ସଂସାରଫଳ ଗୁପ୍ତେଶ୍ୱର ପୀଠରେ ଦେବ ଦମ୍ପତି ବିବାହ ପାଇଁ ପ୍ରସ୍ତୁତି

blank
ପଟ୍ଟାମୁଣ୍ଡାଇ ତା ୨୭/୫- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସଂସାରଫଳ ଗ୍ରାମର ଆରାଧ୍ୟ ଦେବତା ଗୁପ୍ତେଶ୍ୱର ମହାଦେବ ପୀଠରେ ୧୪ତମ ଶୀତଳ ଷଷ୍ଠି ଉତ୍ସବ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଚଳିତ ମାସ ୩୦, ୩୧ ଓ ଜୁନ ୧ ପର୍ଯ୍ୟନ୍ତ ୩ ଦିନ ଧରି ଦେବାଧିଦେବ ମହାଦେବ ଓ ଜଗତ ଜନନୀ ମାତା ପାର୍ବତୀଙ୍କର ଅଲୌକିତ ବିବାହୋତ୍ସବ “ଶୀତଳ ଷଷ୍ଠୀ” ଯାତ୍ରା ପାଳନ ହେବ । ଏହି ୩ ଦିନ ବିବିଧ କାର୍ଯ୍ୟକ୍ରମ ସହିତ ପାରମ୍ପରିକ ରୀତିରେ ସମସ୍ତ ନୀତି କ୍ରାନ୍ତି ଓ ମହାର୍ଘ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ ପାଇଁ କମିଟି ପକ୍ଷରୁ ସ୍ଥିର କରାଯାଇଛି । ଏଥିରେ କନିକା ରାଜା ଶିବେନ୍ଦ୍ର ନାରାୟଣ ଭଞ୍ଜଦେଓ, ରାଣୀ ମୃଣାଳିନୀ ଦେବୀ, ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ପୂର୍ବତନ ବିଧାୟକ କିଶୋର ତରାଇ, ଅଂଶୁମାନ ମହାନ୍ତି ଓ ଡ଼ ଅଲେଖ କୁମାର ଜେନା ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଶୀତଳ ଷଷ୍ଠି କମିଟି ଆବାହକ ଭାସ୍କର ରାଉତରାୟ ସୂଚନା ଦେଇଛନ୍ତି ।

Next Post

ସମ୍ଭାବ୍ୟ ବର୍ଷାକୁ ନେଇ ବିଭାଗର ପ୍ରସ୍ତୁତି ସମୀକ୍ଷା କଲେ ଜିଲ୍ଲାପାଳ , ମୁଖ୍ୟାଳୟ ନଛାଡିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ

Tue May 27 , 2025
କେନ୍ଦ୍ରାପଡ଼ା,୨୭ା୫: ପାଣିପାଗ ବିଭାଗ ଦ୍ୱାରା ସୂଚନା ମୁତାବକ ଆଗାମୀ ଦୁଇ ତିନ ଦିନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ବିଭାଗର ପ୍ରସ୍ତୁତିକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଆଜି ସନ୍ଧ୍ୟାରେ ସମସ୍ତ ବିଭାଗ ସହିତ ସମୀକ୍ଷା କରିଛନ୍ତି। କଣ୍ଟ୍ରୋଲ୍ ରୁମ୍‌, ପାନୀୟ ଜଳ ବ୍ୟବସ୍ଥା ଶୁଖିଲା ଖାଦ୍ୟ ମହଜୁଦ, ଜେନେରେଟର, ଔଷଧ, ବାତ୍ୟା ଆଶ୍ରୟ ସ୍ଥଳ ସ୍ଥିତି, ଡ଼ଙ୍ଗାର ସ୍ଥିତି ସହିତ ଅନ୍ୟ ସମସ୍ତ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading