କେନ୍ଦ୍ରାପଡା,୧୨ା୫: ତୁଳସୀ କ୍ଷେତ୍ରାଧିଶ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଗୁପ୍ତକ୍ଷେତ୍ର ସଖିବଟ ପରିସରରେ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଏବଂ ରେଡ଼ିଓ ଭାବଗ୍ରାହୀର ମିଳିତ ଆନୁକୂଲ୍ୟରେ ଭକ୍ତି ସଙ୍ଗୀତ ଆଲବମ୍ ‘ସଖିବଟ’ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ସିଦ୍ଧ ବଳଦେବଜୀଉଙ୍କୁ ସମର୍ପଣ କରାଯିବା ପରେ ଲୋକାର୍ପିତ ହୋଇଯାଇଛି। ବିଶିଷ୍ଟ କଣ୍ଠଶିଳ୍ପୀ, ଗୀତିକାର ତଥା ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ବଳିଷ୍ଠ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନାରେ ରେଡ଼ିଓ ଭାବଗ୍ରାହୀର […]
ODISHA
କେନ୍ଦ୍ରାପଡ଼ା,୧୨ା୫ : କେନ୍ଦ୍ରାପଡା ଜିଲ୍ଲାର ସର୍ବପୁରାତନ ଡାଇମଣ୍ଡ ଜୁବଲି ପାଠାଗାରର ଉନ୍ନତି ପାଇଁ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସ ଏକଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଏହି ଅବସରରେ ଡ. ଦାସ କହିଛନ୍ତି ଡାଇମଣ୍ଡ ଜୁବଲି ପାଠାଗାରରେ ଅଧ୍ୟୟନ କରି ଜିଲ୍ଲାର ଅନେକ ଛାତ୍ରଛାତ୍ରୀ ଦେଶବିଦେଶରେ ପ୍ରତିଷ୍ଠାଲାଭ କରିଛନ୍ତି। ସେ ମଧ୍ୟ ତାଙ୍କ ଛାତ୍ର ଜୀବନରେ ଏହି ପାଠାଗାରରେ ଅଧ୍ୟୟନ କରିଥିଲେ। ତେଣୁ ପାଠାଗାର […]
କେନ୍ଦ୍ରାପଡ଼ା,୧୨ା୫:କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କୁ ସୋମବାର ଗଜ ଉଦ୍ଧାରଣ ବେଶ କରାଯାଇଛି। ଆଜି ବୈଶାଖ ପୂର୍ଣ୍ଣମୀରେ ତୁଳସୀ କ୍ଷେତ୍ରର କ୍ଷେତ୍ରାଧିପତି ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଗଜ ଉଦ୍ଧାରଣ ବେଶ ଭକ୍ତମାନଙ୍କୁ ବେଶ ଆମୋଦିତ କରିଥିଲା। ଶ୍ରୀଜୀଉଙ୍କ ସନ୍ଧ୍ୟା ନୀତି ସମ୍ପନ୍ନ ପରେ ଏହି ବେଶ କରାଯାଇଥିଲା। ଶ୍ରୀଜଗନ୍ନାଥଙ୍କ ପାଖରେ ପକ୍ଷୀରାଜ ଗରୁଡ଼ ବିରାଜ ମାନ ଅଛନ୍ତି। ତାଙ୍କ କାନ୍ଧରେ ମହାଲକ୍ଷ୍ମୀ ଓ ନାରାୟଣ ବସିଛନ୍ତି। ନାରାୟଣଙ୍କ ହସ୍ତରେ ଶଙ୍ଖଚକ୍ର ଗଦାପଦ୍ମ ରହିଛି। […]
ପଟ୍ଟାମୁଣ୍ଡାଇ ତା ୧୨/୫- ପଟ୍ଟାମୁଣ୍ଡାଇ ପୌରାଞ୍ଚକ ଅନ୍ତର୍ଗତ ୯ନଂ ୱାର୍ଡ ନୂଆଗାଁ ଠାରେ ଗତ ୧୦, ୧୧, ୧୨ ତାରିଖ ତିନି ଦିନ ଧରି ଅଷ୍ଟମପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମେ ଶୁଭଧିବାସ, ନାମ ସଂକ୍ରିତନ ଓ ନଗର କୀର୍ତନ ଅନୁଷ୍ଠିତ ହୋଇ ଥିଲା । ବେଦଜ୍ଞ ବ୍ରାହ୍ମଣ ପଣ୍ଡିତ ମାନେ ଠାକୁରଙ୍କ ପୂଜାର୍ଚନା ଓ ସମସ୍ତ ପୂଜାଵିଧି ନୀତିକ୍ରାନ୍ତି ସମ୍ପନ୍ନ କରିଥିଲେ । ଏହି ମହାର୍ଘ୍ୟ […]
ପଟ୍ଟାମୁଣ୍ଡାଇ ୧୨/୫ -କେନ୍ଦ୍ରାପଡା ଜିଲାବାସୀଙ୍କୁ କଲବଲ କରୁଛି ଅଘୋଷିତ ବିଦ୍ୟୁତ କାଟ୍ । ଦିନ ହେଉ ବା ରାତି, ନିୟମିତ ଘଂଟା ଘଂଟା ବିଦ୍ୟୁତ କାଟ ଯୋଗୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି । ଜନସାଧାରଣଙ୍କୁ ଗ୍ରୀଷ୍ମ ପ୍ରବାହରୁ ରକ୍ଷା କରିବା ନିରନ୍ତର ବିଦ୍ୟୁତ ସେବା ଯୋଗାଇବା ସହିତ ଅଘୋଷିତ ବିଦ୍ୟୁତକାଟ ବନ୍ଦ ପାଇଁ ସରକାର କଡା ନିର୍ଦେଶ ଦେଇଛନ୍ତି ।ସହର ହେଉ ଅବା ଗ୍ରାମାଂଚଳ ପ୍ରତି ଦିନ […]
କେନ୍ଦ୍ରାପଡ଼ା,୧୧ା୫ :କେନ୍ଦ୍ରାପଡ଼ା ଜିଲ୍ଲା ଇତିହାସ ରଚୟିତା ସ୍ୱର୍ଗତ ପ୍ରତାପ ରାୟଙ୍କ ପଞ୍ଚମ ପୂଣ୍ୟତିଥି ରବିବାର ଗରାପୁରସ୍ଥିତ ଶ୍ରୀଗୋପାଳଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଉତ୍କଳ ସମ୍ମିଳନୀ ସଭାପତି ସୁଦର୍ଶନ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅଲେଖ ଚନ୍ଦ୍ର ପଢିଆରୀ, ସମ୍ମାନୀତ ଅତିଥି ଭାବେ ସାହିତ୍ୟିକ ଶଶଧର ପଣ୍ଡା, ସାହିତ୍ୟିକ ଅଧ୍ୟାପକ ଡ. ଶ୍ରୀଧର ସାମଲ, ବାଇମୁଣ୍ଡି ସାହିତ୍ୟ […]
କେନ୍ଦ୍ରାପଡ଼ା,୧୧ା୫:କେନ୍ଦ୍ରାପଡା ସହରର ବିଭିନ୍ନ ସ୍ଥାନରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କର ଏଟିଏମ ଗୁଡିକରେ ରବିବାର ଅର୍ଥ ନଥିବାରୁ ଗ୍ରାହକମାନେ ଟଙ୍କା ଉଠାଇବାକୁ ଯାଇ ହତାଶ ହୋଇ ଫେରିଥିବା ଦେଖାଯାଇଛି। ଏବେ ବିଭାଘର ପାଇଁ ଲୋକମାନେ ବିଭିନ୍ନ ଜିନିଷପତ୍ର କିଣାକିଣି କରିବାକୁ କନ୍ଦ୍ରୋପଡା ସହରକୁ ଆସିଥିବା ବେଳେ ଷ୍ଟେଟବ୍ୟାଙ୍କର ଏଟିଏମ ଗୁଡିକରେ ଟଙ୍କା ଉଠାଇବାକୁ ଲମ୍ବା ଲାଇନ ଲଗାଇଥିଲେ। କିନ୍ତୁ ଏଟିଏମ ଗୁଡିକରେ ଅର୍ଥ ନଥିବାରୁ ସେମାନେ ଟଙ୍କା ଉଠାଇ ନପାରି ହତାଶ […]
କେନ୍ଦ୍ରାପଡ଼ା,୧୧ା୫: କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କର ରବିବାର ନୃସିଂହ ଅବତାର ବେଶ ହୋଇଡଛି। ବୈଶାଖ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ମହାପ୍ରଭୁ ନୃସିଂହ ଅବତାର ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ସନ୍ଧ୍ୟାରେ ପହୁଡ଼ ଖୋଲାଯାଇ ଉଠାଣୀ ନୀତି ସମ୍ପନ୍ନ ପରେ ପୂଜାପଣ୍ଡାଙ୍କ ଦ୍ୱାରା ନୃସିହ ଅବତାର ବେଶ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଶୁକ୍ଳ ମଉଳି ପିନ୍ଧାଯାଇ ମଣ୍ଡଳ ଲଗା ଯାଇଥିଲା। ଶ୍ରୀବଳଦେବ ଜୀଉଙ୍କୁ ଶ୍ରୀଭୁଜ ପୟର ପାଟ, […]
କେନ୍ଦ୍ରାପଡ଼ା,୧୧ା୫ :ଯୁଦ୍ଧ ବିରତି ପାଇଁ ଦୁଇଦେଶ ରାଜି ହେବା ପରେ ଏହାକୁ ଉଲ୍ଲଙ୍ଘନ କରି ପାକିସ୍ତାନ ଭାରତ ସୀମାକୁ ଗୁଳି ବର୍ଷା କରିଥିଲା। ପାକିସ୍ତାନର ଏହି ଯୁଦ୍ଧ ବିରତି ଉଲ୍ଲଙ୍ଘନକୁ ନେଇ କେନ୍ଦ୍ରାପଡା ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି। କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଓ ମହାକାଳପଡା ବ୍ଲକକୁ ଛୁଉଁଥିବା ସମୁଦ୍ର ଉପକୂଳରେ କୈାଣସି ଅନୁପ୍ରବେଶ ଆଶଙ୍କା କରି ଜିଲ୍ଲା ପୋଲିସ ମୁଖ୍ୟାଳୟର ନିର୍ଦେଶରେ ଉଭୟ ବ୍ଲକର ସାମୁଦ୍ରିକ ଥାନା(ତାଳଚୂଆ, […]
କଶ୍ମୀର ୧୦/୫- ଭାରତ-ପାକିସ୍ତାନ ଅସ୍ତ୍ରବିରତି ଘୋଷଣାର କିଛି ଘଣ୍ଟା ମଧ୍ୟରେ, ପାକିସ୍ତାନ ପୁଣି ଥରେ ତାର ଅସଲ ଚେହେରା ଦେଖାଇଛି। ପାକ୍ ପୁଣି ଭାରତ ଉପରେ ଡ୍ରୋନ ଆଟାକ୍ କରିଛି। ପାକିସ୍ତାନ ଏଲଓସି ଉପରେ ପୁଣି ଗୁଳି ଚଳାଇଛି। ଯାହାର ଜବାବ ମଧ୍ୟ ଦେଇଛି ଭାରତୀୟ ସେନା। ଜମ୍ମୁର ଅନେକ ଅଞ୍ଚଳରେ ପାକିସ୍ତାନ ଗୁଳି ଚଳାଇଛି। କିଛି ସମୟ ପୂର୍ବରୁ ଅସ୍ତ୍ରବିରତି ହୋଇଥିଲା। ଏନେଇ ସରକାର ଖବରଦାତା ସମ୍ମିଳନୀ କରି […]