ଏମଏନ ହାଇସ୍କୁଲର ବହୁ ଦିନର ଦାବୀ ପୁରଣ କଲେ ବିଧାୟକ

blank

ପଟ୍ଟାମୁଣ୍ଡାଇ ୧/୫ ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ଗୌରବ ମୟ ସରକାରୀ ଶିକ୍ଷାନୁଷ୍ଠାନ ଏମଏନ ହାଇସ୍କୁଲକୁ ଗରୁବାର ରାଜନଗର ବିଧାୟକ ଧ୍ରୁବ ସାହୁ ପରିଦର୍ଶନରେ ଆସି ବିଭିନ୍ନ ସମସ୍ୟା ସମ୍ପର୍କରେ ଅଲୋଚନା କରିଥିଲେ । ଏହି ପୁରାତନ ସରକାରୀ ଶିକ୍ଷାନୁଷ୍ଠାନର ମଧ୍ୟାହ୍ନ ଭୋଜନ ଗୃହ ନଥିବା ଛାତ୍ରୀଛାତ୍ର ମାନେ ନାହିଁନଥିବା ଅସୁବିଧା ଭୋଗ କରୁଥିବା ଜାଣି ବିଧାୟକ ଦୁଃଖ ପ୍ରକାଶ କରିବା ସହିତ ସଙ୍ଗେ ସଙ୍ଗେ ମଧ୍ୟାହ୍ନଭୋଜନ ଗୃହ ନିର୍ମାଣ ପାଇଁ ନିଜ ପାଣ୍ଠିରୁ ୧୦ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦେଇଥିଲେ । ବିଧାୟକଙ୍କ ସହିତ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ,ପୌର ପରିଷଦ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ବିଶ୍ୱାଳ, ଉପନିର୍ବାହୀ ଯନ୍ତ୍ରୀ ସମୀର ଠାକୁର,ବ୍ଲକ କନିଷ୍ଠ ଯନ୍ତ୍ରୀ ବିନୟ ମିଶ୍ର, କାଉନସିଲର ଗୋପୀବଲ୍ଲଭ ନାୟକ,ଅଭିଭାବକ ସଂଘ ସଭାପତି ଗୋପୀନାଥ ତ୍ରିପାଠୀ, ପ୍ରମୁଖ ଏମଏନ ହାଇସ୍କୁଲ ପରିଦର୍ଶନ କରିଥିଲେ । ଏମଏନ ହାଇସ୍କୁଲ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସୁଜୟ ରାଉତରାୟ ଓ ଶିକ୍ଷକ ଶିକ୍ଷୟତ୍ରୀ ବିଧାୟକ, ବ୍ଲକ ଅଧ୍ୟକ୍ଷ ଓ ଅନ୍ୟାନ୍ୟ ଅଧିକାରୀଙ୍କୁ ସ୍ୱାଗତ କରିଥିଲେ । ବିଧାୟକ ମଧ୍ୟାହ୍ନଭୋଜନ ଗୃହ ପାଇଁ ୧୦ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦେଇଥିବାରୁ ସ୍କୁଲ ପରିଚାଳନା କମିଟି ସଭାପତି ତପନ ଦାଶ ଓ ଅଭିଭାବକ ସଂଘ ସଭାପତି ଗୋପୀନାଥ ତ୍ରିପାଠୀ ବିଧାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Next Post

ଉତିକଣ ବ୍ଲକ ମାନ୍ୟତା ଦାବି ; ଚାଷୀ ମୂଲିଆ ସଂଘର ଆନ୍ଦୋଳନ ଚେତାବନୀ

Fri May 2 , 2025
ପଟ୍ଟାମୁଣ୍ଡାଇ ୫/୨ -କେନ୍ଦ୍ରାପଡା ଜିଲାର ଭାତହାଣ୍ଡି କୁହାଯାଇଥିବା ଉତିକଣ ଅଂଚଳକୁ ନୂତନ ବ୍ଲକ ମାନ୍ୟତା ପ୍ରଦାନ ପାଇଁ ଦାବି କରିଛି ଉତିକଣ ଚାଷୀ ମୂଲିଆ ସଂଘ । ଏ ନେଇ ମଦନପୁର ପୂର୍ଣ୍ଣତୋୟା ବିଦ୍ୟାଳୟ ପରିସରରେ ଉତିକଣ ଚାଷୀ ମୂଲିଆ ସଂଘ ଆବାହକ ଭାସ୍କର ରାଉତରାୟଙ୍କ ସଭାପତିତ୍ୱରେ ଗୁରୁବାର ଏକ ବୈଠକ ବସିଥିଲା। ପ୍ରବୀତ୍ର ବିଶ୍ୱ ଶ୍ରମୀକ ଦିବସ ଅବସରରେ ଅନୁଷ୍ଠିତ ବୈଠକରେ ଉତିକଣ ଅଂଚଳର ପ୍ରାୟ ୧୨ ପଂଚାୟତର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading