
ଡେରାବିସ ୩/୬– ୮୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ସମସ୍ତ ବୃଦ୍ଧ ବୃଦ୍ଧାଙ୍କୁ ବାର୍ଦ୍ଧକ୍ୟ ଭତା ୩୫୦୦ ଟଙ୍କା ପ୍ରଦାନ ଲାଗି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇ ପ୍ରଦାନ କରାଗଲାଣି। କିନ୍ତୁ ବୟସ ହୋଇଯିବା ପରେ ବି ବର୍ଦ୍ଧିତ ଭତା ପାଇବାରୁ ବଂଚିତ ହୋଇଛନ୍ତି କେନ୍ଦ୍ରାପଡା ଜିଲା ଡେରାବିସ ବ୍ଲକ ଲକ୍ଷ୍ମୀନାରାୟଣ ପଂଚାୟତର ନୂଆହାଟ ଗ୍ରାମରେ ରହୁଥିବା ଜଣେ ଅସାହାୟ ୮୩ ବର୍ଷ ବୟସର ବୃଦ୍ଧା ବିମଳି ଜେନା ।
ନୂଆହାଟ ଗ୍ରାମରେ ରହୁଥିବା ଅସହାୟ ବୃଦ୍ଧା ବିମଳି ଏଯାଏଁ ୩୫୦୦ ଟଙ୍କା ଭତା ପାଇ ନାହାଁନ୍ତି । ପୂର୍ବରୁ ସରକାରଙ୍କ ପକ୍ଷରୁ ବିମଳି ପାଇଥିବା ମାସିକ ହଜାର ଟଙ୍କା ଭତାରେ ବହୁ କଷ୍ଟରେ ନିଜର ଜୀବନ ନର୍ବାହ କରୁଛନ୍ତି । ପାଖରେ ରହୁଥିବା ଝିଅ ଦେବସ୍ମିତା ଜଣେ ଭିନ୍ନକ୍ଷମ ହୋଇଥିବା ବେଳେ ଭଙ୍ଗା ଚାଳିିଆ ଘରେ ଜୀବନ ବତାଉଛନ୍ତି । ଛପର ନଥିବାରୁ ସେ ଭଙ୍ଗାମାଟିଘର ଉପରେ ଏକ ପଲିଥିନ ପକାଇ ବର୍ଷା ଦଉରୁ ନିଜକୁ ବଂଚାଇ ରଖିଛନ୍ତି । ଚାଲିବାର ଶକ୍ତି ହରାଇଥିବା ବିମଳି ଏ ଭଙ୍ଗା ଚଳିଆ ବରଣ୍ଡାରେ ପଡି ରହିଛନ୍ତି । ସେହିପରି ଭିନ୍ନକ୍ଷମ ଝିଅ ଦେବସ୍ମିତା ୬୦ ପ୍ରତିଶତ ଦିବ୍ୟାଙ୍ଗ ଥିଲେ ମଧ୍ୟ ତାଙ୍କୁ ଏ ପର୍ଯ୍ୟନ୍ତ ଭିନ୍ନକ୍ଷମ ଭତା ମିଳୀପାରି ନାହିଁ । ବିମଳିଙ୍କୁ ଗୋଟିଏ ବାସଗୃହ ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ବ୍ଲକ ଓ ଜିଲା ପ୍ରଶାସନ ନିକଟରେ ବାରମ୍ବାର ଗ୍ରୁୁହାରି କରାଯାଉଥିଲେ ମଧ୍ୟ ବାସଗୃହ ଖଣ୍ଡଣ୍ଡିଏ ଦେବା ପାଇଁ ଏଯାଏ ପ୍ରଶାସନୀକ ସ୍ତରରେ ଉଦ୍ୟମ ହୋଇନଥିବା ଗ୍ରାମର ନଟବର ବେହେରା କହିଛନ୍ତି । ବିମଳିଙ୍କୁ ତୁରନ୍ତ ବାସଗୃହ ଯୋଜନାରେ ସାମିଲ କରାଯିବା ସହିତ ସରକାରଙ୍କ ବଦ୍ଧିିତ ଭତା ୩୫୦୦ ଟଙ୍କା ଏବଂ ଭିନ୍ନକ୍ଷମ ଦେବସ୍ମିତାଙ୍କୁ ଭିନ୍ନକ୍ଷମ ଭତା ଦେବାପାଇଁ ନଟବରଙ୍କ ସମେତ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି । ଏବିଷୟରେ ବିଡିଓ ମନିତା ବାରିକଙ୍କୁ ଯୋଗାଯୋଗ କରାଯିବାରୁ ବିମଳିକୁ ଅନ୍ତଦ୍ୱୟ ଯୋଜନାରେ ବାସଗୃହ ଯୋଗାୟୀ ଦେବାପାଇଁ ପଦକ୍ଷେପ ନିୟାଯାଉଛି । ଏଥି ସହିତ ବଦ୍ଧିଭତା କିପରି ପାଇବେ ସେନେଇ ବ୍ୟବସ୍ଥା କରାଯିବ ବୋଲି ବିଡିଓ ମନିତା କହିଛନ୍ତି ।
