ବେସରକାରୀ ପୂର୍ଣ୍ଣ ଅନୁଦାନପ୍ରାପ୍ତ ହାଇସ୍କୁଲ ଶିକ୍ଷକ ପଦୋନ୍ନତି ପାଉନାହାନ୍ତି

blank
କେନ୍ଦ୍ରାପଡ଼ା,୧୮ା୯:କେନ୍ଦ୍ରାପଡ଼ା ଜିଲ୍ଲାର ବେସରକାରୀ ପୂର୍ଣ୍ଣ ଅନୁଦାନପ୍ରାପ୍ତ ହାଇସ୍କୁଲରେ ଖାଲିଥିବା ପ୍ରଧାନଶିକ୍ଷକ ପଦବୀଗୁଡ଼ିକୁ ପୂରଣ କରିବାପାଇଁ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗର ମୁଖ୍ୟ କାର୍ଯ୍ୟାଳୟ ଯଥା ଓଡିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପତ୍ର ସଂଖ୍ୟା -୧୭୨୬୮ ତା୨୩/୬/୨୦୨୧ରିଖର ନିୟମ ଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନରେ ଥିବା ୩୮ଟି ବେସରକାରୀ ପୂର୍ଣ୍ଣ ଅନୁଦାନପ୍ରାପ୍ତ ହାଇସ୍କୁଲରେ କାର୍ଯ୍ୟରତ ସହକାରୀ ଶିକ୍ଷକମାନଙ୍କ ବରିଷ୍ଠତା ଭତ୍ତିରେ ୫୩ ଜଣ ସହକାରୀ ଶିକ୍ଷକମାନଙ୍କ ଅନୁକ୍ରମ ତାଲିକା ନିର୍ଭୁଲ ଭାବେ ପ୍ରସ୍ତୁତ କରି ତତ୍କାଳୀନ ଜିଲ୍ଲା ଶିକ୍ଷାଧିକାରୀ ବସନ୍ତ କୁମାର ନାୟକଙ୍କ ପତ୍ର ସଂଖ୍ୟା -୨୮୮୧/ ଏମ୍ ତା୪/୪/୨୦୨୫ ରିଖରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ନିକଟକୁ ପ୍ରେରଣ କରିଥିଲେ। ଉକ୍ତ ପତ୍ରକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ପୁନଃ ଯାଞ୍ଚ କରି ପତ୍ର ସଂଖ୍ୟା -୧୪୪୯୦ ତା୯/୬/୨୦୨୫ରିଖରେ ସେହି ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଅନୁକ୍ରମ ତାଲିକାକୁ ଅନୁମୋଦନ କରି କେନ୍ଦ୍ରାପଡା ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ପ୍ରେରଣ କରିଥିଲେ। କିନ୍ତୁ ବର୍ତ୍ତମାନର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପ୍ରଧାନ ଶିକ୍ଷକ ପଦବୀକୁ ପଦୋନ୍ନତି ପାଇବା ପାଇଁ ଯୋଗ୍ୟ ବିବେଚିତ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଏବଂ ସହକାରୀ ଶିକ୍ଷକମାନଙ୍କୁ ଅଦ୍ୟାବଧର ପଦୋନ୍ନତି ପ୍ରଦାନ କରିନଥିବା ଅଭିଯୋଗ ହୋଇଛି। ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଉକ୍ତ ପତ୍ରକୁ ଗ୍ରହଣ କରିବାର ୩ ମାସରୁ ଉର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଉକ୍ତ ପତ୍ରକୁ ଏଯାବତ୍ କାର୍ଯ୍ୟକାରୀ କରି ନଥିବା ଅଭିଯୋଗ ହୋଇଛି। ଏହା ମଧ୍ୟରେ ଅନେକ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପଦୋନ୍ନତି ନପାଇ ନିରାଶ ହୋଇ ସରକାରୀ ସେବାରୁ ଅବସର ଗ୍ରହଣ କରି ସାରିଲେଣି। ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ଯଦି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ସେହି ପତ୍ରକୁ ଶିକ୍ଷା ବିଭାଗର ନିୟମ ଅନୁଯାୟୀ ସହକାରୀ ଶିକ୍ଷକ ରୁ ପ୍ରଧାନ ଶିକ୍ଷକ ପଦବୀକୁ ପଦୋନ୍ନତି କରିଥାନ୍ତେ ତେବେ ରାଜ୍ୟ ସରକାରଙ୍କ ରାଜକୋଷରୁ ଗୋଟିଏ ହେଲେ ଟଙ୍କା ଅଧିକ ଖର୍ଚ୍ଚ ହୋଇନଥାନ୍ତା ବୋଲି ସେମାନେ କହିଛନ୍ତି। ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଉଦାସୀନତା ଯୋଗୁଁ ସହକାରୀ ଶିକ୍ଷକମାନେ ପ୍ରଧାନ ଶିକ୍ଷକ ପଦବୀକୁ ପଦୋନ୍ନତି ହୋଇ ପାରୁନଥିବାରୁ ଜିଲ୍ଲାର ବୁଦ୍ଧିଜୀବୀ ଓ ଅବସରପ୍ରାପ୍ତ ଶିକ୍ଷକ ମାନଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହେଉଅଛି।

Next Post

ଜୀବିକା ହରାଇ ଦଳିତ ମହିଳା ବସିଲେ ଆମରଣ ଅନଶନରେ

Thu Sep 18 , 2025
କେନ୍ଦ୍ରାପଡ଼ା,୧୮ା୯:ନ୍ୟାୟ ନପାଇ ଜୀବିକା ହରାଇଥିବା ଦୁଇ ଦଳିତ ମହିଳା ଓ ସମାଜସେବୀ ସନ୍ଧ୍ୟାରାଣୀ ପଲାଇଙ୍କ ସମେତ ଶତାଧିକ ମହିଳା ଗୁରୁବାର ଜଜାଙ୍ଗସ୍ଥିତ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ କରିଛନ୍ତି।ପ୍ରଥମେ ଥାନା ପରେ ଏସପି ଓ ଜିଲ୍ଲାପାଳଙ୍କ ପାଖରେ ଗୁହାରି କରି ସେଠାରୁ ନିରାଶ ହୋଇ ନିଜର ଜୀବିକା ହରାଇବା ପରେ ଶେଷରେ ଦୁଇ ଦଳିତ ମହିଳା ବାଧ୍ୟ ହୋଇ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading