
କେନ୍ଦ୍ରାପଡ଼ା,୨ା୫: କେନ୍ଦ୍ରାପଡାର ଟିପିସିଓଡିଏଲ ମୁଖ୍ୟ କାର୍ଯ୍ୟାଳୟ ପରିସରରେ କେନ୍ଦ୍ରାପଡା ୟୁନାଇଟେଡ ଇଲକ୍ଟ୍ରିସିଟି ଏମ୍ପେ୍ଲାଇଜ ୟୁନିଅନ ପକ୍ଷରୁ ଶ୍ରମିକ ଦିବସ ପାଳନ କରାଯାଇଛି । ବିଦ୍ୟୁତ ଉପଭୋକ୍ତା ସଂଘର ସଭାପତି ଭୀମସେନ ପରିଡାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ଟିପିସିଓଡିଏଲର ମୁଖ୍ୟ ପରିଚାଳକ ମନୋଜ ସିଂ ଓ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଶିବ ପ୍ରସାଦ ସ୍ୱାଇଁ ଯୋଗ ଦେଇଥିଲେ । ସେହିପରି ମୁଖ୍ୟବକ୍ତା ଭାବେ ଆଇନଜୀବୀ ରମଣୀରଞ୍ଜନ ରାଉତରାୟ, ସମ୍ମାନିତ ଅତିଥି ଭାବେ ପାରାଦ୍ୱୀପ ଡିଭିଜନର ସମ୍ପାଦକ ଆଦିତ୍ୟ ପ୍ରସନ୍ନ ମହାନ୍ତି, ମାର୍ଶାଘାଇ ଡିଭିଜନର ସମ୍ପାଦକ ନିକୁଞ୍ଜ ନାୟକ, କେନ୍ଦ୍ରାପଡା ଏମଆରଟି ଡିଭିଜନର ସମ୍ପାଦକ ସୁଶାନ୍ତ କୁମାର ପତି, କ୍ଷେତ୍ରୀୟ ମୁଖ୍ୟ ମନୋରଞ୍ଜନ ତ୍ରିପାଠୀ, କେନ୍ଦ୍ରାପଡା ଅଧିକ୍ଷଣ ଯନ୍ତ୍ରୀ, ସଂଘର ସଭାପତି ରାଜୀବ ମହାନ୍ତି, ଛେଣ୍ଡିପଦା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ. ଉପେନ୍ଦ୍ର ପ୍ରଧାନ, ପୂର୍ବତନ ଅଧ୍ୟକ୍ଷ ଅଜୟ କୁମାର ସାମଲ, କେନ୍ଦ୍ରାପଡା ଏସ୍ଡିଓ ଦେବେନ୍ଦ୍ର ସାହୁ, ରାଜନଗର ଏସ୍ଡିଓ ସତ୍ୟ ପ୍ରସାଦ ସାହୁ ଯୋଗଦେଇ ଅଭିଭାଷଣ ରଖିଥିଲେ । ସଂଘର ସାଧାରଣ ସମ୍ପାଦକ ଜିତେନ୍ଦ୍ର କୁମାର ବିଶ୍ୱାଳ ସମ୍ପାଦକୀୟ ଅଭିଭାଷଣରେ କେନ୍ଦ୍ରାପଡା ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ଶତକଡା ୯୦ ଭାଗ କର୍ମଚାରୀ ସଂଘରେ ପଞ୍ଜିକୃତ ହୋଇ ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘ ସହିତ ଅନୁବନ୍ଧିତ ହୋଇଛନ୍ତି । ଏହି କର୍ମଚାରୀମାନେ ଟିପିସିଓଡିଏଲ ଓ ଏକ ନମ୍ବରରେ ଡିସ୍କମ୍ରେ ପରିଣତ କରି ସୁଦ୍ଧା ଅବହେଳିତ ହୋଇଛନ୍ତି । ଏଥିପାଇଁ ସମସ୍ତ ଠିକା କର୍ମଚାରୀଙ୍କୁ ସ୍ଥାୟୀ କରିବାକୁ ଦାବି କରିଛନ୍ତି । କାରଣ ଠିକା କର୍ମଚାରୀମାନେ ସ୍ୱଳ୍ପ ବେତନରେ ପରିବାର ପୋଷଣ କରିବାକୁ କଷ୍ଟ ହେଉଛି । ସେହିପରି ଠିକା ଶ୍ରମିକମାନଙ୍କ ଉନ୍ନତି, ଆଠଘଣ୍ଟିଆ ଡ୍ୟୁଟି, କଷ୍ଟମର୍ କେୟାର କର୍ମଚାରୀଙ୍କ ସ୍କିଲ ଦରମା, ଇଣ୍ଟରଜୋନ୍ ଟ୍ରାନ୍ସଫର୍ ପଲିସି, ଠିକା ନନ୍ ଆଇ.ଟି.ଆଇ ହେଲ୍ପରମାନଙ୍କୁ ପଦୋନ୍ନତି ଓ ଠିକା କର୍ମଚାରୀମାନଙ୍କ ପ୍ରତି ଛଟେଇ ରୋକିବା ପରି ଅନେକ ସମସ୍ୟାର ସମାଧାନ ପାଇଁ ଦାବି କରିଥିଲେ । ଏହି ଦାବି ଉପରେ ତର୍ଜମା କରି ଉଚିତ୍ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ କହିଥିଲେ । ପ୍ରଥମେ ସଂଘର ସଦସ୍ୟ ବାପିନ୍ କୁମାର ମଣ୍ଡଳ ସ୍ୱାଗତ ଓ ପରିଚୟ ପ୍ରଦାନ କରିଥିବା ବେଳେ ଏମଆରଟି ଡିଭିଜନ ସମ୍ପାଦକ ସୁଶାନ୍ତ କୁମାର ପତି ଧନ୍ୟବାଦ ପ୍ରଦାନ କରିଥିଲେ । ମୀନକେତନ ସାହୁ, କୁଳମଣି ସାହୁ, ସାଗର କୁମାର ଲାଲ୍, ପ୍ରସନ୍ନ କୁମାର ପଣ୍ଡା, ରାଜୀବ ସାହୁ, ଅଭିଜିତ୍ ନାୟକ, ଦର୍ପ ନାରାୟଣ ବେହେରା, ଶାନ୍ତନୁ ମହାରଣା, ମହେଶ୍ୱର ରାଉତ, ସୁଜିତ୍ ବୋଷ, ଅଧିକାରୀ ଆଶିଷ କୁମାର ଦାସ, ଉମେଶ ପତି, ଅଖିଳ ପୃଷ୍ଟି, ବିରେନ ମହାନ୍ତି, ରବି ନାରାୟଣ ସୂତାର, ଗୌରାଙ୍ଗ ସିଂଙ୍କ ସମେତ ସଂଘର ସମସ୍ତ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ କରିଥିଲେ ।
