ଫିଟ୍ ଅଫ ଫାୟାର ଡାନ୍ସ ଏକାଡେମୀ ପକ୍ଷରୁ ନୃତ୍ୟ ମାଧ୍ୟମରେ ଯୋଗ ପରିବେଷଣ

blank
ପଟ୍ଟାମୁଣ୍ଡାଇ, ୨୨/୦୬ – ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରବିବାର ପଟ୍ଟାମୁଣ୍ଡାଇ ଫିଟ୍ ଅଫ ଫାୟାର ଡାନ୍ସ ଏକାଡେମୀ ପକ୍ଷରୁ ନୃତ୍ୟ ମାଧ୍ୟମରେ ଯୋଗର ମହତ୍ୱ ଓ ଉପକାରିତାକୁ ସୁନ୍ଦର ଭାବେ ପରିବେଷଣ କରାଯାଇଛି। ଏହି ଅବସରରେ ଏକାଡେମୀର ଛାତ୍ରୀଛାତ୍ରମାନେ ବିଭିନ୍ନ ଯୋଗାସନକୁ ନୃତ୍ୟର ତାଳ ଓ ଲୟ ସହିତ ଯୋଗ ଓ ନୃତ୍ୟ ମଧ୍ୟରେ ଥିବା ସାମଞ୍ଜସ୍ୟକୁ ଦର୍ଶାଯାଇଥିଲେ। ଯୋଗ କେବଳ ଶାରୀରିକ ସୁସ୍ଥତା ନୁହେଁ, ମାନସିକ ଶାନ୍ତି ଓ ଆତ୍ମିକ ବିକାଶର ମଧ୍ୟ ଏକ ପ୍ରମୁଖ ମାଧ୍ୟମ ବୋଲି ସନ୍ଦେଶ ଦେଇଥିଲେ।

blank
ଏକାଡେମୀର ସଭାପତି କୁଞ୍ଜ ବିହାରି ତ୍ରିପାଠୀ, ସମ୍ପାଦକ ପ୍ରଦ୍ୟୁମ୍ନ ଗିରି, ପ୍ରଶିକ୍ଷକ ଗୁରୁ ପ୍ରଶାନ୍ତ କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଯୋଗ ଶିବିରରେ ହରିହରାନନ୍ଦ ଧ୍ୟାନ ମନ୍ଦିରର କ୍ରିୟା ଯୋଗ ସାଧନ ଗୁରୁ ବାବା ଧ୍ୟାନନିଷ୍ଠାନନ୍ଦ ସ୍ୱାମୀଜୀ ଯୋଗଦେଇ ପିଲାମାନଙ୍କୁ ମାନବ ସମାଜ ଓ ଯୋଗର ବିଶେଷତ୍ୱ ଉପରେ ଆଲୋକପାତ କରିବା ସହିତ ବାଳୁତ ବସ୍ତାରେ ନିଜକୁ କିପରି ପଂଚୟନ୍ଦ୍ରିୟ ଉପରେ ସଂଯମ ରକ୍ଷା କରିଯାଇପାରିବ। ନୃତ୍ୟ ଓ ଯୋଗ ଉଭୟ ଶରୀର ଏବଂ ମନକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଏପରି କାର୍ଯ୍ୟକ୍ରମ ଯୁବପିଢ଼ିଙ୍କ ମଧ୍ୟରେ ଯୋଗ ପ୍ରତି ଆଗ୍ରହ ସୃଷ୍ଟି କରିବା ସହ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବ ବୋଲି ସେ ମତ ପ୍ରକାଶ କରିଥିଲେ।ଉପସ୍ଥିତ ଦର୍ଶକମାନେ ନୃତ୍ୟ ମାଧ୍ୟମରେ ଯୋଗର ଏହି ନିଆରା ଉପସ୍ଥାପନକୁ ଉଚ୍ଚ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମକୁ ଅନୁଷ୍ଠାନର କର୍ମକର୍ତା ପ୍ରକାଶ ବେହେରା, ବିଜୟ ରାୟ, ଶିବ ସୁନ୍ଦର ପରିଡ଼ା ଓ ଅଭିଭାବକ ମାନେ ପରିଚାଳନା କରିଥିଲେ।

Next Post

ମାଟିବଂଶ ଅବଧାନ ସମାଜର ଯୋଗଦିବସ

Mon Jun 22 , 2026
କେନ୍ଦ୍ରାପଡ଼ା,୨୨ା୬: ଅନ୍ତର୍ଯାତିକ ଯୋଗ ଦିବସ ଉପଲକ୍ଷେ ରବିବାର ସକାଳ ୭ଘଟିକା ସମୟରେ କେନ୍ଦ୍ରାପଡ଼ା ଲ’ କଲେଜ ଛକ ନିକଟ “ଶ୍ରୀ ବଳଦେବଜୀଉ ଏକାଡେମୀ ଅଫ ଡ୍ରାମା ଆଣ୍ଡ କଲଚର” ପ୍ରେକ୍ଷାଳୟରେ ସମ୍ମିଳିତ ଭାବେ ଯୋଗ କରାଯାଇଥିଲା । ଏହି ଯୋଗ ଶିବିରକୁ ନୃତ୍ୟ ପ୍ରିୟା ଡ୍ୟାନ୍ସ ଏକାଡେମୀ ଆଣ୍ଡ ରିସର୍ଚ୍ଚ ସେଣ୍ଟର, “ଶ୍ରୀ ବଳଦେବଜୀଉ ଏକାଡେମୀ ଅଫ ଡ୍ରାମା ଆଣ୍ଡ କଲଚର” ଓ ମାଟିବଂଶ ଅବଧାନ ସମାଜର ବହୁ ଯୋଗ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading