କେନ୍ଦ୍ରାପଡ଼ା,୨୩ା୮:କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଜନ୍ମୋତ୍ସବ ଓ ରସାବଳୀ ଦିବସ ପାଳନ ଉପଲକ୍ଷେ ଶ୍ରୀ ସିଦ୍ଧ ବଳଦେବଜୀଉ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ବିଭିନ୍ନ ସାଂସ୍କୃତିକ ତଥା ଅଧ୍ୟାତ୍ମିକ ପ୍ରତିଯୋଗିତା ଯଥା ନୃତ୍ୟ, ସଂଗୀତ, ଚିତ୍ରାଙ୍କନ ଓ ବକ୍ତୃତା ପ୍ରଭୃତି ପ୍ରତିଯୋଗିତା ବଳଦେବ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ନିମ୍ନମାଧ୍ୟମିକ, ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ପ୍ରଥମ, […]

କେନ୍ଦ୍ରାପଡ଼ା,୨୨ା୮:କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଝୁଲଣ ଯାତ୍ରା ମହା ଆଡମ୍ବରରେ ପାଳିତ ହୋଇଯାଇଛି। ଆଜି ମନ୍ଦିରରୁ ରାଧାକୃଷ୍ଣଙ୍କ ମୂର୍ତ୍ତିକୁ ପୂଜାପଣ୍ଡାଙ୍କ ଦ୍ୱାରା ଅଳଙ୍କାର ଆଭୂଷଣରେ ସଜ୍ଜିତ କରାଯାଇ ଝୁଲଣ ଗୃହକୁ ବିଜେ କରାଯାଇଥିଲା। ବିଜେ ପରେ ନାମ ସଙ୍କୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ଝୁଲଣଯାତ୍ରା ଦେଖିବାକୁ ଭକ୍ତଙ୍କ ବେଶ୍ ଭିଡ ଜମି ଥିଲା। ଶ୍ରୀଜୀଉଙ୍କ ଏହି ଝୁଲଣଯାତ୍ରା ସାତ ଦିନ ବ୍ୟାପୀ ଅନୁଷ୍ଠିତ ହେବ। ପ୍ରତ୍ୟେକ ଦିନ […]

କେନ୍ଦ୍ରାପଡ଼ା ୨୨/୮-କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବନ୍ୟା ପରିସ୍ଥିତିର ନିରନ୍ତର ନିରୀକ୍ଷଣ ଓ ପ୍ରଭାବିତ ଲୋକମାନଙ୍କୁ ତ୍ୱରିତ ରିଲିଫ୍ ସହାୟତା ପହଁଚାଇବା ଉଦ୍ଦେଶ୍ୟରେ ଏଡିଏମ୍ (ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ ଏବଂ ଏଡିଏମ୍ (ସାଧାରଣ)  ନବକ୍ରିଷ୍ଣ ଜେନା ଆଜି ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନ ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି। ଏଡିଏମ୍ ଦ୍ୱୟ ଅଳପୁଆ, ତରଡିପାଳ ଓ ସିଂହଗାଁ ଗ୍ରାମ ପଂଚାୟତ ଅନ୍ତର୍ଗତ ବିଭିନ୍ନ ବନ୍ୟା ପ୍ରଭାବିତ […]

କେନ୍ଦ୍ରାପଡା ଜିଲ୍ଲାକୁ ବନ୍ୟା ପ୍ରପିଡ଼ିତ ଅଂଚଳ ଭାବରେ ଘୋଷଣା କରାଯିବା ଦାବି କେନ୍ଦ୍ରାପଡା ୨୧/୮ : କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତି ଦିନକୁ ଦିନ ଅତି ଭୟଙ୍କର ରୂପ ଧାରଣ କରୁଥିବା ବେଳେ ବନ୍ୟାବିପନ୍ନଙ୍କ ଦୁଃଖ ଓ ଦୁର୍ଦ୍ଦଶା ସୀମା ଟପିଯାଇଛି। ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବା ସହ ଅନେକ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ଚାରିଆଡ଼େ ଜଳପ୍ଲାବନ ହେତୁ ଲୋକେ ଗୃହହୀନ ହୋଇ ସୁରକ୍ଷିତ ସ୍ଥାନ, ନଦୀବନ୍ଧ […]

ଅଳଭାରେ ବିପଦ ସଂକେତ ଉପରେ ଜଳସ୍ତର ନେତାଙ୍କ “ଫୋଟୋସେସନ୍‌’କୁ ନେଇ କ୍ଷୋଭ ପଟ୍ଟାମୁଣ୍ଡାଇ୨୧/୮ – କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ୍ ୧୪ଟି ପଂଚାୟତ ଓ ପୌରାଂଚଳର ୧୧ ୱାର୍ଡରେ ଦ୍ୱିତୀୟ ବନ୍ୟା ସ୍ଥିତି ଅତ୍ୟନ୍ତ ସଙ୍କଟଜନକ ରୂପ ଧାରଣ କରିଛି। ଦୀର୍ଘ ୮ ଦିନ ବିତିଯାଇଥିଲେ ମଧ୍ୟ ବନ୍ୟା ବିପନ୍ନଙ୍କ ଦୁର୍ଦଶା କମିବାର ନାଁ ନେଉନାହିଁ। ଯଦିଓ ଜଳସ୍ତରରେ ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଛି ତଥାବି ଅଳଭାଠାରେ ବିପଦ ସଂକେତ […]

ପଟ୍ଟାମୁଣ୍ଡାଇ ୨୧/୮ -କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପେଣ୍ଠପାଳ ପଂଚାୟତର ନାହିଆଡ଼ିଆ ଗ୍ରାମରେ ଏକ ଶୋକାକୁଳ ଓ ଅଭାବନୀୟ ଘଟଣା ଘଟିଯାଇଛି। ବନ୍ୟା ପ୍ରଭାବିତ ଅଂଚଳରେ ବିପନ୍ନଙ୍କୁ ସାହାଯ୍ୟ କରି ଫେରୁଥିବା ବେଳେ ବନ୍ୟା ପାଣିର ପ୍ରବଳ ସ୍ରୋତରେ ଭାସିଯାଇ ନିଖୋଜ ଥିବା ୩୫ ବର୍ଷୀୟ ଯୁବକ ଅନିର୍ବାଣ ବିଶ୍ୱାଳଙ୍କ ମୃତଦେହ ଶୁକ୍ରବାର ସକାଳେ ଉଦ୍ଧାର କରାଯାଇଛି। ସୂଚନାଯୋଗ୍ୟ, ଅନିର୍ବାଣ ଦୀର୍ଘ ଦିନ ଧରି ଭାରତୀୟ ଜନତା […]

ପଟ୍ଟାମୁଣ୍ଡାଇ ୨୧/୮ – କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପ୍ରଖଣ୍ଡ ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ପକ୍ଷରୁ ରାଧା ରମଣ ମଠ ସରସ୍ୱତୀ ଶିଶୁ ଶିକ୍ଷା ମନ୍ଦିର ଠାରେ ପଟ୍ଟାମୁଣ୍ଡାଇ ପ୍ରଖଣ୍ଡ ବିଶ୍ୱ ହିନ୍ଦୁ ପରିଷଦ ସଭାପତି ଦେବାଶିଷ ପଣ୍ଡାଙ୍କ ପୌରୋହିତ୍ୟରେ ଅଖଣ୍ଡ ଭାରତ ସଂକଳ୍ପ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ଉପଦେଷ୍ଟା ଗୋପୀନାଥ ତ୍ରିପାଠୀ ଭାରତ ମାତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ […]

କେନ୍ଦ୍ରାପଡ଼ା,୨୦ା୮:କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତି ଜାରି ରହିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର, ସ୍ଥାନାନ୍ତରଣ, ରିଲିଫ୍ ଓ ଅତ୍ୟାବଶ୍ୟକ ସେବା ଯୋଗାଣ କାର୍ଯ୍ୟ ନିରନ୍ତର ଭାବେ ଜାରି ରହିଛି।ଗୁରୁବାର ସନ୍ଧ୍ୟା ୫ଟା ସୁଦ୍ଧା ଜିଲ୍ଲାର ୫ଟି ବ୍ଲକ ଯଥା ଆଳି, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ରାଜନଗର, ରାଜକନିକା ଏବଂ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୧୨ଟି ୱାର୍ଡ ବନ୍ୟା ପ୍ରଭାବିତ ହୋଇଛି। ମୋଟ ୬୬ଟି ଗ୍ରାମ ପଞ୍ଚାୟତ ଓ ୧୬୪ଟି […]

କେନ୍ଦ୍ରାପଡ଼ା,୨୦ା୮:ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ହରଘର ତ୍ରିରଙ୍ଗା ଓ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୈାରାଞ୍ଚଳ ଅନ୍ତର୍ଗତ ଖଡିଅଙ୍ଗ କାର୍ଯ୍ୟାଳୟରେ ଶତାଧିକ ସଦସ୍ୟ ଓ ସଦସ୍ୟାମାନଙ୍କ ଉପସ୍ଥିତିରେ ସଭାପତି ବରିଷ୍ଠ ଆଇନଜୀବୀ ଅକ୍ଷୟ କୁମାର ମହାନ୍ତି ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। କାର୍ଯ୍ୟକାରୀ ସଭାପତି ଫକୀର ଚରଣ ଖଟୁଆ, ଉପସଭାପତି ସୟଦ ଅକମଲ ଅଲ୍ଲୀ ଓ ପ୍ରହଲ୍ଲାଦ ମଲ୍ଲ, ସାଧାରଣ ସମ୍ପାଦକ ନରୋତ୍ତମ ଜେନା, ଯୁଗ୍ମସମ୍ପାଦକ ଅକ୍ଷୟ କୁମାର […]

ପଟ୍ଟାମୁଣ୍ଡାଇ ୨୦/୭ -କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପେଣ୍ଠପାଳ ପଂଚାୟତ ନାହିଆଡ଼ିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବନ୍ୟା ପାଣିର ପ୍ରବଳ ସ୍ରୋତରେ ଭାସିଯାଇ ଗ୍ରାମର ଜଣେ ୩୫ ବର୍ଷୀୟ ଯୁବକ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ନିଖୋଜ ଯୁବକଜଣକ ହେଉଛନ୍ତି ଅନିରୁଦ୍ଧ ବିଶ୍ୱାଳଙ୍କ ପୁଅ ଅନିର୍ବାଣ ବିଶ୍ୱାଳ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଅନିର୍ବାଣ କୌଣସି କାମ […]

Breaking News