନ୍ନ ସମସ୍ୟା ଯଥା ଆବଶ୍ୟକ ଶିକ୍ଷକ ଅଭାବ ଦୂର ପାଇଁ ଜିଲ୍ଲା ଶିକ୍ଷାଧିକାରୀ […]

ପଟ୍ଟାମୁଣ୍ଡାଇ ୪/୬-କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ଘାଟ ସେତୁ ନିର୍ମାଣ ପାଇଁ ରାଜ୍ୟ ସରକାର ଆବଶ୍ୟକ ଅର୍ଥ ମଂଜୁର କରିବା ସହିତ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଦୀର୍ଘ ଦିନର ଦାବୀ ପୂରଣ ହେବାକୁ ଯାଉଥିବାରୁ ସମଗ୍ର ଅଂଚଳରେ ଖୁସିର ଲହରୀ ଖେଳି ଯାଇଛି । ଏହି ସେତୁ ନିର୍ମାଣ ପାଇଁ ଗତ ୨୦୨୧ ମସିହା ଡ଼ିସେମ୍ବର ୧୫ ତାରିଖରେ ତତ୍କାଳୀନ ସରକାର ସମୟରେ […]

କେନ୍ଦ୍ରାପଡା ୪/୬- କେନ୍ଦ୍ରାପଡା ଜିଲ୍ଲା ଶିବାଜୀ ଟାଇକୋଣ୍ଡୋଆକାଡ଼େମୀର ପ୍ରତିଯୋଗୀମାନେ କଟକସ୍ଥିତ ଜବାହରଲାଲ ନେହୁର ଇନଡୋର ଷ୍ଟାଡିୟମରେ ନବମ ଜାତୀୟ ଓପେନ ଟାଇକୋଣ୍ଡୋ ଚମ୍ପିୟାନସିପ ପ୍ରତିଯୋଗୀତାରେ ଭାଗ ନେଇ ୪ଟି ପଦକ ହାସଲ କରିଛନ୍ତି । ଏହା ଗତ ମେ ମାସ ୩୦ତାରିଖରୁ ଆରମ୍ଭ ହୋଇ ଜୁନ ୧ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା। ଏଥିରେ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୧୦୦୦ରୁ ଉର୍ଦ୍ଧ ପ୍ରତିଯୋଗୀ ବିଭିନ୍ନ ବର୍ଗ ଯଥା […]

କେନ୍ଦ୍ରାପଡ଼ା,୪ା୬: କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ବଗଡ଼ା ପ୍ରାଥମିକ କୃଷି ସମବାୟ ସମିତିର ପରିଚାଳନା ସମିତି ବୈଠକ ଓ ଚଳିତ ରବି ବିପଣନ ଋତୁ ୨୦୨୪/୨୫ ନିମନ୍ତେ ମୁଗମଣ୍ଡି ଉଦ୍‌ଘାଟନ ବିଧିମତେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସମିତି ପରିସରରେ ସଭାପତି ଇଂ ଅକ୍ଷୟ କୁମାର ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ପାଦକ କାଳନ୍ଦୀ ଚରଣ ବିଶ୍ୱାଳ ପୂର୍ବସଭାର ବିବରଣୀ ପଠନ କରିବା ପରେ ଏହାର ଦୃଢ଼ୀକରଣ କରାଯାଇଥିଲା। ଗତ ଖରିଫ ଋତୁରେ […]

ଡେରାବିସ ୩/୬– ୮୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ସମସ୍ତ ବୃଦ୍ଧ ବୃଦ୍ଧାଙ୍କୁ ବାର୍ଦ୍ଧକ୍ୟ ଭତା ୩୫୦୦ ଟଙ୍କା ପ୍ରଦାନ ଲାଗି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇ ପ୍ରଦାନ କରାଗଲାଣି। କିନ୍ତୁ ବୟସ ହୋଇଯିବା ପରେ ବି ବର୍ଦ୍ଧିତ ଭତା ପାଇବାରୁ ବଂଚିତ ହୋଇଛନ୍ତି କେନ୍ଦ୍ରାପଡା ଜିଲା ଡେରାବିସ ବ୍ଲକ ଲକ୍ଷ୍ମୀନାରାୟଣ ପଂଚାୟତର ନୂଆହାଟ ଗ୍ରାମରେ ରହୁଥିବା ଜଣେ ଅସାହାୟ ୮୩ ବର୍ଷ ବୟସର ବୃଦ୍ଧା ବିମଳି ଜେନା । ନୂଆହାଟ […]

କେନ୍ଦ୍ରାପଡ଼ା,୩ା୬: ବାଲେଶ୍ୱରର ଶ୍ରୀଲିପ୍ତା ପ୍ରିଣ୍ଟ ମିଡିଆ ଦୈନିକି ଖବରକାଗଜ ‘ଅପରାହ୍ନ’ର ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ସାରସ୍ୱତ ମହୋତ୍ସବ ଓ କବିତାକୁମ୍ଭ ପୁସ୍ତକ ମହୋତ୍ସବରେ କେନ୍ଦ୍ରାପଡାର ଜଣାଶୁଣା ପ୍ରକୃତିବନ୍ଧୁ କବି ନୃସିଂହ ଚରଣ ତ୍ରିପାଠୀଙ୍କୁ ‘ସୃଜନଶ୍ରୀ’ ସମ୍ମାନ ପ୍ରଦାନ କରାଯାଇଛି । ଉଦ୍‌ଯାପନୀ ଉତ୍ସବରେ ନୟାଗଡ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ଉଦ୍‌ଘାଟକ ଭାବରେ, ରେବତୀର ସମ୍ପାଦିକା ତଥା ବସ୍ତା ବିଧାୟିକା ସୁବାସିନୀ ଜେନା ମୁଖ୍ୟ ଅତିଥି […]

କେନ୍ଦ୍ରାପଡ଼ା,୩ା୬: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରସ୍ଥିତ ଲୋକସେବା ଭବନର କନଭେନସନ ସେଣ୍ଟରଠାରେ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ଜିଲ୍ଲା ଭିଡ଼ିଓ କନଫୋରେନ୍ସ ମାଧ୍ୟମରେ ଯୋଡ଼ି ହୋଇଥିଲେ। ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟ ଭିଡ଼ିଓ କନଫୋରେନସିଂରେ ଯୋଡ଼ି ହୋଇଥିଲା। ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ଆୟୋଜିତ ଜିଲ୍ଲା କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ମହାକାଳପଡ଼ା […]

ମୌସୁମୀ ବର୍ଷାର ପ୍ରଥମ ଛୁଆଁରେ ଆନ ମନା ହୋଇଛି ଧରଣିରାଣୀ , ଧରଣିରାଣୀର ବୁକୁ ଚିରି ବାହାରି ଆସୁଛନ୍ତି ଲାଲ ଟୁକୁ ଟୁକୁ ସାଧବବୋହୂ । ପ୍ରକୃତିର ପରଶ ଛୁଆଁରେ ସତେ ଅବା କେହି ଜଣେ ରଙ୍ଗର ତୁଳି ଧରି ଆଙ୍କିଦେଇଛି ରଙ୍ଗ ବେରଙ୍ଗର ସୁନ୍ଦର ଉପମା ସବୁକୁ । ନଦୀ, ଝରଣା, ପାହାଡ, ପର୍ବତ, ସାଗର ସହିତ ରଙ୍ଗ ବେରଙ୍ଗର ବୃକ୍ଷରାଜି । ଏହି ସୁନ୍ଦର ସୃଷ୍ଟିରେ ସୃଷ୍ଟିକର୍ତ୍ତାଙ୍କ […]

Bhubaneswar 3/6-ପୁଣି ଧୋକା ଦେଲା ମୌସୁମୀ। ଓଡ଼ିଶା ଛୁଇଁବା ପୂର୍ବରୁ ଲଘୁଚାପ ଫାନ୍ଦରେ ପଡ଼ି ବାଟରେ ଅଟକି ଗଲା। ଦିନେ ଦୁଇଦିନ ବୁନ୍ଦା ଝାଡ଼ି ପ୍ରାକ୍ ମୌସୁମୀ ବର୍ଷା ବି ଓଡ଼ିଶାରୁ ମୁହଁ ଫେରାଇ ନେଲା। ଏହାପରେ ରାଜ୍ୟରେ ପୁଣି ଖରାପାଗ ବଢ଼ିବା ସହ ତାତି ବଢ଼ିଛି, ଆରମ୍ଭ ହୋଇଛି ପ୍ରଚଣ୍ଡ ଗୁଳୁଗୁଳି। ଆଭ୍ୟନ୍ତରୀଣ ଓଡ଼ିଶାରେ ୫ରୁ ୬ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇଛି। ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ […]