ଅଳପୁଆ ସେତୁ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ,ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ

blank
ପଟ୍ଟାମୁଣ୍ଡାଇ ୪/୬-କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ଘାଟ ସେତୁ ନିର୍ମାଣ ପାଇଁ ରାଜ୍ୟ ସରକାର ଆବଶ୍ୟକ ଅର୍ଥ ମଂଜୁର କରିବା ସହିତ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଦୀର୍ଘ ଦିନର ଦାବୀ ପୂରଣ ହେବାକୁ ଯାଉଥିବାରୁ ସମଗ୍ର ଅଂଚଳରେ ଖୁସିର ଲହରୀ ଖେଳି ଯାଇଛି । ଏହି ସେତୁ ନିର୍ମାଣ ପାଇଁ ଗତ ୨୦୨୧ ମସିହା ଡ଼ିସେମ୍ବର ୧୫ ତାରିଖରେ ତତ୍କାଳୀନ ସରକାର ସମୟରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଦୀର୍ଘ ୪ବର୍ଷ ବିତି ଯାଇଥିଲେ ମଧ୍ୟ ଏହି ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନଥିଲା । ଏଥି ପାଇଁ ସମଗ୍ର ଧୋୟାଞ୍ଚଳବାସୀ ଉଦବେଗ ପ୍ରକାଶ କରିଥିଲେ । କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ସେତୁ ନିର୍ମାଣ ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ପୂର୍ତ୍ତ ମନ୍ତ୍ରୀଙ୍କୁ ଭେଟି ଦାବୀ କରିଥିଲେ । ସେହିପରି କେନ୍ଦ୍ରାପଡ଼ା ବିଧାନସଭା ବିଜେପି ବିଧାୟିକା ପ୍ରାର୍ଥୀ ଗୀତାଞ୍ଜଳୀ ସେଠୀ ଧୋୟାଞ୍ଚଳବାସୀଙ୍କ ଗମନା ଗମନ ସମସ୍ୟା ଦୂର ପାଇଁ ଅଳପୁଆ ସେତୁ ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ପୂର୍ତ୍ତ ମନ୍ତ୍ରୀଙ୍କୁ ଭେଟି ଦାବୀ କରିଥିଲେ । ସବୁ ସ୍ତରରେ ସରକାର ଉପରେ ଚାପ ସୃଷ୍ଟି ହେବା ପରେ ନାବାର୍ଡ ସହାୟତାରେ ଅଳପୁଆ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ସରକାରୀ ଟେଣ୍ଡର ଆହ୍ୱାନ କରାଯାଇଛି । ଏହି ସେତୁ ଅଳପୁଆର ଦାମୋଦରପାଟଣା ଠାରୁ ଆରମ୍ଭ ହୋଇ ଧୁମାନ୍ତଠାରେ ସଂପୂର୍ଣ୍ଣ ହେବ ବୋଲି ଜଣା ପଡିଛି। ଏହାଦ୍ଵାରା କେନ୍ଦ୍ରାପଡ଼ା ଜିଲ୍ଲା ସମେତ ନିକଟବର୍ତ୍ତୀ ଯାଜପୁରଜିଲ୍ଲାର କାଇପଡା,ଅନ୍ୟାସପୁର ଠାରୁ ଆରମ୍ଭ କରି ଅନେକ ଅଂଚଳ ଉପକୃତ ହେବା ସଙ୍ଗେସଙ୍ଗେ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ବ୍ଲକର ବହୁ ଲୋକ ଉପକୃତ ହେବେ ବୋଲି ଜଣାଯାଇଛି। ଯାହାଫଳରେ ସମଗ୍ର ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଏଥି ପାଇଁ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ପୂର୍ତ୍ତ ମନ୍ତ୍ରୀ ପୃଥିରାଜ ହରିଚନ୍ଦନଙ୍କୁ‌ କୃତଜ୍ଞତା ଜ୍ଞାପନ କରିଛନ୍ତି । ଧୋୟାଞ୍ଚଳବାସୀ ଙ୍କ ସୁବିଧା ପାଇଁ ଅଳପୁଆ ସେତୁ ନିର୍ମାଣ ଦିଗରେ ସରକାର ପଦକ୍ଷେପ ନେଇଥିବାରୁ ବିଜେପି ନେତ୍ରୀ ଗୀତାଞ୍ଜଳି ସେଠୀ ମଧ୍ୟ ମୁଖ୍ୟମନ୍ତ୍ରୀ ଓ ପୂର୍ତ୍ତ ମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Next Post

ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ ମୋ ସ୍କୁଲ ଅଭିଯାନ କମିଟି ବୈଠକ

Wed Jun 4 , 2025
ପଟ୍ଟାମୁଣ୍ଡାଇ ୪/୬- ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲ ମୋ ସ୍କୁଲ ଅଭିଯାନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ମୋ ସ୍କୁଲ ଅଭିଯାନ କମିଟି ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ବରିଷ୍ଠ ସଦସ୍ୟ ଡ଼ କେଳୁ ଚରଣ ସ୍ୱାଇଁ ଗୋପୀ ବଲ୍ଲଭ ନାୟକ, ଗୋପୀନାଥ ତ୍ରିପାଠୀ, ନିଶିକାନ୍ତ ପ୍ରଧାନ, ରମେଶ ଦେ ହାଇସ୍କୁଲର ବିଭିନ୍ନ ସମସ୍ୟା ଯଥା ଆବଶ୍ୟକ ଶିକ୍ଷକ ଅଭାବ ଦୂର ପାଇଁ ଜିଲ୍ଲା ଶିକ୍ଷାଧିକାରୀ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading