
ପଟ୍ଟାମୁଣ୍ଡାଇ ତା ୫/୬-ପଟ୍ଟାମୁଣ୍ଡାଇ ପଂଚାୟତ ସମିତି ବୈଠକ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି । ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟଙ୍କ ପୌରହିତ୍ୟରେ ଗୁରୁବାର ଅନୁଷ୍ଠିତ ୫ମ ସାଧାରଣ ବୈଠକରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଯୋଗ ଦେଇ ପଟ୍ଟାମୁଣ୍ଡାଇ ପଂଚାୟତ ସମିତର ସାମଗ୍ରିକ ବିକାଶ ପାଇଁ ସମ୍ପୂର୍ଣ ସହଯୋଗ କରିବା ସହ ପଟ୍ଟାମୁଣ୍ଡାଇକୁ ଜିଲ୍ଲାର ଏକ ନମ୍ବର ପଂଚାୟତ ସମିତି କରିବା ପାଇଁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ । ବୈଠକରେ ବିଶେଷ ଭାବରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଗ୍ରାମସଭାରୁ ପାରିତ ହୋଇଥିବା ପ୍ରକଳ୍ପରୁ ବାର୍ଷିକ ଅନୁଦାନ ରାଶିର ଶତକଡା ୬୦ ଭାଗ ଅର୍ଥର ପ୍ରକଳ୍ପ ଓ ଅବଶିଷ୍ଟ ୪୦ ଭାଗ ଅର୍ଥର ପ୍ରକଳ୍ପ ବିଧାୟକଙ୍କ ଅନୁମୋଦନରେ ଚୟନ କରାଯାଇଥିଲା । ଏଥିରେ ଗ୍ରାମାଞ୍ଚଳର ଉନ୍ନତି ପାଇଁ ରାସ୍ତା ନିର୍ମାଣ, କମ୍ୟୁନିଷ୍ଟ ସେଣ୍ଟର ନିର୍ମାଣ, ଖେଳ ପଡିଆର ଉନ୍ନତିକରଣ, ବିଦ୍ୟାଳୟର ନୂତନ ଶ୍ରେଣୀ ଗୃହ ନିର୍ମାଣ ଓ କ୍ରୀଡା ଯୁବ ବିକାଶ ପ୍ରକଳ୍ପ ଆଦି ପ୍ରକଳ୍ପକୁ ଅଗ୍ରାଧିକାର ଦିଆଯାଇଥିଲା । ପ୍ରଥମ ବର୍ଷରେ ବ୍ଲକକୁ ମିଳିଥିବା ୩ କୋଟି ୯୪ ଲକ୍ଷ ୧୬ ହଜାର ଟଙ୍କା ବିନିମୟରେ ଅନୁମୋଦନ ହୋଇଥବା ୧୦୧ଟି ପ୍ରକଳ୍ପ କାର୍ଯ୍ୟକୁ ଆସନ୍ତା ବର୍ଷା ଋତୁ ପୂର୍ବରୁ ତୁରନ୍ତ ସଂପୂର୍ଣ୍ଣ କରିବାକୁ ବୈଠକରେ ନିଷ୍ପତି ନିଆଯାଇଥିଲା ।ଏହି ବୈଠକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଗୃହ ପାଇଁ ଆବେଦନ କରିଥିବା ୧୮ ହଜାର ୩୦୨ ଗରିବ ଲୋକଙ୍କୁ ସ୍ୱଚ୍ଛତାର ସହିତ ପକ୍କା ଘର ଯୋଗାଇ ଦେବା ଉପରେ ବୈଠକରେ ଗୁରୁତ୍ୱରୋପ କରାଯାଇ ଥିଲା ।ଏଥି ସହିତ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ପାଇଁ ବ୍ଲକରୁ ଚୟନ କରାଯାଇଥିବା ୨୧୦ଟି ଗଭୀର ନଳକୂପ ମଧ୍ୟରୁ ପ୍ରାୟ ୬୦ଟି ନଳକୂପ ଟେଣ୍ଡର ମାଧ୍ୟମରେ ଚୟନ କରାଯାଇ ଖନନ ଆରମ୍ଭ ହୋଇଥିବା ସମ୍ପର୍କରେ ଆଲୋଚନା କରାଯାଇ ଅଧକ୍ଷଙ୍କୁ ଧନ୍ୟବାଦ ଦିଆଯାଇଥିଲା । ଏହି ବୈଠକରେ ସାଂସଦଙ୍କ ପ୍ରତିନିଧି ସୁନାକର ବେହେରା, ମଣ୍ଡଳ ଉନ୍ନୟନ ଅଧିକାରୀ ଅଶୋକ କୁମାର ମହାନ୍ତି, ବ୍ଲକ ସହନିର୍ବାହୀ ଯନ୍ତ୍ରୀ ରୋଜାଲିନ ମହାଳିକ, ସହକାରୀ ଯନ୍ତ୍ରୀ ବିନୟ ମିଶ୍ର ଜ୍ୟୋତିର୍ମୟୀ ସାହୁ, ତପସ୍ୱିନୀ ମହାପାତ୍ର, ବନ୍ଦିତା ବେହେରା, ମୋନାଲିସା ପ୍ରଧାନ ସ୍ନିଗ୍ଧା ସାହୁଙ୍କ ସମସ୍ତ ଲାଇନ ଡିପାର୍ଟମେଣ୍ଟର ଅଧିକାରୀଙ୍କ ସମେତ ସରପଞ୍ଚ ଲଷ୍ମୀପ୍ରିୟା ଷଡ଼ଙ୍ଗୀ,ସନ୍ତୋଷ ସେଠୀ,ବୁଦ୍ଧିରାମ ବେହେରା, ପ୍ରିୟବ୍ରତ ଓଝା ବନୋଜ ସେଠୀ,ସନ୍ତୋଷିନୀ ଜେନା ସଂଗ୍ରାମ ବାରିକ,ରଂଜିତା ସାହୁ ଜ୍ଞାନରଞ୍ଜନ ଖଣ୍ଡାୟୀ, ଅନିଲ ଲେଙ୍କା ନରେଶ ମଳିକ,ପଦ୍ମିନୀ ବେହେରା, ଦୀପ୍ତିମୟୀ ପରିଡା,ଅନ୍ନପୂର୍ଣ୍ଣା ସେଠୀ ଦେବବ୍ରତ ନାୟକ, ନିରାକାର ନାୟକ, ଯଶୋମତୀ ରାଉତ, ଅନୁସୟା ନାଥ, ଶତ୍ରୁଘ୍ନ ମଳିକ, ସ୍ମୁତିରେଖା ସ୍ୱାଇଁ, କଳ୍ପନା ଜେନା ସମିତି ସଭ୍ୟ ଶଶାଙ୍କ ଶେଖର ବିଶ୍ୱାଳ, ଅଭୟ ସ୍ୱାଇଁ, ମାନସ ମଳିକ, ବିଶ୍ୱରଂଜନ ଭୂୟାଁ, ସୁବାସ ବାରିକ,ପର୍ଶୁରାମ ବେହେରା, ସୁନୀଲ ସାମନ୍ତରାୟ, ସୁରେଶ ଜେନା,ନିରଞ୍ଜନ ବାରିକ ରାମଚନ୍ଦ୍ର ସେଠୀ,ତୃପ୍ତିମୟୀ ମଲିକ ପଦ୍ମଜା ପ୍ରିୟ ଦର୍ଶନୀ କର, ରେଣୁକା ସେଠୀ, ଡଲି ପରିଡା, କୈଳାଶ ପରିଡା, ଅନ୍ନପୂର୍ଣ୍ଣା ମଲ୍ଲିକ, ସସ୍ମିତା ଜେନା, ଉତ୍ତମ ଯେନା, କୁନି ସିଂ ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଭାଗ ନେଇଥିଲେ । ଶେଷରେ ଉପାଧ୍ୟାକ୍ଷା ଜୟନ୍ତୀ ସ୍ୱାଇଁ ଧନ୍ୟବାଦ ଦେଇଥିଲେ ।
