ଅଣଓଡ଼ିଆ ଛାପିଛନ୍ତି ସ୍କୁଲ ବହି : ୨୧୨୫ ଭୁଲ୍ , ବିବାଦରେ ଆଉଟସୋସ

blank
ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଓଡିଆ ମାଧ୍ୟମ ପାଠ୍ୟପୁସ୍ତକରେ ଏପର୍ଯ୍ୟନ୍ତ ୨୧୨୫ଟି ତ୍ରୁଟି ଚିହ୍ନଟ ହୋଇଥିବା ବେଳେ ଏହାକୁ ନେଇ ଶିକ୍ଷା ମହଲରେ ଅସନ୍ତୋଷ ତୀବ୍ର ହୋଇଛି। କେବଳ ଅଷ୍ଟମ ଶ୍ରେଣୀ ପୁସ୍ତକରେ ୮୩୯ଟି ଓ ସପ୍ତମ ଶ୍ରେଣୀରେ ୫୭୪ଟି ତ୍ରୁଟି ଧରାପଡ଼ିଥିବା ଜଣାପଡ଼ିଛି। ଏହି ତ୍ରୁଟିକୁ ନେଇ ବିବାଦ ବଢ଼ୁଥିବା ବେଳେ ପାଠ୍ୟପୁସ୍ତକ ମୁଦ୍ରଣ କାର୍ଯ୍ୟ ଜଣେ ପ୍ରଭାବଶାଳୀ କେନ୍ଦ୍ରୀୟ ନେତାଙ୍କ ପୁଅଙ୍କ ମାଲିକାନାରେ ଥିବା ଅଣଓଡିଆ ସଂସ୍ଥାକୁ ଦିଆଯାଇଥିବା ନେଇ ଅଭିଯୋଗ ସାମ୍ନାକୁ ଆସିଛି।ବିଶ୍ୱସ୍ତ ସୂତ୍ର ଅନୁସାରେ, ଉତ୍ତରପ୍ରଦେଶର ଏକ ବେସରକାରୀ ମୁଦ୍ରଣ ସଂସ୍ଥାରେ ବହୁ ପରିମାଣରେ ଓଡିଆ ପାଠ୍ୟପୁସ୍ତକ ଛପାଯାଇଥିବ ଜଣାପଡିଛି।

ସୂଚନା ଅନୁଯାୟୀ, ଜାତୀୟ ଶିକ୍ଷାନୀତି–୨୦୨୦ ଅନୁସାରେ ଚଳିତ ଶିକ୍ଷାବର୍ଷରେ ପ୍ରାୟ ୪୦ ଲକ୍ଷ ଛାତ୍ରଛାତ୍ରୀଙ୍କୁ ନୂତନ ପାଠ୍ୟପୁସ୍ତକ ଯୋଗାଇବା ପାଇଁ ୨୦୨୫ ଅକ୍ଟୋବରରେ ତରବରିଆ ଭାବେ ନିଷ୍ପତ୍ତି ନିଆଯାଇଥିଲା। ହାତରେ କମ୍ ସମୟ ଥିବାରୁ ପ୍ରାୟ ୩ କୋଟି ରଙ୍ଗୀନ ପୁସ୍ତକ କେବଳ ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା (ଟିବିପିଏମ୍‌) ଦ୍ୱାରା ପ୍ରକାଶ ସମ୍ଭବ ନଥିବା ଦର୍ଶାଯାଇଥିଲା। ଏହାପରେ ମୁଦ୍ରଣ କାର୍ଯ୍ୟ ବେସରକାରୀ ସଂସ୍ଥାଙ୍କୁ ଆଉଟସୋର୍ସ କରାଯାଇଥିଲା। ପାଠ୍ୟପୁସ୍ତକ ଆଉଟସୋର୍ସିଂ ବାବଦରେ ୧୬୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଅଭିଯୋଗ ହୋଇଥିଲେ ମଧ୍ୟ ଟିବିପିଏମ୍ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ସଂସ୍ଥାର କହିବା ଅନୁସାରେ, ଆଉଟସୋର୍ସିଂ ପାଇଁ ମାତ୍ର ୨୧ କୋଟି ଟଙ୍କା ବ୍ୟୟ ହୋଇଛି। ତେବେ କେଉଁ ସଂସ୍ଥାକୁ ମୁଦ୍ରଣ କାର୍ଯ୍ୟ ଦିଆଯାଇଥିଲା, ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ଏହାକୁ ନେଇ ଅଭିଭାବକ ମହଲରେ ପ୍ରଶ୍ନ ଉଠିଛି। ପାଠ୍ୟପୁସ୍ତକ ମୁଦ୍ରଣ କରିଥିବା ସଂସ୍ଥାର ପରିଚୟ, ଚୟନ ପ୍ରକ୍ରିୟା ଏବଂ ମୁଦ୍ରଣରେ ଘଟିଥିବା ତ୍ରୁଟି ପାଇଁ ଦାୟୀଙ୍କ ବିରୋଧରେ କେଉଁ ପଦକ୍ଷେପ ନିଆଯିବ, ସେନେଇ ରାଜ୍ୟ ସରକାର ସ୍ପଷ୍ଟୀକରଣ ଦେବାକୁ ଦାବି ଜୋର ଧରିଛି। ୪୦ ଲକ୍ଷରୁ ଅଧିକ ଓଡିଆ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଜଡିତ ଏହି ପ୍ରସଙ୍ଗର ସ୍ୱଚ୍ଛ ତଦନ୍ତ ଓ ଜବାବଦେହିତା ନିଶ୍ଚିତ କରିବାକୁ ଅଭିଭାବକ ଓ ବୁଦ୍ଧିଜୀବୀ ମହଲ ଦାବି କରିଛନ୍ତି।

Next Post

ବିକାଶ ଧାରା ପାଳନ ନୁହେଁ, ଜନସମସ୍ୟାର ସମାଧାନ କରନ୍ତୁ –ବିଧାୟକ

Wed Jun 24 , 2026
 ପଟ୍ଟାମୁଣ୍ଡାଇ ବ୍ଲକରେ ବିକାଶଧାରା ଓଡିଶା ସାରା ଉଦଯାପିତ ପଟ୍ଟାମୁଣ୍ଡାଇ ତା ୨୪/୬- ରାଜ୍ୟରେ ବିଭିନ୍ନ ଜନସମସ୍ୟା ଜାରି ରହିଛି । ବେକାରୀ, ଦରଦାମ ବୃଦ୍ଧି, କୃଷକ ଓ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ସହ ଅନେକ ଜନସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗ ରହିଥିବା ସତ୍ୱେ ଭାଜପା ସରକାର କେବଳ ମିଛ ପ୍ରଚାରରେ ମାତିଛନ୍ତି । ଭାଜପା ସରକାର ଦୁଇ ବର୍ଷପୂର୍ତି ପାଳନକରି ସାରା ଓଡିଶାରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଜରିଆରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading