ବିଶ୍ୱ ପୃଥିବୀ ଦିବସ ପାଳିତ

blank
ପଟ୍ଟାମୁଣ୍ଡାଇ,୨୪/୪ – ପଟ୍ଟାମୁଣ୍ଡାଇ ବ୍ଳକ ଅନ୍ତର୍ଗତ ନିମପୁର-ଶାସନ ନୋଡାଲ ହାଇସ୍କୁଲରେ ବିଶ୍ୱ ପୃଥିବୀ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପ୍ରଧାନଶିକ୍ଷକ ତପନ କୁମାର ରାୟଙ୍କ ପୌରହିତ୍ୟ ଓ ସହକାରୀ ଶିକ୍ଷୟତ୍ରୀ ପ୍ରଜ୍ଞା ମାହାଳିଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ସାମ୍ବାଦିକ ଜଗନ୍ନାଥ ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସମ୍ପ୍ରତି ଜଳବାୟୁ ପରିବର୍ତନରେ ପରିବେଶ ଓ ପୃଥିବୀର ସ୍ଥିତି ବିପଦପୁର୍ଣ୍ଣ ଅବସ୍ଥାରେ ଥିବାରୁ ଛାତ୍ରଛାତ୍ରୀମାନେ ସଚେତନ ହେବାକୁ ପରାମର୍ଶ ଦେଇଥିଲେ । ସ୍କୁଲର ବରିଷ୍ଠ ଶିକ୍ଷୟିତ୍ରୀ ମମତା ଷଡ଼ଙ୍ଗୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ସହକାରୀ ଶିକ୍ଷୟତ୍ରୀ ଶୁଭ ଶୁଭସ୍ମିତା ସାମଲ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷୟତ୍ରୀ ମୀନତୀ ଜେନା , ଜନ୍ମେଞୟ ସ୍ୱାଇଁ, , ହରିଶଙ୍କର ନାଥ, , ଅଜୟ ସାହୁ, ଗୀତାଞଳୀ ମିଶ୍ର, ନିବେଦିତା ଦାସ ପରିଚାଳନା କରିଥିବାବେଳେ ହରପ୍ରିୟା ସାହୁ, ପୂଜା ମଲିକ, ଜୟଶ୍ରୀ ପ୍ରଧାନ, ସ୍ମାରକୀ ପ୍ରିୟଦର୍ଶନୀ, ସରସ୍ୱତୀ ପଲାଇ, ଶୁଭଶ୍ରୀ ଶୁଭସ୍ମିତା ସାମଲ, ଚନ୍ଦ୍ରଭାନୁ ମଲ୍ଲିକ, ସ୍କୁଲ କମିଟି ସଭାପତି ବାସୁଦେବ ସେଠୀ, ଗଗନ ବିହାରୀ ଭୂୟାଁ, ବିଷୁ ଚରଣ ଧଳ ପରିଚାଳନାରେ ସହଯୋଗ କରିଥିଲେ । ଇକୋ କ୍ଳବର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା କରାଯାଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା।

Next Post

ଜିଲ୍ଲାସ୍ତରୀୟ ରାଜସ୍ୱ ଅମଲା କ୍ୟାଡର ପୁନର୍ଗଠନ ଦାବି

Fri Apr 25 , 2025
କେନ୍ଦ୍ରାପଡ଼ା,୨୫ା୪: ଓଡିଶା ରାଜସ୍ୱ ଅମଲା ସଂଘ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ରାଜସ୍ୱ ମନ୍ତ୍ରୀଙ୍କ କେନ୍ଦ୍ରାପଡା ଜିଲ୍ଲାଗ୍ରସ୍ତ ପରିପ୍ରେକ୍ଷୀରେ ଓଡିଶା ରାଜସ୍ୱ ଅମଲା ସଂଘର କେତେକ ପୂରଣ ଅପେକ୍ଷାରେ ଥିବା ନାର୍ଯ୍ୟ ଦାବି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲାସ୍ତରୀୟ ରାଜସ୍ୱ ଅମଲାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜିଲ୍ଲା ପରିଷଦ କାର୍ଯ୍ୟାଳୟ, ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟ, ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ, ବେଷାମରିକ ଯୋଗାଣ କାର୍ଯ୍ୟାଳୟ, ଜିଲ୍ଲା ନିର୍ବାଚନ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading