କେନ୍ଦ୍ରାପଡ଼ା,୫ା୫: ଡେରାବିଶ ବ୍ଲକ ଅନ୍ତର୍ଗତ ଚାଟରା ଚକଡା ଗ୍ରାମପଞ୍ଚାୟତ କଲ୍ୟାଣ ମଣ୍ଡପଠାରେ କେନ୍ଦ୍ରାପଡ଼ା ଜିଲ୍ଲା ସ୍ତରୀୟ ତାଇକୋଣ୍ଡ ଚମ୍ପିଆନସିପ୍ର ଷଷ୍ଠ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ତିନିଗୋଟି ଏକାଡେମୀରୁ ସର୍ବମୋଟ୍ ୭୦ ଜଣ ବାଳକ ବାଳିକା ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡେରାବିଶ ଥାନା ଅଧିକାରୀ ସରୋଜ କୁମାର ସାହୁ, ଶିଖିବିଦ୍ଧ ଜୟନ୍ତ ବଳ, ତାଇକୋଣ୍ଡ ରାଜ୍ୟ ସମ୍ପାଦକ ମନମୋହନ ଭଞ୍ଜ, ସମାଜସେବୀ ରଞ୍ଜନ ନାୟକ, […]
featured
ପଟ୍ଟାମୁଣ୍ଡାଇ ତା ୪/୫- ଦେଶର ଗଣତନ୍ତ୍ର ଓ ସମ୍ବିଧାନର ପାଇଁ ଲଢେଇ କରୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦାବୀକୁ ବିଚାରକୁ ନେଇ କେନ୍ଦ୍ର ବିଜେପି ସରକାର ଜାତିଗତ ଜନଗଣନା ପାଇଁ ନିଷ୍ପତ୍ତି ନେଇଥିବାରୁ କଂଗ୍ରେସ ପକ୍ଷରୁ ଦେଶ ବ୍ୟାପି ବିଜୟ ଉତ୍ସବ ପାଳନ କରାଯାଉଛି । ଏଇ ପରିପ୍ରେକ୍ଷୀରେ ଓଡିଶାର ବିଭିନ୍ନ ଜିଲ୍ଲା ଓ ବ୍ଲକରେ ବିଜୟ ଉତ୍ସବ ପାଳନ କରାଯାଇଛି । ଆଜି ସନ୍ଧ୍ୟାରେ କେନ୍ଦ୍ରାପଡ଼ା ଜିଲ୍ଲା […]
ପଟ୍ଟାମୁଣ୍ଡାଇ ତା ୩/୫- ପଟ୍ଟାମୁଣ୍ଡାଇ ବ୍ଲକ ବଡ଼ପଡା ପଂଚାୟତ କାଠିଆପଡା ଦକ୍ଷିଣେଶ୍ୱର ହାଇସ୍କୁଲ ଛାତ୍ର ଶୁଭମ ଜ୍ୟୋତି ରାଉତ ଚଳିତ ମାଟ୍ରିକ ପରୀକ୍ଷାରେ ଜିଲ୍ଲାରେ ୫୭୫ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲା ଟପ୍ପର ହେବା ସହିତ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଓ କାଠିଆପଡା ଦକ୍ଷିଣେଶ୍ୱର ହାଇସ୍କୁଲର ସୁନାମ ଓ ଗୌରବ ବୃଦ୍ଧି କରିଛନ୍ତି । ଏଥି ସହିତ ଛାତ୍ରୀ ହର୍ଷିତା ଆଦର୍ଶିନୀ ୫୫୩ ନମ୍ବର ରଖି ଦକ୍ଷିଣେଶ୍ୱର ହାଇସ୍କୁଲ […]
ପଟ୍ଟାମୁଣ୍ଡାଇ ୩/୫ -ଚଳିତ ବର୍ଷ ସଦ୍ୟ ପ୍ରକାଶିତ ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳରେ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଦକ୍ଷିଣେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ର ଶୁଭମ ଜ୍ୟୋତି ରାଉତ ସର୍ବୋଚ୍ଚ ୫୭୫ ନମ୍ବର ରଖି କେନ୍ଦ୍ରାପଡା ଜିଲାର ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି । ଏଥିନେଇ ଭାଜପା ଯୁବମୋର୍ଚ୍ଚା ରାଜ୍ୟ ସଂଯୋଜକ ଅଭିଷେକ ଦାସ, ଜିଲ୍ଲା ସଭାପତି ଶୋଭନ ଆଚାର୍ଯ୍ୟ, ଜିଲ୍ଲା ସମ୍ପାଦକ ସ୍ମୃତି ରଞ୍ଜନ ମଲ୍ଲ, ଅଭିଜିତ ବଳ […]
ପଟ୍ଟାମୁଣ୍ଡାଇ୩/୪- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଳିକୁ ସଂଯୋଗ କରୁଥିବା ପତ୍ରପୁର ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ପାଇଁ ସରକାରୀ ମଞ୍ଜୁରୀ ମିଳିଛି। ଏହି ବ୍ରିଜ ପାଇଁ ରାଜ୍ୟ ସରକାର ୩ଶହ ୬ କୋଟି ଟଙ୍କା ମଂଜୁର କରିଛନ୍ତି। ସେହିପରି ଭାବରେ ପଟ୍ଟାମୁଣ୍ଡାଇ-କାଠିଆପଡା ୧୪ କିମି ରାସ୍ତା ପାଇଁ ୧୫ କୋଟି ୫୪ ଲକ୍ଷ ଟଙ୍କା ମଂଜୁର କରାଯାଇଛି। ସେହିପରି ଜୁୁନାଗଡ-ସିଲପୋଖରୀ-ଜୁନସନଗର-ପଂଚୁପଲ୍ଲୀ ରାସ୍ତା ପାଇଁ ୯ କୋଡି ୩୩ […]
କେନ୍ଦ୍ରାପଡ଼ା ୩ା୫: କେନ୍ଦ୍ରାପଡା ସହର ସ୍ଥିତ ମହିପାଳସ୍ଥିତ ବାୟାବଜାରର ନ୍ୟାୟ ଦେବତା ପୂଜା କମିଟି ଦ୍ୱାରା ଆୟୋଜିତ ଚର୍ତୁଦଶତମ ଜନ୍ମ ବାର୍ଷିକ ଉପଲକ୍ଷେ ଶନିଶ୍ଚର ମହାଯଜ୍ଞ ଓ ଜଳାଭିଷେକ ଅନୁଷ୍ଠିତ ହୋଇଯାଇଛି ଓ ସେହିପରି ସହରସ୍ଥ ଗଣାମାହାଲ ସ୍ଥିତ ବାଲାବାବା ମନ୍ଦିର ପ୍ରାଙ୍ଗଣରେ ଶନୈଶ୍ଚରାୟ ବିଶ୍ୱଶାନ୍ତି ମହାଯଜ୍ଞ କମିଟି ଆନୁକୂଲ୍ୟରେ ଉପଲକ୍ଷେ ଶୁକ୍ରବାର ସନ୍ଧ୍ୟା ୭ଟାରେ ଶୁଭାଧିବାସ କରାଯାଇ ଆଜ୍ଞାମାଳ ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଥିଲା । ଶନିବାର ଦିନ ପ୍ରାତଃ […]
ନୂଆଦିଲ୍ଲୀ ୨/୫-ଭାରତର ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତେଜନା ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ ଆମେରିକା ଭାରତକୁ ୧୩୧ ନିୟୁତ ଡଲାର ମୂଲ୍ୟର ସାମରିକ ସାମଗ୍ରୀ ଓ ଲଜିଷ୍ଟିକ ସମର୍ଥନ ଯୋଗାଇବା ପାଇଁ ଏକ ବୈଦେଶିକ ସାମରିକ ବିକ୍ରୟକୁ ଅନୁମୋଦନ କରିଛି। ଏହି ସାମଗ୍ରୀ ହିନ୍ଦ-ପ୍ରଶାନ୍ତ ମହାସାଗରୀୟ ଅଂଚଳରେ ଭାରତର ସାମୁଦ୍ରିକ ସୁରକ୍ଷା କ୍ଷମତାକୁ ବୃଦ୍ଧି କରିବ। ବିଦେଶ […]
କେନ୍ଦ୍ରାପଡ଼ା,୨ା୫: କେନ୍ଦ୍ରାପଡା ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ମ୍ୟୁନିସିପାଲିଟି ଟାଉନ ହଲ୍ରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାଧିକରଣର ସଚିବ ସୁମିତ୍ରା ସାହୁ ଯୋଗଦେଇ ନିଜର ଅଭିଭାଷଣ ରଖିଥିଲେ । ତାଙ୍କ ଅଭିଭାଷଣରେ ସଚିବ ସାହୁ ଉପସ୍ଥିତ ଜନସାଧାରଣମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ, ଶ୍ରମିକମାନେ ନିଜ ନିଜର ହକ୍ କିପରି ଆଇନ ଅନୁଯାୟୀ ପ୍ରାପ୍ତ କରିପାରିବେ ଓ ଶିଶୁ ଶ୍ରମିକ ପ୍ରଥା କିପରି ଉଚ୍ଛେଦ […]
କେନ୍ଦ୍ରାପଡ଼ା,୨ା୫: କେନ୍ଦ୍ରାପଡାର ଟିପିସିଓଡିଏଲ ମୁଖ୍ୟ କାର୍ଯ୍ୟାଳୟ ପରିସରରେ କେନ୍ଦ୍ରାପଡା ୟୁନାଇଟେଡ ଇଲକ୍ଟ୍ରିସିଟି ଏମ୍ପେ୍ଲାଇଜ ୟୁନିଅନ ପକ୍ଷରୁ ଶ୍ରମିକ ଦିବସ ପାଳନ କରାଯାଇଛି । ବିଦ୍ୟୁତ ଉପଭୋକ୍ତା ସଂଘର ସଭାପତି ଭୀମସେନ ପରିଡାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ଟିପିସିଓଡିଏଲର ମୁଖ୍ୟ ପରିଚାଳକ ମନୋଜ ସିଂ ଓ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଶିବ ପ୍ରସାଦ ସ୍ୱାଇଁ ଯୋଗ ଦେଇଥିଲେ । ସେହିପରି ମୁଖ୍ୟବକ୍ତା ଭାବେ ଆଇନଜୀବୀ ରମଣୀରଞ୍ଜନ ରାଉତରାୟ, ସମ୍ମାନିତ ଅତିଥି […]
କେନ୍ଦ୍ରାପଡ଼ା,୨ା୫: ଇଣ୍ଡିଆନ ସ୍କୁଲ ସାର୍ଟପିକେଟ +୨ ବିଜ୍ଞାନ ପରୀକ୍ଷାରେ ରେଜଲ୍ଟ ଗତକାଲି ପ୍ରକାଶ ପାଇଛି । କେନ୍ଦ୍ରାପଡା ସେଣ୍ଟଯେସେଫ ସ୍କୁଲର ଛାତ୍ରୀ ବିନୀଶା ପ୍ରିୟଦର୍ଶନୀ ଓଡିଶାର ଦ୍ୱିତୀୟ ସ୍ଥାନ ଓ ସର୍ବଭାରତୀୟ ସ୍ତର୍ରରେ ୪ ସ୍ଥାନ ଅଧିକାର କରିଥିବାରୁ ଶୁଭେଛାର ସୁଅ ଛୁଟିବାରେ ଲାଗିଛି । ପିତା ଅଜୟ କୁମାର ସ୍ୱାଇଁ ଓ ମାତା ନିରୂପମା ସ୍ୱାଇଁ କୋଳମଣ୍ଡନ କରି ଧନ୍ୟ କରିଛନ୍ତି କେନ୍ଦ୍ରାପଡାକୁ । ଏହି ଅବସରରେ ମୁଡର […]