ଏଟିଏମରେ ଟଙ୍କା ନଥିବାରୁ ଗ୍ରାହକ ହତାଶ

blank
କେନ୍ଦ୍ରାପଡ଼ା,୧୧ା୫:କେନ୍ଦ୍ରାପଡା ସହରର ବିଭିନ୍ନ ସ୍ଥାନରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କର ଏଟିଏମ ଗୁଡିକରେ ରବିବାର ଅର୍ଥ ନଥିବାରୁ ଗ୍ରାହକମାନେ ଟଙ୍କା ଉଠାଇବାକୁ ଯାଇ ହତାଶ ହୋଇ ଫେରିଥିବା ଦେଖାଯାଇଛି। ଏବେ ବିଭାଘର ପାଇଁ ଲୋକମାନେ ବିଭିନ୍ନ ଜିନିଷପତ୍ର କିଣାକିଣି କରିବାକୁ କନ୍ଦ୍ରୋପଡା ସହରକୁ ଆସିଥିବା ବେଳେ ଷ୍ଟେଟବ୍ୟାଙ୍କର ଏଟିଏମ ଗୁଡିକରେ ଟଙ୍କା ଉଠାଇବାକୁ ଲମ୍ବା ଲାଇନ ଲଗାଇଥିଲେ। କିନ୍ତୁ ଏଟିଏମ ଗୁଡିକରେ ଅର୍ଥ ନଥିବାରୁ ସେମାନେ ଟଙ୍କା ଉଠାଇ ନପାରି ହତାଶ ହୋଇ ଫେରିଯିବାକୁ ବାଧ୍ୟ ହୋଇଥିବା ଦେଖିବାକୁ ମିଳିଥିଲା। ଦ୍ୱିତୀୟ ଶନିବାର ଓ ରବିବାର ଦୁଇଦିନ ଧରି ବ୍ୟାଙ୍କ ଛୁଟି ଯୋଗୁଁ ବନ୍ଦ ରହିଛି। ଫଳରେ ଏଟିଏମ ଗୁଡିକରେ ଆବଶ୍ୟକ ପରିମାଣର ଅର୍ଥ ଭରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇ ପାରିନାହିଁ। ଖଡିଅଙ୍ଗସ୍ଥିତ ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖା ପରିସର, ପୁରୁଣା ବସଷ୍ଟାଣ୍ଡ, ନୂଆ ବସଷ୍ଟାଣ୍ଡ, ମୀରପାଟଣା, କାକଟ ପ୍ରଭୃତି ଠାରେ ଥିବା ଏଟିଏମ ଗୁଡିକରେ ଅର୍ଥ ନଥିବାରୁ ଲୋକମାନେ ସେହିସବୁ ଏଟିମ ଗୁଡିକରୁ ଟଙ୍କା ଉଠାଇ ପାରିନଥିଲେ। ଏନେଇ ବହୁ ଗ୍ରାହକ ଅସନ୍ତୋଷ ବ୍ୟକ୍ତ କରିଥିବା ଦେଖାଯାଇଥିଲା। ଏସମ୍ପର୍କରେ ଭାରତୀୟ ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖାର ପରିଚାଳକଙ୍କୁ ଯୋଗାଯୋଗ କରାଯାଇଥିଲେବି ତାହା ସମ୍ଭବ ହୋଇପାରିନଥିଲା।

Next Post

କେନ୍ଦ୍ରାପଡା ଜିଲ୍ଲା ଇତିହାସ ରଚୟିତା ପ୍ରତାପ ରାୟଙ୍କ ପୂଣ୍ୟତିଥି

Sun May 11 , 2025
କେନ୍ଦ୍ରାପଡ଼ା,୧୧ା୫ :କେନ୍ଦ୍ରାପଡ଼ା ଜିଲ୍ଲା ଇତିହାସ ରଚୟିତା ସ୍ୱର୍ଗତ ପ୍ରତାପ ରାୟଙ୍କ ପଞ୍ଚମ ପୂଣ୍ୟତିଥି ରବିବାର ଗରାପୁରସ୍ଥିତ ଶ୍ରୀଗୋପାଳଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଉତ୍କଳ ସମ୍ମିଳନୀ ସଭାପତି ସୁଦର୍ଶନ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅଲେଖ ଚନ୍ଦ୍ର ପଢିଆରୀ, ସମ୍ମାନୀତ ଅତିଥି ଭାବେ ସାହିତ୍ୟିକ ଶଶଧର ପଣ୍ଡା, ସାହିତ୍ୟିକ ଅଧ୍ୟାପକ ଡ. ଶ୍ରୀଧର ସାମଲ, ବାଇମୁଣ୍ଡି ସାହିତ୍ୟ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading