କେନ୍ଦ୍ରାପଡ଼ା,୧୬ା୭: ଗତ ୫ ସପ୍ତାହ ଧରି କେନ୍ଦ୍ରାପଡ଼ାରେ ଖରାଫ ହୋଇ ପଡିଥିବା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ବୁଧବାର ମରାମତି ନିମନ୍ତେ ମୁମ୍ବାଇକୁ ପଠାଯାଇଛି। ଏହାକୁ ଏକ କ୍ରେନ ସହାୟତାରେ ଟ୍ରଲର ଉପରେ ରଖାଯାଇ ମୁମ୍ବାଇ ନିଆଯାଇଛି। ସେଠାରେ ଏହାର ମରାମତି କରାଯିବ ବୋଲି ଜିଲ୍ଲା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଅଧିକାରୀ ଜଣକ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ଜୁନମାସ ୯ ତାରିଖରେ କେନ୍ଦ୍ରାପଡ଼ା ଗସ୍ତରେ ଆସିଥିଲେ […]
HOME
କେନ୍ଦ୍ରାପଡ଼ା,୧୫ା୭ :ବାଲେଶ୍ୱର ଫକିରମୋହନ ବିଶ୍ୱବିଦ୍ୟାଳୟର ଛାତ୍ରୀ ଶୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ଘଟଣାରେ କେନ୍ଦ୍ରାପଡ଼ାର ମିଳିତ ବିରୋଧୀଦଳଙ୍କ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ଏକ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରା ପୁରୁଣା ବସଷ୍ଟାଣ୍ଡରୁ ବାହାରି ସହର ପରିକ୍ରମା କରି ତିନିମୁହାଣିଛକ ପର୍ଯ୍ୟନ୍ତ ଯାଇ ସେଠାରେ ମୃତ ଛାତ୍ରୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି ଘଟଣାକୁ ନେଇ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା ,ଯୁବକଂଗ୍ରେସ ପୂର୍ବତନ ସଭାପତି ସତ୍ୟପ୍ରିୟ […]
କେନ୍ଦ୍ରାପଡା ୧୪/୭- ଫକିର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁର ନ୍ୟାୟ ଦାବିରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ କେନ୍ଦ୍ରାପଡା ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସୌମ୍ୟାଶ୍ରୀଙ୍କୁ ଉଚିତ୍ ନ୍ୟାୟ କିପରି ମିଳିବ ଓ ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ମିଳିବା ଦାବିରେ ସଭାପତି ଦିବ୍ୟ ରଞ୍ଜନ ରାଉତଙ୍କ ନେତୃତ୍ୱରେ କେନ୍ଦ୍ରାପଡାର ବହୁ ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସର କର୍ମିମାନେ ଉଚ୍ଚ […]
କେନ୍ଦ୍ରାପଡ଼ା,୧୫ା୭ :ନିଖିଳ ଓଡିଶା ନାଇଟ୍ ୱାଚମ୍ୟାନ ଓ ହାଉସକିପିଙ୍ଗ କର୍ମଚାରୀ ସଙ୍ଘ କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ମଙ୍ଗଳବାର ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଜିିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ‘ମୋ ସ୍କୁଲ ଅଭିଯାନ’ରେ ପିଅନ ଓ ରାତ୍ରଜଗୁଆଳ ନଥିବା ଉଚ୍ଚ ବିଦ୍ୟାଳୟ ଗୁଡିକରେ ସରକାରଙ୍କ […]
ପଟ୍ଟାମୁଣ୍ଡାଇ ୧୫/୭ -ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଇଂଟିଗ୍ରେଟେଡ ବିଏଡ ଦ୍ୱିତୀୟ ବର୍ଷ ଛାତ୍ରୀ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ।ଯାହାକୁ ନେଇ ସାରା ଓଡ଼ିଶାରେ ଉତେଜନା ବଢିବାରେ ଲାଗିଛି । ନିର୍ଯ୍ୟାତୀତା ଛାତ୍ରୀଙ୍କୁ ନ୍ୟାୟ ପାଇଁ ଚାରୀଆଡେ ପ୍ରତିବାଦ ଜାରି ରହିଥିବା ବେଳେ ପଟ୍ଟାମୁଣ୍ଡାଇ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନରେ ପଟ୍ଟାମୁଣ୍ଡାଇ କଲେଜ ଗେଟ୍ ସାମ୍ନାରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ […]
ସ୍ପର ଉପରେ କୁମ୍ଭୀର ଦେଖି ଲୋକେ ଭୟଭୀତ ପଟ୍ଟାମୁଣ୍ଡାଇ ୧୪/୭-ବ୍ରାହ୍ମଣୀ ବନ୍ୟା ଯୋଗୁଁ ଦୀର୍ଘ ୭ଦିନ ବ୍ୟାପି ଧୋୟାଞ୍ଚଳର ଚାଷଜମି ଜଳମଗ୍ନ ହେବା ଫଳରେ ବ୍ୟାପକ ଫସଲ ହାନୀ ଘଟିଛି । ବନ୍ୟା ଜଳ ବିଭିନ୍ନ ସ୍ଥାନରେ ଜମି ରହିବା ଫଳରେ ପରିବେଶ ଦୂଷିତ ହୋଇଛି । ଯାହାଫଳରେ ଜର, ଥଣ୍ଡା,କାଶ ଝାଡା,ବାନ୍ତି ଆଦି ବିଭିନ୍ନ ସଂକ୍ରାମକ ରୋଗ ବ୍ୟାପିବାରେ ଲାଗିଛି । ପାନୀୟ ଜଳ ଉତ୍ସ ବୁଡି ଯାଇଥିବାରୁ […]
କେନ୍ଦ୍ରାପଡା ୧୪/୭- କେନ୍ଦ୍ରାପଡ଼ାର ସ୍ପୋର୍ଟସ୍ କିକ୍ୱକ୍ସିଂ ଆସୋସିଏସନ୍ର ଖେଳାଳିମାନେ ୧୦ ରୁ ୧୩ ଜୁଲାଇ ୨୦୨୫ ପର୍ଯ୍ୟନ୍ତ ଟିଟି, ଅନୁଗୁଳରେ ଅନୁଷ୍ଠିତ ଷଷ୍ଠ ୱାକୋ ଓଡ଼ିଶା ରାଜ୍ୟ କିକ୍ୱକ୍ସିଂ ଚାମ୍ପିଅନସିପରେ ୧୨ ପଦକ (୫ ସ୍ୱର୍ଣ୍ଣ, ୧ ରୌପ୍ୟ, ୬ କାଂସ୍ୟ) ଜିତି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ପଦକ ବିଜେତାଙ୍କ ମଧ୍ୟରେ ସୌଭାଗ୍ୟ ଲକ୍ଷ୍ମୀ ପାତ୍ର (୨ ସ୍ୱର୍ଣ୍ଣ, ୧ କାଂସ୍ୟ), ବିଘ୍ନେସ୍ କୁମାର ପାତ୍ର (୨ ସ୍ୱର୍ଣ୍ଣ), […]
ନିର୍ମାଣାଧିନ ୫୩ ନମ୍ବର ଜାତୀୟ ରାଜପଥ ପାଲଟିଛି ମୃତ୍ୟୁଯନ୍ତା ଡ଼େରାବିଶ ୧୪ । ୦୭ (ବେବର୍ତା ଅଜୟ ଦାସ) – ଚଣ୍ଡିଖୋଲ ପାରାଦ୍ୱୀପ ୫୩ ନମ୍ବର ଜାତୀୟ ରାଜପଥର ଡେରାବିଶ ଥାନା ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ଛକରେ ସୋମବାର ଅପରାହ୍ନରେ ଏକ ଦୁର୍ଘଟଣା ଘଟି ୨ଜଣ ଗୁରୁତର ହୋଇଛନ୍ତି। ଗୁରୁତର ଦ୍ୱୟ ହେଲେ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଭୁଲୁକା ଗ୍ରାମର ସରୋଜ କୁମାର ଜେନା(୫୨) ଓ ତାଙ୍କ ସ୍ତ୍ରୀ ଅଂଜନା ଜେନା […]
ଡେରାବିଶ ୧୪ । ୦୭ (ବେବର୍ତା ଅଜୟ ଦାସ) – ଡେରାବିଶ ବ୍ଲକ ସଭାଗୃହରେ ସୋମବାର କେନ୍ଦ୍ରାପଡା ଜିଲ୍ଲସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ଓ ଏସପି ସିଦ୍ଧାର୍ଥ କଟାରିଆ ଯୋଗଦେଇ ମୋଟ ୩୯ ଗୋଟି ଅଭିଯୋଗର ଶୁଣାଣି କରିଥିଲେ। ଏଥିମଧ୍ୟରୁ ୬ ଗୋଟି ଅଭିଯୋଗ ସାମୁହିକ ଥିବା ବେଳେ ଅବଶିଷ୍ଟ ୩୩ ଟି ବ୍ୟକ୍ତିଗତ ଅଭିଯୋଗ ରହିଥିଲା। ଏହି ଅଭିଯୋଗ […]
କେନ୍ଦ୍ରାପଡ଼ା,୧୩ା୭ :କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଡାଇରିଆ ୱାର୍ଡ ଏବେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇଦେଇ ରୋଗମୁକ୍ତ କରୁନାହିଁ ବରଂ ରୋଗୀଙ୍କ ରୋଗ ବଢାଇବାରେ ଲାଗିଛି। କାରଣ ଡାଇରିଆ ୱାର୍ଡରେ ରୋଗୀଙ୍କ ପାଇଁ ଯେଉଁ ବେଡ ପଡିଛି ସେ ବେଡର ଲୁହା ପ୍ଲେଟ ଜଅଁଙ୍କ ଖାଇ ନଷ୍ଟ ହୋଇଗଲାଣି। ସେହିପରି ପାଇଖାନା ଓ ପରିସ୍ରାଗାର ଗୁଡିକ ସଠିକ ଭାବରେ ଓ ଉପଯୁକ୍ତ ସମୟ ବ୍ୟବଧାନରେ ସଫାସୁତୁରା […]

