ହଇଜାକୁ ନେଇ ନବୀନଙ୍କ ଉଦବେଗ

blank
ଭୁବନେଶ୍ୱର,୧୫/୬-କେବଳ ଯାଜପୁର ନୁହେଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବ୍ୟାପିବାରେ ଲାଗିଛି ହଇଜା । ଢେଙ୍କାନାଳରୁ ଭୁବନେଶ୍ୱର ପର୍ଯ୍ୟନ୍ତ ବ୍ୟାପିଛି ହଇଜା । ଏଥିରେ ଲୋକଙ୍କ ପ୍ରାଣହାନୀ ବି ଘଟିଛି। ଡାଇରିଆକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିବା ସହ ପରୋକ୍ଷରେ ରାଜ୍ୟ ସରକାରଙ୍କ ସମାଲୋଚନା କରିଛନ୍ତି। ଏହା ସହିତ ସେ ଡାଇରିଆ ପ୍ରଭାବିତଙ୍କୁ ସମବେଦନା ଜଣାଇଛନ୍ତି। ନବୀନ ରବିବାର ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ, ଲୋକଙ୍କ ଜୀବନକୁ ସଙ୍କଟରେ ପକାଇଲାଣି ହଇଜା। ଦୀର୍ଘ ବର୍ଷ ଧରି ଯାହା ଦେଖିବାକୁ ମିଳିନଥିଲା ତାହା ଏବେ ବିଭିନ୍ନ ଜିଲ୍ଲାର ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଲାଣି। ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, କଟକ ଓ କେନ୍ଦୁଝର ଆଦି ଜିଲ୍ଲାରେ ହଇଜା ଭୟଙ୍କର ରୂପ ନେଉଥିବା ବେଳେ ଅନ୍ୟ ଜିଲ୍ଲାକୁ ମଧ୍ୟ ଏହା ବ୍ୟାପିବାକୁ ଲାଗିଲାଣି। ଲୋକଙ୍କ ଜୀବନକୁ ସଙ୍କଟରେ ପକାଇଲାଣି ହଇଜା। ଦୀର୍ଘ ବର୍ଷ ଧରି ଯାହା ଦେଖିବାକୁ ମିଳିନଥିଲା ତାହା ଏବେ ବିଭିନ୍ନ ଜିଲ୍ଲାର ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଲାଣି। ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, କଟକ ଓ କେନ୍ଦୁଝର ଆଦି ଜିଲ୍ଲାରେ ହଇଜା ଭୟଙ୍କର ରୂପ ନେଉଥିବା ବେଳେ ଅନ୍ୟ ଜିଲ୍ଲାକୁ ମଧ୍ୟ ଏହା ବ୍ୟାପିବାକୁ ଲାଗିଲାଣି। ସେ ଲେଖିଛନ୍ତି ବର୍ତ୍ତମାନ ସୁଦ୍ଧା ହଇଜାରେ ୧୪ ଜଣ ପ୍ରାଣ ହରାଇବା ମୋତେ ବ୍ୟଥିତ କରିଛି। ସେମାନଙ୍କ ପରିବାରବର୍ଗ ଓ ଆତ୍ମୀୟସ୍ୱଜନଙ୍କ ପ୍ରତି ମୋର ସମବେଦନା ଜଣାଉଛି। ଓଡ଼ିଶାରେ ହଇଜା ବ୍ୟାପୁଥିବା ବେଳେ ରାଜ୍ୟ ସରକାର ଏହାକୁ ହାଲକା ଭାବେ ନେବା ସମସ୍ତଙ୍କୁ ବେଶ୍ ଚକିତ ଓ ବିଚଳିତ କରୁଛି। ଲୋକଙ୍କ ଜୀବନକୁ ଆଉ ବିପଦକୁ ନ ଠେଲି ସରକାର ସଜାଗ ହୁଅନ୍ତୁ, ହଇଜାର ବ୍ୟାପକତାକୁ ରୋକିବା ପାଇଁ ତୁରନ୍ତ ଦୃଢ଼ ପଦକ୍ଷେପ ଗ୍ରହଣ କରନ୍ତୁ। ସୂଚନାଯୋଗ୍ୟ, ରାଜ୍ୟର ଅନେକ ଜିଲ୍ଲାରେ ଡାଇରିଆ ବ୍ୟାପିବାରେ ଲାଗିଛି। କେବଳ ଯାଜପୁର ନୁହେଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବ୍ୟାପିବାରେ ଲାଗିଛି । ଢେଙ୍କାନାଳ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ୱାର୍ଡ୯ ରେ ୨୦ ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । କାଲି ୱାର୍ଡ ନମ୍ବର ୧୨ ପେଣ୍ଠ ସାହିର କୃପାସିନ୍ଧୁ ମଲ୍ଲିକଙ୍କ ମେଡିକାଲରେ ମୃତ୍ୟୁ ହୋଇଛି। ସେହିଭଳି ରାଜଧାନୀର କଳିଙ୍ଗ ନଗର ସ୍ଥିତ ଏକ ଆପାର୍ଟମେଣ୍ଟରୁ ୫୦ରୁଅଧିକ ଝାଡାବାନ୍ତି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦୂଷିତ ପାଣିରୁ ସଂକ୍ରମଣ ବ୍ୟାପିଥିବା ଜଣାପଡିଛି। ବିଏମ୍‌ସି ଓ ସ୍ୱାସ୍ଥ୍ୟ ବିଭାଗର ଟିମ୍ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। କେନ୍ଦ୍ରାପଡା ଡେରାବିଶ ବ୍ଳକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗାଁରେ ଡାଇରିଆରେ ୫ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଗାଁର ଜଣେ ବୃଦ୍ଧାଙ୍କର ଝାଡାବାନ୍ତିରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମେଡିକାଲ ଟିମ୍ ଶ୍ୟାମସୁନ୍ଦରପୁର ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

Next Post

ପତ୍ରିକା କିଣିଲେ ହୃଦୟର ସହିତ ପଢିବାକୁ ମନବଳେ

Mon Jun 16 , 2025
ସାହିତ୍ୟ ପତ୍ରିକା ‘ବର୍ଣ୍ଣବିଭା’ର ଶୁଭ ଲୋକାର୍ପଣ ଉତ୍ସବ ପଟ୍ଟାମୁଣ୍ଡାଇ ୧୬/୬– କୃଷିଭିତିକ ପବିତ୍ର ରଜ ପର୍ବ ଅବସରରେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପ୍ରେକ୍ଷାଳୟ ଠାରେ ସାହିତ୍ୟ ପତ୍ରିକା ‘ବର୍ଣ୍ଣବିଭା’ର ଶୁଭ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବର୍ଣ୍ଣବିଭାର ସମ୍ପାଦିକା ସରସ୍ୱତି ବେହେରାଙ୍କ ଉପସ୍ଥିତିରେ ସଭାପତି,ସାହିତ୍ୟ ଏକାଡେମିର ପୁରସ୍କାର ପ୍ରାପ୍ତକବି ପତାମ୍ବର ତରାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୂଖ୍ୟଅତିଥି ଭାବେ ବିଶିଷ୍ଠ କବି ଗାନ୍ଧିବାଦୀ ଗବେଷକ ଶୈଳେଜ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading