କ୍ୱିଣ୍ଟାଲ ପିଛା ୮କେଜି ଧାନ କାଟିନେବା ଘଟଣା ,ଯୋଗାଣମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କଲେ ଚାଷୀ

blank
କେନ୍ଦ୍ରାପଡ଼ା,୧୮ା୩: ଧାନର ମାନ ପରୀକ୍ଷା କରାଯାଇ ଏହା ସଠିକ ଥିବା ଜଣାଯିବା ପରେ ମଧ୍ୟ ଜଣେ ଚାଷୀଙ୍କ ଧାନ କ୍ୱିଣ୍ଟାଲ ପିଛା ୮କେଜି କାଟିବା ଘଟଣାରେ ଚାଷୀ ଜଣଙ୍କ ନ୍ୟାୟ ପାଇବା ପାଇଁ ଯୋଗାଣମନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି। ଆଳି ବ୍ଲକ ଅନ୍ତର୍ଗତ ଦଶିପୁର ଗ୍ରାମର ଚାଷୀ ବିବେକାନନ୍ଦ ଦାଶ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଧାନର ମାନ ଉନ୍ନତ ଥିଲେ କଟନୀ ଛଟନୀ ହେବ ନାହିଁ ବୋଲି ସରକାରୀ ନିୟମ ରହିଛିି। କିନ୍ତୁ ତୃଣମୂଳ ସ୍ତରରେ ମଣ୍ଡି ସଂପାଦକମାନେ ସରକାରଙ୍କ ନିୟମ ମାନିବାକୁ ପ୍ରସ୍ତୁତ ନାହାଁନ୍ତି। ସେମାନେ କଟନୀ ଛଟନୀ କରିବା ପାଇଁ କଳ, ବଳ, କୌଶଳ ପ୍ରୟୋଗ କରୁଛନ୍ତି। ଯଦି ଚାଷୀ ଦେଇଥିବା ଧାନର ମାନ ଉତ୍କୃଷ୍ଟ ରହିଛି ତେବେ ଟାର୍ଗେଟ୍ ନ ଥିବା ଭୟ ଦେଖାଉଛନ୍ତି। ଫଳରେ ବହୁ କଷ୍ଟ କରି ମଣ୍ଡିକୁ ଧାନ ନେଇ ଆସିଥିବା ଚାଷୀ ଭୟ କରୁଛି। ତାପରେ ପୁଣି ନଦୀ ନାଳ ପାର ହୋଇ ମଣ୍ଡିକୁ ଆସୁଥିବା ଚାଷୀଙ୍କୁ କୁହାଯାଉଛି ଧାନ ବସ୍ତା ଫେରାଇ ନେବା ପାଇଁ। ଫଳରେ ଚାଷୀମାନେ ମଣ୍ଡି ସଂପାଦକଙ୍କ ଆଗରେ ମୁଣ୍ଡ ନୁଆଁଇ କାନ ମୁଣ୍ଡା ଆଉଁସି କ୍ୟୁଣ୍ଟାଲ ପିଛା ୮ କିଲୋ ଧାନ କଟନୀ ଛଟନୀ ଆକାରରେ ଦେବାକୁ ବାଧ୍ୟ ହୋଇଛନ୍ତି ବୋଲି ସେ କହିଛନ୍ତି। ସେ ଏଭଳି ଷଡଯନ୍ତ୍ରର ଶିକାର ହୋଇଛନ୍ତି। ବିବେକାନନ୍ଦ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ସେ ନଦୀପାର ହୋଇ ଡଙ୍ଗାରେ ଧାନ ବସ୍ତା ଲୋଡ କରି ମଣ୍ଡିକୁ ଆସିଥିଲେ। ଏଠାରେ ତାଙ୍କ ଧାନର ମାନ ପରୀକ୍ଷା ହୋଇଥିଲା। ଧାନର ମାନ ଉତ୍କୃଷ୍ଟ ରହିଥିଲା। ଏହାସତ୍ତ୍ୱେ ତାଙ୍କ ଧାନ କିଣାଗଲା ନାହିଁ। ସେ ୧୫ ଦିନ ଅପେକ୍ଷା କଲେ। ୧୫ ଦିନ ପରେ ତାଙ୍କୁ କୁହାଗଲା କ୍ୱିଣ୍ଟାଲ ପିଛା ୮ କିଲୋ କଟନୀ ଛଟନୀ ଦେଲେ ଧାନ ଗ୍ରହଣ କରାଯିବ। ଅର୍ଥାତ ୫୨କ୍ୱିଣ୍ଟାଲ ଧାନରେ ୪୧୬କିଲୋ ଧାନ କଟନୀ ଛଟନୀ ବାବଦରେ ରଖାଯିବ। ଏଥିରେ ରାଜି ହେଲେ ଧାନ ନିଅ ନ ହେଲେ ଧାନ ଫେରାଇ ନିଅ। ହେଲେ ପୁଣି ନଦୀ ପାର ହୋଇ ଡଙ୍ଗାରେ ଧାନ ଫେରାଇ ନେବା ତାଙ୍କ ପକ୍ଷରେ ସମ୍ଭବ ନ ଥିଲା। ତେଣୁ ବାଧ୍ୟ ହୋଇ କ୍ୟୁଣ୍ଟାଲ ପିଛା ୮ କିଲୋ କଟନୀ ଛଟନୀ ଦେଲେ ବୋଲି ସେ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ତାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ସେ ଯୋଗାଣମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। :

Next Post

କେନ୍ଦ୍ରାପଡାରେ ପଞ୍ଚୁଦୋଳ ମେଳଣ ଓ ହୋଲି ଉତ୍ସବ ପାଳିତ

Wed Mar 19 , 2025
କେନ୍ଦ୍ରାପଡ଼ା,୧୯ା୩: କେନ୍ଦ୍ରାପଡା ସହର ସମେତ ଆଖପାଖ ଅଞ୍ଚଳରେ ବଡ ଧୁମଧାମରେ ପଞ୍ଚୁଦୋଳ ମେଳଣ ଓ ହୋଲି ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଛାମୁ ମେଳଣରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ବିମାନରେ ସଜ୍ଜିତ ହୋଇ ବାଜାବଜାଇ, ବାଣଫୁଟାଇ ରୋଷଣିକରି ଯୋଗ ଦେଇଥିଲେ । ମଙ୍ଗଳବାର ରାତିରେ ବହୁ ଦୋଳ ବିମାନ ସହରସ୍ଥିତ ପୁରୁଣା ବସ୍‌ଷ୍ଟାଣ୍ଡରେ ଅନୁଷ୍ଠିତ ମେଲଣରେ ଏକାଠି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading