କେନ୍ଦ୍ରାପଡ଼ା,୨୨ା୬: ଅନ୍ତର୍ଯାତିକ ଯୋଗ ଦିବସ ଉପଲକ୍ଷେ ରବିବାର ସକାଳ ୭ଘଟିକା ସମୟରେ କେନ୍ଦ୍ରାପଡ଼ା ଲ’ କଲେଜ ଛକ ନିକଟ “ଶ୍ରୀ ବଳଦେବଜୀଉ ଏକାଡେମୀ ଅଫ ଡ୍ରାମା ଆଣ୍ଡ କଲଚର” ପ୍ରେକ୍ଷାଳୟରେ ସମ୍ମିଳିତ ଭାବେ ଯୋଗ କରାଯାଇଥିଲା । ଏହି ଯୋଗ ଶିବିରକୁ ନୃତ୍ୟ ପ୍ରିୟା ଡ୍ୟାନ୍ସ ଏକାଡେମୀ ଆଣ୍ଡ ରିସର୍ଚ୍ଚ ସେଣ୍ଟର, “ଶ୍ରୀ ବଳଦେବଜୀଉ ଏକାଡେମୀ ଅଫ ଡ୍ରାମା ଆଣ୍ଡ କଲଚର” ଓ ମାଟିବଂଶ ଅବଧାନ ସମାଜର ବହୁ ଯୋଗ […]
ODISHA
ପଟ୍ଟାମୁଣ୍ଡାଇ, ୨୨/୦୬ – ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରବିବାର ପଟ୍ଟାମୁଣ୍ଡାଇ ଫିଟ୍ ଅଫ ଫାୟାର ଡାନ୍ସ ଏକାଡେମୀ ପକ୍ଷରୁ ନୃତ୍ୟ ମାଧ୍ୟମରେ ଯୋଗର ମହତ୍ୱ ଓ ଉପକାରିତାକୁ ସୁନ୍ଦର ଭାବେ ପରିବେଷଣ କରାଯାଇଛି। ଏହି ଅବସରରେ ଏକାଡେମୀର ଛାତ୍ରୀଛାତ୍ରମାନେ ବିଭିନ୍ନ ଯୋଗାସନକୁ ନୃତ୍ୟର ତାଳ ଓ ଲୟ ସହିତ ଯୋଗ ଓ ନୃତ୍ୟ ମଧ୍ୟରେ ଥିବା ସାମଞ୍ଜସ୍ୟକୁ ଦର୍ଶାଯାଇଥିଲେ। ଯୋଗ କେବଳ ଶାରୀରିକ ସୁସ୍ଥତା ନୁହେଁ, ମାନସିକ ଶାନ୍ତି […]
ପଟ୍ଟାମୁଣ୍ଡାଇ ୨୨/୬ -ପଟ୍ଟାମୁଣ୍ଡାଇ ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛିି। ଏହି ଅଭିଯୋଗ ଗୁଡିକର ତ୍ୱରିତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଜିଲାପାଳ ରଘୁରାମ ଆର. ଆୟାର ଅଧ୍ୟକ୍ଷତା କରିଥିବା ବେଳେ ଶିବିରରେ ମୋଟ ୮୯ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ସେଥି ମଧ୍ୟରୁ ୭୯ଟି ବ୍ୟକ୍ତିଗତ ଓ […]
ପଟ୍ଟାମୁଣ୍ଡାଇ ୨୨/୬ – ପଟ୍ଟାମୁଣ୍ଡାଇ ଜଳସମ୍ପଦ କାର୍ଯ୍ୟାଳୟ ଠାରେ ଶାସନ ପଂଚାୟତର କେତେକ ଅଧିବାସୀ ଆମରଣ ଅନଶନରେ ବସିଛନ୍ତି । ୧୬ନଂ କେନାଲ ରାସ୍ତା କାର୍ଯ୍ୟ ପାଇଁ ଆସିଥିବା ଅର୍ଥ ଆଦୌ ବିନିଯୋଗ ନହୋଇ ମିଥ୍ୟା ବିଲ କରି ଅର୍ଥ ହଡପ କରାଯାଇଥିବା ଅନଶନକାରୀମାନେ ଅଭିଯୋଗ କରିଛନ୍ତି । ଏହାର ଉପଯୁକ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ଆମରଣ ଅନଶନ ଦେଇଛନ୍ତି । ଅନଶନରତ ପ୍ରଶାନ୍ତ ମହାନ୍ତି, ଧ୍ରୁବ ପାଣ୍ଡ୍ୱ […]
ପଟ୍ଟାମୁଣ୍ଡାଇ, ୨୦/୬. ପଟ୍ଟାମୁଣ୍ଡାଇ ପୌର ପରିଷଦ ପକ୍ଷରୁ ୩ ଧରି ଚାଲିଥିବା ଜବର ଦଖଲ ଉଛେଦ ଶନିବାର ଶେଷ ହୋଇଛି । ଗତକାଲି ଜବରଦଖଲ ଉଛେଦ ବନ୍ଦ ଥିବା ସ୍ଥାନରୁ ସରକାରୀ ଜାଗା ମାପ କରାଯାଇ ଜବର ଦଖଲ ଉଛେଦ ଆରମ୍ଭ କରାଯାଇଥିଲା । ଜେସିବି ଦ୍ୱାରା ରାସ୍ତାରୁ ଜବରଦଖଲ ଉଛେଦ କରାଯାଇଥିଲା । ପ୍ରଥମ ଦିନ ୩ଶହ ମିଟର ୨ୟ ଦିନ ୪୦୦ ମିଟର ଉଛେଦ କାର୍ଯ୍ୟ କରା […]
ପଟ୍ଟାମୁଣ୍ଡାଇ ତା ୨୦/୬- ରାଜ୍ୟର ନୂତନ ବିଜେପି ସରକାର କ୍ଷମତାକୁ ଆସିବାର ୨ବର୍ଷ ପୂରଣ ହୋଇଛି । ରାଜ୍ୟ ସରକାରଙ୍କ ନିର୍ଦେଶରେ ସାରା ରାଜ୍ୟରେ ପୂର୍ତ୍ତି ଉତ୍ସବ ପାଳନ କରାଯାଉଛି । ଏହି କ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକରେ ୪ଦିନ ଓ ବିଭିନ୍ନ ପଂଚାୟତରେ ୩ଦିନ ଧରି ସରକାରଙ୍କ ପୂର୍ତ୍ତି ଉତ୍ସବ ପାଳିତ ହେଉଛି । ଗତକାଲି ପଟ୍ଟାମୁଣ୍ଡାଇ ବ୍ଲକରେ ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତ୍ତି ଉତ୍ସବ ଅନୁଷ୍ଠିତ ହୋଇଛି । […]
ପଟ୍ଟାମୁଣ୍ଡାଇ ୨୦/୬ – ରାଜ୍ୟର ନୂତନ ଭାଜପା ସରକାର କ୍ଷମତାକୁ ଆସିବାର ୨ବର୍ଷ ପୂରଣ ହୋଇଛି । ରାଜ୍ୟ ସରକାରଙ୍କ ନିର୍ଦେଶରେ ସାରା ରାଜ୍ୟରେ ପୂର୍ତି ଉତ୍ସବ ପାଳନ କରାଯାଉଛି । ଏହି କ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକରେ ୪ଦିନ ଓ ବିଭିନ୍ନ ପଂଚାୟତରେ ୩ଦିନ ଧରି ସରକାରଙ୍କ ପୂର୍ତି ଉତ୍ସବ ପାଳିତ ହେବାକୁ ଥିଲା । ମାତ୍ର ଶନିବାର ପଟ୍ଟାମୁଣ୍ଡାଇ ଅଂଚଳର ୩୧ ଟା ପଂଚାୟତ ମଧ୍ୟରୁ ମାତ୍ର ୭ଟି […]
କେନ୍ଦ୍ରାପଡ଼ା,୨୦ା୬:ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମର ତୃତୀୟ ତଥା ଅନ୍ତିମ ଦିବସରେ ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଏକ ଜିଲ୍ଲାସ୍ତରୀୟ ଜୈବିକ କୃଷି କର୍ମଶାଳା ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସୁରେଶ ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଜୈବିକ କୃଷିର ମୂଳ ଧାରଣା ଓ ଗୁରୁତ୍ୱ, ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା, ଜୈବିକ ସାର ଓ ଜୈବ କୀଟନାଶକର ବ୍ୟବହାର, ଜୈବିକ […]
କେନ୍ଦ୍ରାପଡ଼ା,୨୦ା୬:ଏସ୍.ସି.ଇ.ଆର.ଟି ଦ୍ୱାରା ରାଜ୍ୟର ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯାଇଥିବା ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ଶିକ୍ଷକମାନେ ସଂଶୋଧନ କରି ପଢ଼ାଇବା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ଦିଆଯାଥିବା ନିର୍ଦ୍ଦେଶକୁ ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସଂଘ ଅତ୍ୟନ୍ତ ଦାୟିତ୍ୱହୀନ ଓ ଅପରିଣାମୀ ଦର୍ଶାଇ ଘୋର ନିନ୍ଦା କରିଛି। ପ୍ରାଥମିକ ଓ ପ୍ରାକ୍-ପ୍ରସ୍ତୁତି ସ୍ତରର କୋମଳମତି ପିଲାମାନଙ୍କୁ ଏପରି ତ୍ରୁଟିପୂର୍ଣ୍ଣ ପୁସ୍ତକ ଶିକ୍ଷକମାନେ ସଂଶୋଧିତ କରି ପଢ଼ାଇବା ଗୁଣାତ୍ମକ […]
ଗଣକବିଙ୍କ ୧୫୦ତମ ଜୟନ୍ତୀ ପାଳିତ କେନ୍ଦ୍ରାପଡ଼ା,୧୯ା୬:କେନ୍ଦ୍ରାପଡା ଜିଲ୍ଲା ସଂସ୍କୃତି ବିଭାଗ ଓ ପଳସିଂହା ଗୋପାଳ ଦାଶ ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ଗଣକବି ଗୋପାଳ ଦାଶଙ୍କ ୧୫୦ତମ ଜୟନ୍ତୀ ତାଙ୍କ ଜନ୍ମମାଟି ପଳସିଂହାରେ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ କଟକ-ଚାନ୍ଦବାଲି ରାସ୍ତାର ଗୋଗୁଆଛକରେ ଥିବା ଗୋପାଳ ଦାଶଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ସାମୁହିକ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହାପରେ ତାଙ୍କ ଜନ୍ମମାଟି ପଳସିଂହା ଗ୍ରାମରେ ନୂତନ […]

