ଜିଲ୍ଲା ସ୍ତରୀୟ ଏକ ପେଡ ମା କେ ନାମ ବିଶାଳ ଚାରାରୋପଣ ଅଭିଯାନ

blank
କେନ୍ଦ୍ରାପଡ଼ା,୧୭ା୯:ଜିଲ୍ଲା ପ୍ରଶାସନ, ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ “ଏକ ପେଡ ମା କେ ନାମ ତଥା “ମା ପାଇଁ ଗଛଟିଏ” ଏକ ବିଶାଳ ଚାରାରୋପଣ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ରାଜନଗର ବ୍ଲକ ପେଣ୍ଠ ସମୁଦ୍ରକୂଳ ବର୍ତ୍ତର୍ୀ ଦୋବନ୍ଧି ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ମହାକାଳପଡ଼ା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ, ଜିଲ୍ଲାପାଳ ରଘୁରାମ ଆର. ଆୟର,ରାଜନଗର ଡିଏଫଓ ଭରଦରାଜ ଗାଉଁକର, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ସହିତ ଆଜି ସମସ୍ତ ସରକାରୀ ବିଭାଗ ସହିତ ବ୍ୟାଙ୍କ, ସରକାରୀ ଓ ବେସରକାରୀ ଶିକ୍ଷା ଅନୁଷ୍ଠାନ, ପୋଲିସ ପ୍ରଶାସନ, ଏସଏଚଜି ମହିଳା, ଅଙ୍ଗାବାଡି କେନ୍ଦ୍ର, ଜନପ୍ରତିନିଧି, ସମସ୍ତବର୍ଗର ସାଧାରଣ ଜନତା ସାମିଲ ହୋଇ ଏହି ଅଭିଯାନକୁ ସଫଳ କରିଥିଲେ।

Next Post

ବେସରକାରୀ ପୂର୍ଣ୍ଣ ଅନୁଦାନପ୍ରାପ୍ତ ହାଇସ୍କୁଲ ଶିକ୍ଷକ ପଦୋନ୍ନତି ପାଉନାହାନ୍ତି

Thu Sep 18 , 2025
କେନ୍ଦ୍ରାପଡ଼ା,୧୮ା୯:କେନ୍ଦ୍ରାପଡ଼ା ଜିଲ୍ଲାର ବେସରକାରୀ ପୂର୍ଣ୍ଣ ଅନୁଦାନପ୍ରାପ୍ତ ହାଇସ୍କୁଲରେ ଖାଲିଥିବା ପ୍ରଧାନଶିକ୍ଷକ ପଦବୀଗୁଡ଼ିକୁ ପୂରଣ କରିବାପାଇଁ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗର ମୁଖ୍ୟ କାର୍ଯ୍ୟାଳୟ ଯଥା ଓଡିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପତ୍ର ସଂଖ୍ୟା -୧୭୨୬୮ ତା୨୩/୬/୨୦୨୧ରିଖର ନିୟମ ଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନରେ ଥିବା ୩୮ଟି ବେସରକାରୀ ପୂର୍ଣ୍ଣ ଅନୁଦାନପ୍ରାପ୍ତ ହାଇସ୍କୁଲରେ କାର୍ଯ୍ୟରତ ସହକାରୀ ଶିକ୍ଷକମାନଙ୍କ ବରିଷ୍ଠତା ଭତ୍ତିରେ ୫୩ ଜଣ ସହକାରୀ ଶିକ୍ଷକମାନଙ୍କ ଅନୁକ୍ରମ ତାଲିକା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading