ପୁଣେରେ ବ୍ରିଜ୍ ଭୁଶୁଡ଼ିଲା ,୨ଜଣ ମୃତ୍ୟୁ

blank

ପୁଣେ,୧୫ା୬- ମହରାଷ୍ଟ୍ରର ପୁଣେରେ ପ୍ରବଳ ବର୍ଷା ଯୋଗୁ ରବିବାର ଏକ ବ୍ରିଜ୍ ଭୁଶୁଡ଼ିଥିଲା। ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩୨ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଅନ୍ୟ କେତେଜଣ ନିଖୋଜ ଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆର୍ଏଫ୍ କର୍ମଚାରୀ ଓ ପୋଲିସ ନିୟୋଜିତ ହୋଇଛନ୍ତି। ୬ ଜଣଙ୍କୁ ଉଦ୍ଧାର କରାଯାଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍ ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି। ଇନ୍ଦ୍ରାଣୀ ନଦୀ ଉପରେ ଥିବା ଏହି ଜୀର୍ଣ୍ଣଶୀର୍ଣ୍ଣ ବ୍ରିଜ୍‌ରେ ବହୁସଂଖ୍ୟାକ ଲୋକ ରୁଣ୍ଡ ହୋଇ ବଢ଼ିପାଣି ଦେଖୁଥିବା ବେଳେ ଏହା ଭୁଶୁଡ଼ି ପଡ଼ିବାରୁ କେତେଜଣ ପ୍ରଖର ସୁଅରେ ଭାସିଯାଇଥିଲେ।

Next Post

ହଇଜାକୁ ନେଇ ନବୀନଙ୍କ ଉଦବେଗ

Sun Jun 15 , 2025
ଭୁବନେଶ୍ୱର,୧୫/୬-କେବଳ ଯାଜପୁର ନୁହେଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବ୍ୟାପିବାରେ ଲାଗିଛି ହଇଜା । ଢେଙ୍କାନାଳରୁ ଭୁବନେଶ୍ୱର ପର୍ଯ୍ୟନ୍ତ ବ୍ୟାପିଛି ହଇଜା । ଏଥିରେ ଲୋକଙ୍କ ପ୍ରାଣହାନୀ ବି ଘଟିଛି। ଡାଇରିଆକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିବା ସହ ପରୋକ୍ଷରେ ରାଜ୍ୟ ସରକାରଙ୍କ ସମାଲୋଚନା କରିଛନ୍ତି। ଏହା ସହିତ ସେ ଡାଇରିଆ ପ୍ରଭାବିତଙ୍କୁ ସମବେଦନା ଜଣାଇଛନ୍ତି। ନବୀନ ରବିବାର ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ, […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading