ଜାତୀୟ ଟାଇକୋଣ୍ଡୋ ପ୍ରତିଯୋଗିତାରେ କେନ୍ଦ୍ରାପଡା ଶିବାଜୀ ଟାଇକୋଣ୍ଡୋ ଏକାଡେମୀର ସଫଳତା

blank
କେନ୍ଦ୍ରାପଡା ୪/୬- କେନ୍ଦ୍ରାପଡା ଜିଲ୍ଲା ଶିବାଜୀ ଟାଇକୋଣ୍ଡୋଆକାଡ଼େମୀର ପ୍ରତିଯୋଗୀମାନେ କଟକସ୍ଥିତ ଜବାହରଲାଲ ନେହୁର ଇନଡୋର ଷ୍ଟାଡିୟମରେ ନବମ ଜାତୀୟ ଓପେନ ଟାଇକୋଣ୍ଡୋ ଚମ୍ପିୟାନସିପ ପ୍ରତିଯୋଗୀତାରେ ଭାଗ ନେଇ ୪ଟି ପଦକ ହାସଲ କରିଛନ୍ତି । ଏହା ଗତ ମେ ମାସ ୩୦ତାରିଖରୁ ଆରମ୍ଭ ହୋଇ ଜୁନ ୧ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା। ଏଥିରେ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୧୦୦୦ରୁ ଉର୍ଦ୍ଧ ପ୍ରତିଯୋଗୀ ବିଭିନ୍ନ ବର୍ଗ ଯଥା ଟାଇକୋଣ୍ଡୋ କ୍ୟୋରୋଗୀ, ଇଣ୍ଡିଭିଜୁଆଲପୁମସୀ, ଗ୍ରୁପ ପୁମସୀ ଓ ଅନାନ୍ୟ ଇଭେଣ୍ଟରେ ଅଂଶ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ କେନ୍ଦ୍ରାପଡା ଜିଲ୍ଲା ଶିବାଜୀ ଟାଇକୋଣ୍ଡୋଆକାଡ଼େମୀର୧୦ ଜଣ ଛାତ୍ରଛାତ୍ରୀ ଜାତୀୟସ୍ତର ପାଇଁ ଚୟନୀତ ହୋଇଥିଲେ। ସେଥିମଧ୍ୟରୁ ଶ୍ରୀନିବାସ ସାହୁ–ସ୍ୱର୍ଣ, ଗଙ୍ଗୋତ୍ରୀ ରାଉତ ଓ ଶୁଭଶ୍ରୀ ଦାସ–ରୌପ୍ୟ ଓ ପ୍ରତ୍ୟୁଷା ମଲ୍ଲିକ–କଂସ୍ୟ ପଦକ ହାସଲ କରି କେନ୍ଦ୍ରାପଡା ତଥା ଓଡିଶା ପାଇଁ ସୁନାମ ଆଣିଛନ୍ତି। ଏହି ଅବସରରେ ଶିବାଜୀ ଟାଇକୋଣ୍ଡୋର ସଭାପତି ନାରାୟଣ ସାହୁ ଓ କୋଷାଦକ୍ଷ ସୁନାକର ବେହେରାଙ୍କ ତତ୍ୱାବଧାନରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଜଝାଙ୍ଗସ୍ଥିତ ଶିବାଜୀ ଟାଇକୋଣ୍ଡୋ କାର୍ଯ୍ୟ।ଳୟରେ ଆୟୋଜିତ କରାଯାଇ କୃତି ପ୍ରତିଯୋଗୀ ଓ ମୁଖ୍ୟ କୋଚ ଖଗେଶ୍ୱର ସାହୁଙ୍କୁ ସମ୍ମାନିତ କରାଯାଇଥିଲା । ଛାତ୍ରଛାତୀ ଆହୁରି ଭଲ ଖେଳି ଦେଶବିଦେଶରେ କିପରି ଯଶ ଆଣିବେ ଓ କେନ୍ଦ୍ରାପଡାରେ କିପରି ଟାଇକୋଣ୍ଡୋ ପ୍ରତି ପିଲାମାନଙ୍କର ଆଗ୍ରହ ବଢିବ ସେଥିପ୍ରତି ଆଲୋଚନା କରାଯାଇଥିଲା। ଶେଷରେ ସମ୍ପାଦକ ଦିବାଜ୍ୟୋତି ଦାସ ଧନ୍ୟବାଦ ଦେଇ ସଭା ସାଙ୍ଗ କଲେ।

Next Post

ଅଳପୁଆ ସେତୁ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ,ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ

Wed Jun 4 , 2025
ପଟ୍ଟାମୁଣ୍ଡାଇ ୪/୬-କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ଘାଟ ସେତୁ ନିର୍ମାଣ ପାଇଁ ରାଜ୍ୟ ସରକାର ଆବଶ୍ୟକ ଅର୍ଥ ମଂଜୁର କରିବା ସହିତ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଦୀର୍ଘ ଦିନର ଦାବୀ ପୂରଣ ହେବାକୁ ଯାଉଥିବାରୁ ସମଗ୍ର ଅଂଚଳରେ ଖୁସିର ଲହରୀ ଖେଳି ଯାଇଛି । ଏହି ସେତୁ ନିର୍ମାଣ ପାଇଁ ଗତ ୨୦୨୧ ମସିହା ଡ଼ିସେମ୍ବର ୧୫ ତାରିଖରେ ତତ୍କାଳୀନ ସରକାର ସମୟରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading