ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ ମୋ ସ୍କୁଲ ଅଭିଯାନ କମିଟି ବୈଠକ

blank
ପଟ୍ଟାମୁଣ୍ଡାଇ ୪/୬- ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲ ମୋ ସ୍କୁଲ ଅଭିଯାନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ମୋ ସ୍କୁଲ ଅଭିଯାନ କମିଟି ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ବରିଷ୍ଠ ସଦସ୍ୟ ଡ଼ କେଳୁ ଚରଣ ସ୍ୱାଇଁ ଗୋପୀ ବଲ୍ଲଭ ନାୟକ, ଗୋପୀନାଥ ତ୍ରିପାଠୀ, ନିଶିକାନ୍ତ ପ୍ରଧାନ, ରମେଶ ଦେ ହାଇସ୍କୁଲର ବିଭିନ୍ନ ସମସ୍ୟା ଯଥା ଆବଶ୍ୟକ ଶିକ୍ଷକ ଅଭାବ ଦୂର ପାଇଁ ଜିଲ୍ଲା ଶିକ୍ଷାଧିକାରୀ ଓ ଶ୍ରେଣୀ ଗୃହ ଅଭାବ ଦୂର ପାଇଁ ପୂର୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା ସହିତ ଦାବୀ ଉପସ୍ଥାପନ ପାଇଁ ନିଷ୍ପତି ନିଆଯାଇଥିଲା । ମୋ ସ୍କୁଲ ଅଭିଯାନ କମିଟି ସମ୍ପାଦକ ପୂର୍ବ ବୈଠକ ବିବରଣୀ ଉପସ୍ଥାପନ କରିଥିଲେ । ଏମଏନ ହାଇସ୍କୁଲ ଛାତ୍ରୀଛାତ୍ରଙ୍କ ମଧ୍ୟାହ୍ନ ଭୋଜନ ଗୃହ ନିର୍ମାଣ ପାଇଁ ବିଧାୟକ ଧ୍ରୁବ ସାହୁ ତାଙ୍କ ବିଧାୟକ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ମଂଜୁର କରିଥିବାରୁ ବୈଠକରେ ବିଧାୟକଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଶେଷରେ ବରିଷ୍ଠ ଶିକ୍ଷକ ସୁଜୟ ରାଉତରାୟ ଧନ୍ୟବାଦ ଦେଇଥିଲେ ।

Next Post

ତାଲୁକ ଆଇନ ସେବା ସମିତି ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

Thu Jun 5 , 2025
ପଟ୍ଟାମୁଣ୍ଡାଇ ୫/୬ – ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ବିଶ୍ୱ ପରିବେଶ ଦିବସ ଅବସରରେ ବଡପଡା ସରକାରୀ ମହାବିଦ୍ୟାଳୟ ପରିସରରେ ତାଲୁକ ଆଇନ ସେବା ସମିତିି ଅଧ୍ୟକ୍ଷା ତଥା ସିନିଅର ସିଭିଲ ଜର୍ଜ ଅପୂର୍ବା ଚୌଧୁରୀଙ୍କ ତତ୍ୱବଧାନରେ ବିଭିନ୍ନ ରକମର ବୃକ୍ଷ ରୋପଣ କରାଯାଇଥିଲା । ଏନେଇ ଏକ ସଚେତନତା କାର୍ଯକ୍ରମରେ ତାଲୁକ ଆଇନ ସେବା ସମିତିି ଅଧ୍ୟକ୍ଷା ଅପୂର୍ବା ଚୌଧୁରୀ କହିଥିଲେ ଯେ ଜଙ୍ଗଲ ବଂଚିଲେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading