କେନ୍ଦ୍ରାପଡା ଜିଲ୍ଲା ଇତିହାସ ରଚୟିତା ପ୍ରତାପ ରାୟଙ୍କ ପୂଣ୍ୟତିଥି

blank
କେନ୍ଦ୍ରାପଡ଼ା,୧୧ା୫ :କେନ୍ଦ୍ରାପଡ଼ା ଜିଲ୍ଲା ଇତିହାସ ରଚୟିତା ସ୍ୱର୍ଗତ ପ୍ରତାପ ରାୟଙ୍କ ପଞ୍ଚମ ପୂଣ୍ୟତିଥି ରବିବାର ଗରାପୁରସ୍ଥିତ ଶ୍ରୀଗୋପାଳଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଉତ୍କଳ ସମ୍ମିଳନୀ ସଭାପତି ସୁଦର୍ଶନ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅଲେଖ ଚନ୍ଦ୍ର ପଢିଆରୀ, ସମ୍ମାନୀତ ଅତିଥି ଭାବେ ସାହିତ୍ୟିକ ଶଶଧର ପଣ୍ଡା, ସାହିତ୍ୟିକ ଅଧ୍ୟାପକ ଡ. ଶ୍ରୀଧର ସାମଲ, ବାଇମୁଣ୍ଡି ସାହିତ୍ୟ ପରିଷଦ ସମ୍ପାଦକ ଦୀନବନ୍ଧୁ ସାହୁ ପ୍ରମୁଖ ଯୋଗଦେଇ କେନ୍ଦ୍ରାପଡା ଜିଲ୍ଲା ଇତିହାସ ରଚୟିତା ସ୍ୱର୍ଗତ ପ୍ରତାପ ରାୟଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଭାରତ ପାକିସ୍ତାନ ଯୁଦ୍ଧରେ ଦେଶର ସୁରକ୍ଷା ନିମନ୍ତେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା। ଦୀଘା ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ ଧାମ ଲେଖାଯିବା ଘଟଣାକୁ ନେଇ ସର୍ବସମ୍ମତି କ୍ରମେ ନିନ୍ଦା ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଏହି ଅବସରରେ ସକାଳେ ମଦନବାବୁଙ୍କ ଦ୍ୱାରା ଗାୟତ୍ରୀ ଯଜ୍ଞ କରାଯାଇଥିବା ବେଳେ ସଭାଶେଷ ହେବା ପରେ ବିଷ୍ଣୁପ୍ରିୟା ଭୋଇଙ୍କ ଦ୍ୱାରା ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ନକୁଳ ମଲ୍ଲିକ ସୁଲଳିତ କଣ୍ଠରେ ଭଜନ ଗାନ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ଅଧ୍ୟାପକ ଡ. ମୂରଲୀଧର ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବରେ ଦୟାନିଧି ଦାସ, ଅଶୋକ କୁମାର ବେହେରାଙ୍କ ସମେତ ୨୦ଜଣ କବି ସ୍ୱରଚିତ କବିତା ପାଠ କରିଥିଲେ। ଏହି ଅବସରରେ ସୈାଦାମିନୀ ପଣ୍ଡା, ପାର୍ଥସାରଥୀ ବେହେରା, ମଦନମୋହନ ବେହେରା, ଦୀନବନ୍ଧୁ ସାହୁ, ମାନସୀପ୍ରଭା ସ୍ୱାଇଁ, ଶଶଧର ପଣ୍ଡା ଓ ନୃସିଂହ ଚରଣ ଜେନାଙ୍କୁ ଉତ୍ତରୀୟ, ମାନପତ୍ର ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ କବିମାନଙ୍କୁ ମଧ୍ୟ ମାନପତ୍ର ପ୍ରଦାନ କରାଯାଇଥିଲା। ସାରଥି କାନୁନଗୋ ଓ ସୁରେନ୍ଦ୍ର ନାଥ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଭୀମସେନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ୭୦ଜଣଙ୍କୁ ବିଭିନ୍ନ ବୃକ୍ଷର ଚାରା ପ୍ରଦାନ କରାଯାଇଥିଲା।

Next Post

ଅଘୋଷିତ ବିଦ୍ୟୁତ କାଟ ବନ୍ଦ ପାଇଁ ସରକାରୀ ଘୋଷଣାନାମା ସଂପୂର୍ଣ୍ଣ ଫେଲ-ଜନଶକ୍ତି ପାର୍ଟି

Mon May 12 , 2025
ପଟ୍ଟାମୁଣ୍ଡାଇ ୧୨/୫ -କେନ୍ଦ୍ରାପଡା ଜିଲାବାସୀଙ୍କୁ କଲବଲ କରୁଛି ଅଘୋଷିତ ବିଦ୍ୟୁତ କାଟ୍ । ଦିନ ହେଉ ବା ରାତି, ନିୟମିତ ଘଂଟା ଘଂଟା ବିଦ୍ୟୁତ କାଟ ଯୋଗୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି । ଜନସାଧାରଣଙ୍କୁ ଗ୍ରୀଷ୍ମ ପ୍ରବାହରୁ ରକ୍ଷା କରିବା ନିରନ୍ତର ବିଦ୍ୟୁତ ସେବା ଯୋଗାଇବା ସହିତ ଅଘୋଷିତ ବିଦ୍ୟୁତକାଟ ବନ୍ଦ ପାଇଁ ସରକାର କଡା ନିର୍ଦେଶ ଦେଇଛନ୍ତି ।ସହର ହେଉ ଅବା ଗ୍ରାମାଂଚଳ ପ୍ରତି ଦିନ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading