ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ସୋଫିଆ ଫିର୍ଦ୍ଦୋସ

blank
ଭୁବନେଶ୍ୱର,୨୭ା୩-ରାଜଧାନୀରେ କଂଗ୍ରେସ କରିଛି ରଣହୁଙ୍କାର। କଂଗ୍ରେସର ଗର୍ଜନରେ ଉଠୁଛି ପଡୁଛି ରାଜଧାନୀ। କଂଗ୍ରେସର ଆନ୍ଦୋଳନ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି। ବିଧାନସଭା ଆଗରେ ହାଇ ସିକ୍ୟୁରିଟି । ସମସ୍ତ ଗେଟ ବନ୍ଦ କରାଯିବା ସହ ତନ୍ନ ତନ୍ନ ଯାଞ୍ଚ କରୁଛନ୍ତି ପୋଲିସ ଅଧିକାରୀ। ସବୁ ଗେଟ ଆଗରେ ପୋଲିସ ଛାଉଣୀ । ଆନ୍ଦୋଳନକାରୀଙ୍କୁ ରୋକିବାକୁ ୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏହାରି ଭିତରେ ପଦଯାତ୍ରାରେ କଂଗ୍ରେସର ବହୁ ବରିଷ୍ଠ ନେତା ଯୋଗ ଦେଇଛନ୍ତି। ଆନ୍ଦୋଳନବେଳେ କଂଗ୍ରେସ ନେତ୍ରୀ ସୋଫଇଆ ଫିର୍ଦ୍ଦୋସ ମୁଖ୍ୟମନ୍ତ୍ରୀଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିବୃତ୍ତିରେ ଆମେ ଆଶ୍ଚର୍ଯ୍ୟ ହୋଇଯାଇଛୁ। ସେ କହୁଛନ୍ତି, ‘କ’ଣ ହେଇଛି, କ’ଣ ଏମିତି ଘଟିଯାଇଛି’ ଆମେ ଏଥିପାଇଁ କହିବାକୁ ଚାହୁଁଛୁ ମୁଖ୍ୟମନ୍ତ୍ରୀ ଖବରକାଗଜ ଦେଖନ୍ତୁ, ଗ୍ରାଉଣ୍ଡକୁ ଯାଆନ୍ତୁ। ସାଧାରଣ ଲୋକ ଆପଣଙ୍କୁ ନିର୍ବାଚିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ପଦରେ ଖାଲି ବସିଗଲେ ହେବନି ଲୋକଙ୍କ ଅସୁବିଧା ବୁଝିବାକୁ ଗ୍ରାଉଣ୍ଡ ଲେଭଲକୁ ଯାଆନ୍ତୁ। ହେଲେ ଆପଣଙ୍କର ଆକ୍ରୋଶମୂଳକ ଭାବନା ରହିଛି। ଏହାର ଜବାବ ମହିଳାମାନେ ହିଁ ଆପଣଙ୍କୁ ଦେବେ। ଆପଣ ମହିଳାଙ୍କୁ ନ୍ୟାୟ ଦେଉନାହାନ୍ତି। ଆପଣ ତାଙ୍କୁ ଠକିଛନ୍ତି। ଚୁପ୍‌? ହୋଇ ବସିଗଲେ ହେବନି। ଆପଣ ଆମର ସ୍ୱର ଚାପିବାକୁ ଚେଷ୍ଟା କରିଛନ୍ତି। ହେଲେ ଆମେ ନିଲମ୍ବିତ ନେତା ଚୁପ୍ ହୋଇ ବସିବୁନି।

Next Post

ଖେଲୋ ଇଣ୍ଡିଆ ପାରା ଜାତୀୟ ଜାଭଲିନ୍ ଥ୍ରୋ ପ୍ରତିଯୋଗିତାରେ କେନ୍ଦ୍ରାପଡାର ରଞ୍ଜିତ ଚାନ୍ଦ ତୃତୀୟ

Fri Mar 28 , 2025
କେନ୍ଦ୍ରାପଡା,୨୮ା୩: ନୂଆଦିଲ୍ଲୀର ଜବାହାରଲାଲ ନେହେରୁ ଷ୍ଟାଡିୟମ୍‌ଠାରେ ଚଳିତମାସ ୨୦ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଖେଲୋ ଇଣ୍ଡିଆ ପାରା ଜାତୀୟ ଆଥ୍‌ଲେଟିକ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେମଧ୍ୟରୁ ଜାଭ୍‌ଲିନ୍ ଥ୍ରୋ ପ୍ରତିଯୋଗିତାରେ ତାଳସଙ୍ଗା ପଞ୍ଚାୟତ ଅନ୍ତର୍ଗତ ମାର୍ଶାଘାଇ ବ୍ଲକର ରଞ୍ଜିତ ଚାନ୍ଦ ଏହି ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ ମେଡାଲ ପାଇ କେନ୍ଦ୍ରାପଡା ଜିଲ୍ଲା ତଥା ଓଡିଶା ପାଇଁ ଗର୍ବ ଆଣିଥିବାରୁ ଜିଲ୍ଲାପାଳ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading