ଆଇନଜୀବୀଙ୍କୁ ପୋଲିସର ର୍ଦୁବ୍ୟବହାର ଘଟଣାକୁ ଓକିଲ ସଙ୍ଘର ନିନ୍ଦା

blank
କେନ୍ଦ୍ରାପଡ଼ା,୧ା୭:କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ବାଲେଶ୍ୱରରେ ଜଣେ ଆଇନଜୀବୀଙ୍କୁ ପୋଲିସର ର୍ଦୁବ୍ୟବହାର ଘଟଣାକୁ ଦୃଢ ନିନ୍ଦା କରାଯାଇଛି। ଜିଲ୍ଲା ଓକିଲ ସଙ୍ଘ କାର୍ଯ୍ୟାଳୟରେ ମଙ୍ଗଳବାର ଏକ ବୈଠକ ସଙ୍ଘର ସଭାପତି ଗୋବର୍ଦ୍ଧନ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ବାଲେଶ୍ୱରରେ ବରିଷ୍ଠ ଆଇନଜୀବୀ ପୁରୁଷୋତ୍ତମ ଦାସଙ୍କୁ ପୋଲିସ ଗିରଫ କରିବା ଓ ଟ୍ରେନି ଆଇଏଏସ ଅଧିକାରୀ ସମଲ ଭଗତଙ୍କ ଦ୍ୱାରା ନିର୍ଯ୍ୟାତନା ଦିଆଯାଇଥିବାରୁ ଏହି ଘଟଣାର ଦୃଢ ନିନ୍ଦା କରାଯାଇ ଏକ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଏଥିସହିତ ଏହି ପ୍ରସ୍ତାବକୁ ରାଜ୍ୟ ଆଇନଜୀବୀ ପରିଷଦ, ବାଲେଶ୍ୱର ଜିଲ୍ଲା ଓକିଲ ସଙ୍ଘ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି ସଭାରେ ଉପସଭାପତି ହାଡିବନ୍ଧୁ ସିଂ, ସଙ୍ଘର ସମ୍ପାଦକ ନୃସିଂହ ଚରଣ ରାଉତ, ସହ ସମ୍ପାଦକ ବିନୋଦ କୁମାର ବେହେରା, କୋଷାଧ୍ୟକ୍ଷ ବିଭୁତି ଭୂଷଣ କର, ମହିଳା ସଦସ୍ୟା ରେଣୁବାଳା ସାମଲ, ମମତାମୟୀ ସାମଲ, ସଦସ୍ୟ ହରିପ୍ରସାଦ କର, ବରିଷ୍ଠ ଆଇନଜୀବୀ ଭୀମସେନ ଭୂୟାଁ, ଧ୍ରୁବ ଚରଣ ଜେନା, ସରୋଜରାଜ ସିଂ, ପ୍ରଭାତ କୁମାର ଅଧିକାରୀ, ସୁବାଷ ଚନ୍ଦ୍ର ନାୟକଙ୍କ ସମେତ ଶତାଧିକ ଆଇନଜୀବୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିବା ସହ ଘଟଣାର ଦୃଢ ନିନ୍ଦା କରିଥିଲେ।

Next Post

ଶ୍ରୀଗୁଣ୍ଡିଚାରେ ପୁରୀ ବଡଦାଣ୍ଡରେ ପ୍ରସାଦ ବଣ୍ଟନ

Tue Jul 1 , 2025
କେନ୍ଦ୍ରାପଡ଼ା,୧ା୭ :ବୈକୁଣ୍ଠ ବାର୍ତାବହ ସମିତି ଓ ମହାବୀର ହନୁମାନ ମନ୍ଦିର ଗରାପୁରର ଯୁବସେବକ ମାନଙ୍କ ଦ୍ୱାରା ଶ୍ରୀଗୁଣ୍ଡିଚା ଅବସରରେ ପୁରୀ ବଡଦାଣ୍ଡରେ ପ୍ରସାଦ ବଣ୍ଟନ କରିଥିଲେ। ଏହି ଅବସରରେ ଶତାଧିକ ସେବକ ଶ୍ରୀଗୁଣ୍ଡିଚା ସକାଳୁ ୧୦ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ପ୍ରଥମେ ଚା ବିସ୍କୁଟ ବାଣ୍ଟିବା ପରେ ପ୍ରସାଦ ଡାଲମା ବଣ୍ଟନ କରିଥିଲେ। ମଧ୍ୟାହ୍ନରେ ଲୋକମାନଙ୍କୁ ଦହି ସର୍ବତ ବଣ୍ଟନ କରିଥିଲେ। ଏହି ସମସ୍ତ କାର୍ଯ୍ୟ ସେବକମାନଙ୍କ ପ୍ରତ୍ୟକ୍ଷ ଓ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading