କେନ୍ଦ୍ରାପଡା ମହାବିଦ୍ୟାଳୟରେ ନୂଆ ଅଧ୍ୟକ୍ଷ , ଫେରିଲା ହଜିଯାଇଥିବା ଶୈକ୍ଷିକ ବାତାବରଣ

blank

କେନ୍ଦ୍ରାପଡା,୨୮ା୩: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଦୀର୍ଘଦିନର ଅଚଳାବସ୍ଥା ପରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଡ. ସଞ୍ଜୀବ କୁମାର ମହାନ୍ତିଙ୍କୁ ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦିଆଯାଇଛି। ଗତ ୨୨ତାରିଖରେ ଡ. ମହାନ୍ତି କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ତାଙ୍କର ନିଷ୍ଠା ଓ ଦକ୍ଷତା ବଳରେ ବିଗତ ୪ବର୍ଷ ଧରି ଏହି ମହାବିଦ୍ୟାଳୟ (college) ରେ ହଜିଯାଇଥିବା ଶୈକ୍ଷିକ ବାତାବରଣ ପୂନର୍ବାର ଫେରିଆସିଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ, କର୍ମଚାରୀ ଓ ଜନସାଧାରଣଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ନୂତନ ଅଧ୍ୟକ୍ଷ ମହାବିଦ୍ୟାଳୟ ପରିସରରେ ଥିବା ଅଧ୍ୟକ୍ଷଙ୍କ କ୍ୱାଟରରେ ରହୁଥିବାରୁ କଲେଜ ପ୍ରଶାସନ ମଧ୍ୟ ସକ୍ରୀୟ ହୋଇ ଉଠିଛି। କଲେଜ ପରିସରରେ (educational atmosphere )ଶୈକ୍ଷିକ ପରିବେଶର ଉନ୍ନତି ସହ ଶୃଙ୍ଖଳା ଫେରିଆସିଥିବାରୁ ଶିକ୍ଷାନୁଷ୍ଠାନର ପୁରୁଣା ହୃତଗୈାରବ ବୃଦ୍ଧି ପାଉଥିବା ବେଳେ ସାଧାରଣଜନତାଙ୍କ ବିଶ୍ୱାସ ଦୃଢିଭୂତ ହୋଇଛି। ଆଗାମୀ ଦିନରେ ମହାବିଦ୍ୟାଳୟର ଆୟବ୍ୟୟ ସମ୍ପର୍କରେ ନୂତନ ଅଧ୍ୟକ୍ଷ ଦୃଢ ପଦକ୍ଷେପ ଗ୍ରହଣ କରି ସେଥିରେ ସୁଧାର ଆଣିବାକୁ କଲେଜର ହିତୈଷୀମାନେ ଆଶାବ୍ୟକ୍ତ କରିଛନ୍ତି। ଏତଦବ୍ୟତିତ ମହାବିଦ୍ୟାଳୟ ଭିତ୍ତିଭୂମିର ବିକାଶ ଏବଂ ଖର୍ଚ୍ଚ ହୋଇନପାରି ଫେରିଯାଉଥିବା ସରକାରୀ ଅନୁଦାନର ତୁରନ୍ତ ସଦୁପଯୋଗ କରାଯିବା ପାଇଁ ନୂତନ ଅଧ୍ୟକ୍ଷ ଓ ମହାବିଦ୍ୟାଳୟ ପରିଚାଳନା ଦାୟୀତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ବିଳମ୍ବରେ ହେଲେ ମଧ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଏତାଦୃଶ ପଦକ୍ଷେପ ଓ ସ୍ଥାନୀୟ ବିଧାୟକଙ୍କ ଆସ୍ତିବାଚକ ଭୂମିକା ପାଇଁ କେନ୍ଦ୍ରାପଡାର ବୁଦ୍ଧିଜିବି, ଜନସାଧାରଣ ଓ ପୁରାତନ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ପ୍ରଫେସର ନନ୍ଦ କିଶୋର ପରିଡା, ତପନ କୁମାର ପତି, ଡ. ପ୍ରମୋଦ କୁମାର ଦାସ, ଡ.ପ୍ରଦୀପ୍ତ କିଶୋର ଦାଶ, ଚିତ୍ତରଞ୍ଜନ ଦାସ, ରବୀନ୍ଦ୍ର ଦାଶ, ପ୍ରତାପ ମହାନ୍ତି ପ୍ରମୁଖ ସାଧୁବାଦ ଜଣାଇଛନ୍ତି।

Next Post

ଟ୍ରଷ୍ଟ ପକ୍ଷରୁ କର୍କଟ ପିଡିତାଙ୍କୁ ଆର୍ଥିକ ସହାୟତା

Fri Mar 28 , 2025
କେନ୍ଦ୍ରାପଡ଼ା,୨୮ା୩: ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଣେ କର୍କଟ ପିଡିତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସଙ୍କ ନିର୍ଦେଶ କ୍ରମେ ଟ୍ରଷ୍ଟ ପକ୍ଷରୁ ତାଙ୍କୁ ତୁରନ୍ତ ସହାୟତା ପ୍ରଦାନ କରାଯାଇଛି। ଟ୍ରଷ୍ଟି ଭୁବନମୋହନ ଦାସ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ଗ୍ରାମର କର୍କଟରେ ପିଡିତ ଧ୍ରୁବ ଚନ୍ଦ୍ର ରାଉତଙ୍କ ପତ୍ନୀ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading