କେନ୍ଦ୍ରାପଡ଼ା,୭ା୭:କେନ୍ଦ୍ରାପଡା ପୈାରସଂସ୍ଥା ଟାଉନ ହଲରେ ସୋମବାର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଜନ ଅଭିଯୋଗ ଶୁଣାଣୀ ଶିବିରରେ ମୋଟ ୧୨୩ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ ୧୧୨ ଟି ବ୍ୟକ୍ତିଗତ ହୋଇଥିବା ବେଳେ୧୧ଟି ସାମୂହିକ ଅଭିଯୋଗ ଥିଲା। ଅଭିଯୋଗ ଶୁଣାଣୀରେ ୯ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମୋଟ ୩୭ହଜାର ଟଙ୍କା ଆର୍ôଥକ ସହାୟତା ପ୍ରଦାନ କରାଯାଇଛି। ଅଭିଯୋଗ ଶୁଣାଣୀରେ […]

କେନ୍ଦ୍ରାପଡା ୭/୭- ସମ୍ବିଧାନ ବଞ୍ଚାଅ ସମାବେଶ ଓ ନ୍ୟାୟବାଦୀ ନେଇ ଏକ ପ୍ରସ୍ତୁତି ବୈଠକ ପ୍ରବେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କମେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ଭବନରେ ଜିଲ୍ଲା ସଂଯୋଜକ ପ୍ରଫୁଲ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଜୁଲାଇ ୧୧ ସମାବେଶରେ ଭାରତବର୍ଷର ଯୁବମାନସର ପ୍ରତୀକ ଲୋକସଭାର ବିପକ୍ଷ ନେତା ରାହୁଲୁ ଗାନ୍ଧୀ, ନିଖୀଳଭାରତ କଂଗ୍ରେସ କମିଟି ସଭାପତି ରାଜ୍ୟସଭାର ବିପକ୍ଷ […]

କେନ୍ଦ୍ରାପଡା ୭/୭ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକର ପ୍ରାଣୀ ଚିକିତ୍ସାଳୟ ବର୍ଷା ପାଣି ଜମି ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ବର୍ଷା ପାଣି ଭର୍ତି ହୋଇ ଡାକ୍ତରଖାନା ପରିସରରେ ଅଧାଆଣ୍ଠୁ ପାଣି ରହିଥିବା ବେଳେ ଅଫିସ ମଧ୍ୟରେ ଅପରିଷ୍କାର ଜଳ ପ୍ରବେଶ କରି ପଶୁ ଚିକିତ୍ସାରେ ବାଧା ସୃଷ୍ଟି କରୁଛି । ପଶୁ ଡାକ୍ତରଖାନା ନୂତନ ଗୃହ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଜଳ ନିଷ୍କାସନ ପଥ ବନ୍ଦ ହୋଇଯାଇଛି । […]

କେନ୍ଦ୍ରାପଡ଼ା,୬/୭- ବାରୁଅ ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଆନୁକୁଲ୍ୟରେ ଏବଂ ଭାରତ ସରକାରଙ୍କ କ୍ରୀଡା ଓ ଯୁବସେବା ମନ୍ତ୍ରଣାଳୟ ଅଧୀନସ୍ତ ମେରା ଯୁବ ଭାରତ ସଙ୍ଗଠନ ସହାୟତାରେ ଚିର ସବୁଜ ଅକ୍ଷୟ ମହାନ୍ତି କକ୍ଷରେ ମହାନ୍ ଦେଶପ୍ରେମୀ ଜାତୀୟତାବାଦୀ ନେତା ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ଭବ୍ୟ ଜୟନ୍ତୀ ଉତ୍ସବ ଯଥାବିଧି ପାଳିତ ହୋଇଯାଇଛି। କଳା ନିକେତନ ଏବଂ ରେଡ଼ିଓ ଭାବଗ୍ରାହୀର ପ୍ରତିଷ୍ଠାତା […]

କେନ୍ଦ୍ରାପଡା ୬/୭ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଦ୍ରୁତ ସହରୀକରଣ ଯୋଗୁଁ ଲୋକଙ୍କ ଘର ପାଇଁ ଜମିର ଆବଶ୍ୟକତା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଜମିର ଗୁରୁତ୍ୱକୁ ଦୃଷ୍ଟିରେ ରଖି କେତେକ ପ୍ରଭାବଶାଳି ଲୋକ ସହର ଓ ଏହାର ନିକଟବର୍ତୀ ଅଂଚଳର ସରକାରୀ ଜମି ଓ ଜଳାଶୟ ଭଳି ପ୍ରାୟ ୨ ଶହ ଏକର ଜମି ଜବରଦଖଲ କରି ବିକ୍ରୀ କରାଯାଇଛି। ଏଠାକାର ଜମି ମୂଲ୍ୟ ଆକାଶ ଛୁଆଁ […]

କେନ୍ଦ୍ରାପଡା ୬/୭- ଭିନ୍ନକ୍ଷମମାନଙ୍କ ଥେରାପି ସେବା ଓ ସଶକ୍ତିକରଣ ନିମନ୍ତେ କାର୍ଯ୍ୟରତ ଅନୁଷ୍ଠାନ “ପୁନର୍ବାସ’ ଆନୁକୁଲ୍ୟରେ ପ୍ରଥମ ଥର ପାଇଁ ଜିଲ୍ଲା ପାରା କ୍ରୀଡା ସଙ୍ଘ ଗଠିତ ହୋଇଛି । କେନ୍ଦ୍ରାପଡା ଜିଲ୍ଲାରେ ପାରାକ୍ରୀଡ଼ାର ବିକାଶ ଓ ପ୍ରୋତ୍ସାହନକୁ ଧ୍ୟାନ ଦେବା ସହିତ ଏହା ଲୁକାୟିତ ଭାବେ ଥିବା ଯୋଗ୍ୟ ଭିନ୍ନକ୍ଷମ କ୍ରୀଡାବିତ୍ ମାନଙ୍କୁ ପ୍ରତିଭା ବିକାଶରେ ସହାୟତା ପାଇଁ ଉଦ୍ୟମ କରିବ । ଏହାର ମୁଖ୍ୟ ଉପଦେଷ୍ଟା ଭାବେ […]

ପଟ୍ଟାମୁଣ୍ଡାଇ ୬/୭- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦାଣ୍ଡିସାହି ବ୍ରାହ୍ମଣୀ କଲେଜ ଏନଏସଏସ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମକୁ କଲେଜ ଅଧ୍ୟକ୍ଷ ବିଭୁ ପ୍ରସାଦ ରାୟ ଉଦଘାଟନ କରିଥିଲେ । ଏନଏସଏସ ସଂଯୋଜକ ଅଧ୍ୟାପକ ନଟବର ସୂତାରଙ୍କ ନେତୃତ୍ୱରେ ଅଧ୍ୟାପକ ଡ଼ ଚିନ୍ମୟ ପ୍ରଧାନ, ଅଧ୍ୟାପକ ସତ୍ୟଜିତ ବେହେରା, ଅଧ୍ୟାପକ ନିରଞ୍ଜନ ବାରିକ, ଅଧ୍ୟାପକ ଡ଼ ମନୋରଞ୍ଜନ ସାହୁ ଓ ଏନଏସଏସ ଛାତ୍ରୀଛାତ୍ର […]

ପଟ୍ଟାମୁଣ୍ଡାଇ ତା ୬/୭- ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ବେଲତଳ ମାଉସୀ ମା ମନ୍ଦିର କମିଟି ପକ୍ଷରୁ ଏକ ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ମାଉସୀ ମା ମନ୍ଦିର ପରିଚାଳନା କମିଟି ସଭାପତି ସୁଧାଂଶୁ ଦାସଙ୍କ ପୌରହିତ୍ୟ ଓ ପ୍ରମୋଦ ସାହୁଙ୍କ ସଂଯୋଜନାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ବନ୍ଦନା ପାତ୍ର ମୁଖ୍ୟଅତିଥି, ଅତିରିକ୍ତ ତହସିଲଦାର ଦିଲ୍ଲୀପ ନାୟକ […]

ପଟ୍ଟାମୁଣ୍ଡାଇ ତା ୬/୭- ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ବଡ଼ମୂଳବସନ୍ତ ୟୁ କେ ବ୍ୟାଙ୍କରୁ ଗତକାଲି ବିଳମ୍ବିତ ରାତିରେ ଚୋରୀ ହୋଇଛି । ଗତକାଲି ରାତି ପ୍ରାୟ ୨ଟା ସମୟରେ ଚୋରମାନେ ବ୍ୟାଙ୍କ ସଟର ଓ ଗ୍ରିଲ ତାଲା ଭାଙ୍ଗି ବ୍ୟାଙ୍କ ମଧ୍ୟରେ ପ୍ରବେଶ କରି ବିଭିନ୍ନ ଲକର ଓ ତାଲା ଭାଙ୍ଗି କାଗଜପତ୍ର ଓ ଆସବାବପତ୍ର ନଷ୍ଟ କରି ଦେଇଥିଲେ । ମୁଖ୍ୟ ଲକର ଭାଙ୍ଗିବା ପାଇଁ ଉଦ୍ୟମ […]

ପଟ୍ଟାମୁଣ୍ଡାଇ କଲେଜର ୫୫ତମ ସ୍ୱନକ୍ଷତ୍ର ଦିବସ ପଟ୍ଟାମୁଣ୍ଡାଇ ତା ୬/୭- ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରି ଛାତ୍ରଛାତ୍ରୀମନେ ନିଜ ନିଜକୁ ସୁନାରରିକ ଭାବେ ଗଢି ତୋଳିବା ସହିତ ସାମାଜିକ ପରିବର୍ତନର ସୂତ୍ରଧାର ହୋଇପାରିଲେ କଲେଜ ପ୍ରତିଷ୍ଠାର ଲକ୍ଷ୍ୟ ଓ ଉଦେଶ୍ୟ ପୂରଣ ହୋଇପାରିବ ବୋଲି କେନ୍ଦ୍ରାପଡ଼ା ଜିଲ୍ଲାର ୨ୟ ବୃହତମ ନାକ ସ୍ୱୀକୃତିପ୍ରାପ୍ତ ପଟ୍ଟାମୁଣ୍ଡାଇ କଲେଜର ୫୫ତମ ସ୍ୱନକ୍ଷତ୍ର ଉତ୍ସବରେ ଯୋଗ ଦେଇ ବରଣ୍ୟ ଅତିଥିମନେ ପ୍ରକାଶ କରିଛନ୍ତି […]

Breaking News