ବିଧାନସଭାରେ ଉଠିଲା ପଟ୍ଟାମୁଣ୍ଡାଇ ସବଡିଭିଜନ ଦାବୀ, ମନ୍ତ୍ରୀଙ୍କୁ ଉତ୍ତର ମାଗିଲେ ବିଧାୟକ

blank
ପଟ୍ଟାମୁଣ୍ଡାଇ ତା ୧୮/୯–ପଟ୍ଟାମୁଣ୍ଡାଇଳୁ ରାଜସ୍ୱ ସବଡିଭିଜନ ମାନ୍ୟତା ପ୍ରଦାନ ପ୍ରସଙ୍ଗକୁ ନେଇ ରାଜନଗର ବିଧାୟକ ଧ୍ରୁବ ସାହୁ ଗୁରୁବାର ବିଧାନସଭାରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ବିଧାୟକ ସାହୁଙ୍କ ପ୍ରଶ୍ନର ଉତରରେ ରାଜ୍ୟରେ ସବ-ଡିଭିଜନ ପୁନଗଠନ ପ୍ରକ୍ରିୟା ଅଦ୍ୟାବଧି କରାଯାଇନାହିଁ, ଓଡ଼ିଶା ରାଜସ୍ୱ ପ୍ରଶାସନ (ୟୁନିଟ୍‌) ଆଇନ, ୧୯୬୩, ବର୍ତମାନ ଭାରତୀୟ ନ୍ୟାୟ ସୁରକ୍ଷା ସଂହିତା ୭(୩) ଆଇନ ଅନୁଯାୟୀ ସରକାର ପଦକ୍ଷେପ ନେବେ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ ଉତ୍ତର ରଖିଛନ୍ତି ।

ରାଜନଗର ବିଧାୟକ ଧ୍ରୁବ ସାହୁ ୨୦୧୯ ମସିହା ଠାରୁ ପଟ୍ଟାମୁଣ୍ଡାଇ ସବଡିଭିଜନ ପାଇଁ ବିଭିନ୍ନ ସମୟରେ ରାଜ୍ୟ ବିଧାନସଭାରେ ଏକାଧିକ ବାର ପ୍ରଶ୍ନ ଉତ୍ଥାପନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସମ୍ପ୍ରତି ରାଜ୍ୟର ନୂତନ ବିଜେପି ସରକାର ପଂଚାୟତ, ବ୍ଲକ ଓ ଜିଲ୍ଲା ପୁନଃର୍ଗଠନ କରିବା ପାଇଁ ଯୋଜନା କରିବା ଓ ଏ ଦିଗରେ ପଦକ୍ଷେପ ନେବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସବୁ ମହଲରେ ତତ୍ପରତା ପ୍ରକାଶ ପାଇଛି । ରାଜ୍ୟ ସରକାର ସବଡିଭିଜନ ପୁନଃର୍ଗଠନ ପାଇଁ ପଦକ୍ଷେପ ନେବାର ଯୋଜନା ଥିବାରୁ ଆଜି ରାଜ୍ୟ ବିଧାନସଭାରେ ରାଜନଗର ବିଧାୟକ ଧ୍ରୁବ ସାହୁ ପୁନରାୟ ସବଡିଭିଜନ ପ୍ରସଙ୍ଗ ଉତ୍ଥାପନ କରି ସରକାରଙ୍କ ଠାରୁ ଜବାବ ମାଗିଛନ୍ତି । ବିଧାୟକ ଧ୍ରୁବ ସାହୁଙ୍କ ପ୍ରଶ୍ନର ଉତ୍ତରରେ ରାଜ୍ୟ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ସମ୍ପ୍ରତି ରାଜ୍ୟରେ ସବଡିଭିଜନ ପୁନଃର୍ଗଠନ ପାଇଁ ସରକାରଙ୍କ କୌଣସି ପ୍ରସ୍ତାବ ନାହଁ । ଆଗାମୀ ଦିନରେ ବ୍ଲକ ଓ ଜିଲ୍ଲା ପୁନଃର୍ଗଠନ ହେଲେ ସାରା ସରକାର ଆଇନ ଅନୁଯାୟୀ ପଦକ୍ଷେପ ନେବେ ବୋଲି ବିଧାନସଭାରେ ପ୍ରକାଶ କରିଛନ୍ତି ।

Next Post

ଶାନ୍ତିପୂର୍ଣ୍ଣ ଭାବେ ଦୁର୍ଗା ପୂଜା ପାଳନ ପାଇଁ ଥାନାରେ ଶାନ୍ତି କମିଟି ବୈଠକ

Thu Sep 18 , 2025
ପଟ୍ଟାମୁଣ୍ଡାଇ ୧୮/୯ -ପାର୍ବଣ ଋତୁର ଆଗମନରେ ଶାରଦିଅ ଦୁର୍ଗା ପୂଜାକୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ପାଇଁ ଶୁକ୍ରବାର ସଂନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ଥାନା ପରିସରରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ୨୪ଟି ପୂଜା ମଣ୍ଡପର କର୍ମକର୍ତା ଓ ଶାନ୍ତି କମିଟି ସଦସ୍ୟମାନେ ଯୋଗ ଦେଇ ଆଲୋଚନା କରିଥିଲେ । ଏ ନେଇ ବିଭାଗୀୟ ଅଧିକାରୀ ଏବଂ ସମସ୍ତ କମିଟିର ସଦସ୍ୟଙ୍କ ସହିତ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading