ତାଲୁକ ଆଇନ ସେବା ସମିତି ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

blank
ପଟ୍ଟାମୁଣ୍ଡାଇ ୫/୬ – ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ବିଶ୍ୱ ପରିବେଶ ଦିବସ ଅବସରରେ ବଡପଡା ସରକାରୀ ମହାବିଦ୍ୟାଳୟ ପରିସରରେ ତାଲୁକ ଆଇନ ସେବା ସମିତିି ଅଧ୍ୟକ୍ଷା ତଥା ସିନିଅର ସିଭିଲ ଜର୍ଜ ଅପୂର୍ବା ଚୌଧୁରୀଙ୍କ ତତ୍ୱବଧାନରେ ବିଭିନ୍ନ ରକମର ବୃକ୍ଷ ରୋପଣ କରାଯାଇଥିଲା । ଏନେଇ ଏକ ସଚେତନତା କାର୍ଯକ୍ରମରେ ତାଲୁକ ଆଇନ ସେବା ସମିତିି ଅଧ୍ୟକ୍ଷା ଅପୂର୍ବା ଚୌଧୁରୀ କହିଥିଲେ ଯେ ଜଙ୍ଗଲ ବଂଚିଲେ ପରିବେଶ ସୁନ୍ଦର ଓ ସ୍ୱଚ୍ଛତା ରହିବ ଜଳବାୟୁ ସୁସ୍ଥ ରହିବ ବର୍ଷା, ଶୀତ ଓ ଗରମ ନିୟମିତ ରହିବ ଯାହାକି ଏବେ ପରିବେଶ ଦୂଷିତ ଯୋଗୁ ଜଳବାୟୁରେ ମଧ୍ୟ ପାରିବର୍ତନ ହେଉଛି। ତେଣୁ ପରିବେଶ ବଂଚଇବାକୁ ଅଂଚଳରେ ଅଧିକରୁ ଅଧିକ ବୃକ୍ଷରୋପଣ କରାଯିବା ସହ ଜଙ୍ଗଲରେ ପାରମ୍ପରିକ ବୃକ୍ଷ ତଥା ଆମ୍ବ, ମହୁଲ, ପଣସ, ଲିଚୁ, ଜାମୁକୋଳି ଭଳି ଗଛ ଲଗାଇଲେ ଲୋକଙ୍କ ଜୀବନଜୀବିକା ସ୍ୱାବଲମ୍ବୀ ହେବା ସହ ଜଙ୍ଗଲ ସୃଷ୍ଟି ହୋଇପାରିବ । ପ୍ରତ୍ୟେକ ବ୍ୟକ୍ତି ଅତି କମରେ ୧୦ଟି ଲେଖାଏଁ ଗଛ ଲଗାଇବା ପାଇଁ କହିିଥିଲେ । ଏହି କାର୍ଯ୍ୟକ୍ରମାରେ କଲେଜ ଅଧ୍ୟକ୍ଷ ମନ୍ମଥ ପାତ୍ର, ଶ୍ରୀକାନ୍ତ ଦାସ, ଅମେରେନ୍ଦ୍ର ପତି, ସେକ ଇମଦାଦ ଅଲ୍ଲୀ, ପ୍ରଦୀପ୍ତ କିଶୋର ମୁଦୁଲି, ଆଦିକନ୍ଦ ରାଉତ, ରମେଶ ଚନ୍ଦ୍ର ଦାସ ନାରାୟଣ ସ୍ୱାଇଁ, ବନ ବିହାରୀ ନାୟକ, ବରିଷ୍ଠ ଆଇନୀଜୀବୀ ପ୍ରତାପ କୁମାର ପୃଷ୍ଟି, ଫ୍ରଂଟ ଅଫିସ ରିଟେନର କମ ରିମାଣ୍ଡ ଓକିଲ ଧୀରେନ୍ଦ୍ର ନାଥ ସାହୁ, ସୁବ୍ରତ ପଣ୍ଡା, ଅମେରେନ୍ଦ୍ର ରାଉତ, ରାଜନାରାୟଣ ସାମନ୍ତରାୟ, ଅପର୍ଣ୍ଣା ସାମଲ, ମୋହନ ଦାଶ, ରେଂଜ଼ର ଶାନ୍ତନୁ ଦଳାଇଙ୍କ ସହିତ ବନ କର୍ମଚାରୀ ସାମିଲ ଥିଲେ

Next Post

ଏମ ଏନ ହାଇସ୍କୁଲ ପୁରାତନ ଛାତ୍ର ସଂସଦର ବୈଠକ

Thu Jun 5 , 2025
ପଟ୍ଟାମୁଣ୍ଡାଇ ୫/୬ – ପଟ୍ଟାମୁଣ୍ଡାଇ ଅଂଚଳର ସର୍ବ ପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ରସଂସଦ ବୈଠକ ସଂସଦ ସଭାପତି ପ୍ରଫେସର ଦୁର୍ଯୋଧନ ପରିଡାଙ୍କ ପୌରହିତ୍ୟରେ ବିଦ୍ୟାଳୟ ସଭା ଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆସନ୍ତା ୨୯ରେ ପୁରାତନ ଛାତ୍ର ସଂସଦର ବାର୍ଷିକ ଉତ୍ସବକୁ ସରସ ସୁନ୍ଦର ଓ ସଫଳ କରିବା ପାଇଁ ପୁରାତନ ଓ ନୂତନ ଛାତ୍ରୀଛାତ୍ରମାନେ ବହୁ ସଂଖ୍ୟାରେ ଯୋଗ ଦେବାକୁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading