ଗରାପୁର ଶ୍ରୀମହାବୀର ହନୁମାନ ଆଶ୍ରମରେ ଶ୍ରୀରାମଚରିତ ମାନସ ପାରାୟଣ

blank
କେନ୍ଦ୍ରାପଡ଼ା,୩୧ା୩: ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଶୁଭ ଜନ୍ମ ମହୋତ୍ସବ ଶ୍ରୀରାମନବମୀ ଅବସରରେ ପରମପୂଜ୍ୟ ବାବା ଶ୍ରୀଶ୍ରୀବୈକୁଣ୍ଠନାଥଙ୍କ ଦ୍ୱାରା ପ୍ରତିଷ୍ଠିତ ଗରାପୁରସ୍ଥିତ ଶ୍ରୀମହାବୀର ହନୁମାନ ଆଶ୍ରମରେ ନବଦିନ ବ୍ୟାପି ଶ୍ରୀରାମଚରିତ ମାନସ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ ଶନିବାର ଠାରୁ ଆରମ୍ଭ ହୋଇଛି। ପ୍ରତ୍ୟେକ ଦିନ ସକାଳ ଓ ଅପରାହ୍ନରେ ଶ୍ରୀରମଚରିତ ମାନସ, ତୁଳସୀ ରାମାୟଣ ପାରାୟଣ ଅନୁଷ୍ଠିତ ହେଉଥିବା ବେଳେ ସନ୍ଧ୍ୟାରେ ବିଭିନ୍ନ ସାଧୁସନ୍ଥ ଓ ବିଜ୍ଞ ପ୍ରବଚକମାନଙ୍କ ଦ୍ୱାରା ଶ୍ରୀରାମକଥା ପ୍ରବଚନ ଅନୁଷ୍ଠିତ ହେଉଅଛି। ଏହି କାର୍ଯ୍ୟକ୍ରମ ଆସନ୍ତା ଅପ୍ରେଲମାସ ୬ତାରିଖ ଶ୍ରୀରାମ ନବମୀ ପର୍ଯ୍ୟନ୍ତ ଚାଲୁ ରହିବ। ଏହି ଅବସରରେ ଆଶ୍ରମର ମୁଖ୍ୟ ତଥା ମନ୍ଦିର ପରିଚାଳନା କମିଟି ସଭାପତି ବାବାଜୀ ଚେତନାନନ୍ଦ ଦାସଙ୍କ ପୈାରହିତ୍ୟରେ ଅନୁଷ୍ଠିତ ପ୍ରବଚନ କାର୍ଯ୍ୟକ୍ରମରେ ଶନିବାର ଓ ରବିବାର ପ୍ରବଚକ ସତ୍ୟାନନ୍ଦ ଦାସ, ସୋମବାର ବାବାଜୀ ଅମୃତାନନ୍ଦ ଦାସ ରାମାୟଣ ଉପରେ ପ୍ରବଚନ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ କପାଳେଶ୍ୱର ଗ୍ରାମପଞ୍ଚାୟତ ସମେତ ଆଖପାଖ ଅଞ୍ଚଳରୁ ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁମାନେ ଯୋଗଦେଇ ପ୍ରବଚନ ଶ୍ରବଣ କରିବା ସହ ବିଭୁକୃପା ଲାଭ କରିଥିଲେ। ବାବାଜୀ ଶ୍ରଦ୍ଧାନନ୍ଦ ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Next Post

ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନର ବାର୍ଷିକ ଉତ୍ସବ

Mon Mar 31 , 2025
କେନ୍ଦ୍ରାପଡ଼ା,୩୧ା୩: ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନର ଊନବିଂଶତମ ବାର୍ଷିକ ବନ୍ଧୁମିଳନ ଓ ପ୍ରତିଭା ସମ୍ମାନ ଉତ୍ସବ ସ୍ଥାନୀୟ ଗୌରୀଶଙ୍କର ହୋଟେଲ୍‌ରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସଭାପତି ପୂର୍ଣ୍ଣାନନ୍ଦ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବକୁ ସାଧାରଣ ସମ୍ପାଦକ ନରୋତ୍ତମ ଜେନା ସଂଯୋଜନା କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ । ବରିଷ୍ଠ ସଭ୍ୟ ହେମନ୍ତ କୁମାର ଜେନା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading