ମନରେଗା ଯୋଜନାରେ ହୋଇଥିଲା ବନୀକରଣ , ଗଛ କି ଚାରା ନାହିଁ ପଡିଛି ଘେରା

blank
ପଟ୍ଟାମୁଣ୍ଡାଇ ୨୦/୪ – ପରିବେଶ ସୁରକ୍ଷା ଓ ମୃତିକା କ୍ଷୟ ରୋକିବା ପାଇଁ ଚାରା ରୋପଣ ଜରୁରୀ। ହେଲେ ବିଭିନ୍ନ ରାସ୍ତା ନବୀକରଣ ଓ ସମ୍ପ୍ରସାରଣ ପାଇଁ ବହୁ ଗଛ କଟା ଯାଉଛି। ଏହି ଅଭାବକୁ ପୂରଣ କରିବା ପାଇଁ ୨୦୨୦-୨୧-୨୨ରେ ପଟ୍ଟାମୁଣ୍ଡାଇ ପଂଚାୟତରାଜ ବିଭାଗ ପକ୍ଷରୁ ମନରେଗା ଯୋଜନା ଅନୁଦାନ ମାଧ୍ୟମରେ ବିଭିନ୍ନ ପଂଚାୟତରାସ୍ତାର ଉଭୟ ପାଶ୍ୱାରେ ବୃକ୍ଷ ରୋପଣ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଇ ବନୀକରଣ ହୋଇଥିଲା। ହେଲେ ବିଭାଗୀୟ କର୍ମଚାରୀଙ୍କ ଆନ୍ତରିକତାର ଅଭାବରୁ ଏ ଯୋଜନା ବାଟବଣା ହେଉଥିବା ଅଭିଯୋଗ ହେଉଛି। ବାସ୍ତବପକ୍ଷେ ବନୀକରଣ ହୋଇଥିବା ଯାଗାରେ ବାଉଁଶପଟି ଘେରା ବ୍ୟତୀତ ଆଉ କିଛି ଦେଖିବାକୁ ମିଳୁନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଏନେଇ ସାମଜିକକର୍ମୀ ପ୍ରବୀର ନାୟକ, ତାପସ ପରିଡା, ପରେଶ୍ୱର ସେଠୀ ପ୍ରମୁଖ କୁହନ୍ତି ବନୀକରଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ତା’ର ସଫଳ ରୂପାୟନ ହୋଇପାରୁନି । ଗତ ୪ ବର୍ଷ ପୂର୍ବରୁ ପଟ୍ଟାମୁଣ୍ଡାଇ ପଂଚାୟତରାଜ ବିଭାଗ ପକ୍ଷରୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆରଇଜିଏସ୍‌)ରେ ପଂଚାୟତ ସ୍ତରୀୟ ବିଭିନ୍ନ ରାସ୍ତା, ଗ୍ରାମ୍ୟ ନିର୍ମାଣ ବିଭାଗ ରାସ୍ତା, ପୂର୍ତ ବିଭାଗ ରାସ୍ତା ଓ ଜଳସଂମ୍ପଦ ବିଭାଗ ରାସ୍ତାରେ ହଜାରହଜାର ବିଭିନ୍ନ ଛାୟା ଓ ଫଳପ୍ରଦାନକାରୀ ଚାରା ରୋପଣ କରାଯାଇଥିଲା। ଏ ବାବଦରେ କୋଟିକୋଟି ଟଙ୍କା ବ୍ୟୟ ମଧ୍ୟ ହୋଇଥିଲା। ରାଜନଗର ବନ ବିଭାଗ ପକ୍ଷରୁ ବନ ବିଭାଗ ପକ୍ଷରୁ ସେହି ଚାରାର ସୁରକ୍ଷା ବ୍ୟବସ୍ଥା କରାଯାଉଥିବା ତତ୍କାଳୀନ ବିଡିଓ ସୂଚନା ଦେଇଥିଲେ। ହେଲେ ଏବେ ସେଠାରେ ଗୋଟିଏବି ଗଛ କି ଚାରା ଦେଖିବାକୁ ମିଳୁନଥିବା ବେଳେ ଖାଲି ଘେରା ଦେଖିବାକୁ ମିଳୁଛି ।
ବୁଦ୍ଧିଜୀବୀ କ୍ଷୀରୋଦ ମଲିକ, ସୁୁଶାନ୍ତ ସାମଲ ପ୍ରମୁଖ କୁହନ୍ତି ପଟ୍ଟାମୁଣ୍ଡାଇ ବ୍ଲକ ପକ୍ଷରୁ ୨୦୨୦-୨୧ ଓ ୨୦୨୧-୨୨ ରେ ବନୀକରଣରେ କେଉଁଠି ଗଛ ଆଦୌ ଲଗା ନ ଯାଇ ମିଥ୍ୟା ବିଲ୍ କରି ଅର୍ଥ ହରିଲୁଟ ହେଉଛି ତ ଆଉ କେଉଁଠି ମର୍ଷ୍ଟ ରୋଲରେ ଅଯୋଗ୍ୟ ଲୋକଙ୍କ ନାଁରେ ବିଲ୍ କରି ଅର୍ଥ ଶ୍ରାଦ୍ଧ ହୋଇଛିି । ଏହାର ଉଦାହରଣ ଭାବେ ଖଡିଅଂଟା ପଂଚୟତକୁ ନେଇପାରିବା । ଏହି ପଂଚୟତର ଖଡିଅଂଟା-ଆମ୍ବେର ୨୦କିମି ରାସ୍ତା, ଖଡିଅଂଟା-ନଅଢଳିଆ-ସିମିଳିଆ କେନାଲ ବନ୍ଧ, ବାଇପଦା ରାସ୍ତା, ଜିଗରଣ ରାସ୍ତା ଓ ଓସଙ୍ଗରା ରାସ୍ତାର ଉଭୟ ପାଶ୍ୱରେ ବନିକରଣ କରାଯାଇଥିଲା ।ମାତ୍ର ପରବର୍ତୀ ସମୟରେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ଗ୍ରୀଷ୍ମ ପ୍ରବାହ ସମୟରେ ଚାରା ମୂଳରେ ପାଣି ଦିଆ ନ ଯିବାରୁ ସେହି ଗଛଗୁଡ଼ିକ ଲୋପ ପାଇଯାଇଛି। ଏହିଭଳି ଅନେକ ପଂଚୟତରେ ହୋଇଥିବା ପଥପାର୍ଶ୍ୱ ବନୀକରଣ ରକ୍ଷଣାବେକ୍ଷଣ ନଷ୍ଠ ହୋଇ ଯାଇଛି । ଏନେଇ ପିଡି ଅଜାମ୍ବର ମହାନ୍ତିଙ୍କୁ ଯୋଗାଯୋଗ କରିବାରେ ଗତ ୪ ବର୍ଷ ତଳେ ଯୋଉଁ ପଥପାର୍ଶ୍ୱ ବନୀକରଣ କରାଯାଥିଲା ତାହା ଅନୁଧାନ ପରେ ଜଣାପଡିବ ।

Next Post

ଗ୍ରାମ୍ୟ ନିର୍ମାଣ ବିଭାଗ ଅଧିକାରୀଙ୍କ ଅକଳନ ବିନା ରାସ୍ତାକାମ , ବିଭିନ୍ନ ପ୍ରକଳ୍ପରେ ଅନିୟମିତତା ,

Sat Apr 26 , 2025
ପଟ୍ଟାମୁଣ୍ଡାଇ ୧୪/୪ -ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଂଚଳରେ ବସବାସ କରୁଥିବା ଲୋକମାନଙ୍କ ଗମନାଗନର ସୁବିଧା ନିମନ୍ତେ ରାସ୍ତା ନିର୍ମାଣ ବାବଦରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଗ୍ରାମ୍ୟ ନିର୍ମାଣ ବିଭାଗ ଜରିଆରେ କୋଟି କୋଟି ଟଙ୍କା ବ୍ୟୟବରାଦ କରାଯାଇ ବ୍ଲକ ମୂଖ୍ୟାଳୟକୁ ସଂଜୋଗ କରୁଥିବା ବିଭିନ୍ନ ମୁଖ୍ୟ ମୁଖ୍ୟ ରାସ୍ତାଗୁଡ଼ିକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲକରାଇ ରାସ୍ତା ନିର୍ମାଣ କରାଉଛନ୍ତି। ହେଲେ ପଟ୍ଟାମୁଣ୍ଡାଇ ଗ୍ରାମ୍ୟ ନିର୍ମାଣ ବିଭାଗ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading