ସରକାରଙ୍କ ନିର୍ଦ୍ଦେଶ ମାନୁ ନାହାଁନ୍ତି ସମବାୟ ସମ୍ପାଦକ , ଧାନର ମାନ ଉନ୍ନତ ପରେ ବି ହେଉଛି କଟନୀ ଛଟନୀ , ନଦୀ ପାର ଭୟରେ ମୁଣ୍ଡ ନୁଆଁଇଲେ ଚାଷୀ

blank
କେନ୍ଦ୍ରାପଡ଼ା,୧୩ା୩: ଧାନର ମାନ ଉନ୍ନତ ଥିଲେ କଟନୀ ଛଟନୀ ହେବ ନାହିଁ ବୋଲି ସରକାର ନିୟମ ରହିଛି। କିନ୍ତୁ ସରକାରୀ ନିୟମକୁ ମାନିବାକୁ ସମିତି ସାମ୍ପାଦକମାନେ ରାଜି ନୁହନ୍ତି। ସେମାନେ କଟନୀ ଛଟନୀ କରିବା ପାଇଁ କଳ, ବଳ, କୌଶଳ ପ୍ରୟୋଗ କରୁଛନ୍ତି। ଯଦି ଚାଷୀ ଦେଇଥିବା ଧାନର ମାନ ଉତ୍କୃଷ୍ଟ ରହିଛି ତେବେ ଟାର୍ଗେଟ୍ ନ ଥିବା ଭୟ ଦେଖାଉଛନ୍ତି। ଫଳରେ ବହୁ କଷ୍ଟ କରି ମଣ୍ଡିକୁ ଧାନ ନେଇ ଆସିଥିବା ଚାଷୀ ଭୟଭିତ ହୋଇପଡୁଛି। ତାପରେ ପୁଣି ନଦୀ ନାଳ ପାର ହୋଇ ମଣ୍ଡିକୁ ଆସୁଥିବା ଚାଷୀଙ୍କୁ କୁହାଯାଉଛି ଧାନ ବସ୍ତା ଫେରାଇ ନେବା ପାଇଁ। ଫଳରେ ଚାଷୀମାନେ ମଣ୍ଡି ସଂପାଦକଙ୍କ ଆଗରେ ମୁଣ୍ଡ ନୁଆଁଇ କାନ ମୁଣ୍ଡ ଆଉଁସି କ୍ୟୁଣ୍ଟାଲ ପିଛା ୮ କିଲୋ ଧାନ କଟନୀ ଛଟନୀ ଆକାରରେ ଦେବାକୁ ବାଧ୍ୟ ହେଉଛନ୍ତି। ଏହିଭଳି ଅଭିଯୋଗ ଜିଲ୍ଲାପାଳଙ୍କ ନିକଟରେ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ଦଶିପୁର ଗ୍ରାମର ଚାଷୀ ବିବେକାନନ୍ଦ ଦାଶ। ବିବେକାନନ୍ଦ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ସେ ନଦୀପାର ହୋଇ ଡଙ୍ଗାରେ ଧାନ ବସ୍ତା ଲୋଡ କରି ଦେମାଳ ଧାନମଣ୍ଡିକୁ ଆସିଥିଲେ। ଏଠାରେ ତାଙ୍କ ଧାନର ମାନ ପରୀକ୍ଷା ହୋଇଥିଲା। ଧାନର ମାନ ଉତ୍କୃଷ୍ଟ ରହିଥିଲା। ଏହାସତ୍ତ୍ୱେ ତାଙ୍କ ଧାନ କିଣାଗଲା ନାହିଁ। ସେ ୧୫ ଦିନ ଅପେକ୍ଷା କଲେ। ୧୫ ଦିନ ପରେ ତାଙ୍କୁ କୁହାଗଲା କ୍ୱିଣ୍ଟାଲ ପିଛା ୮ କିଲୋ କଟନୀ ଛଟନୀ ଦେଲେ ଧାନ ଗ୍ରହଣ କରାଯିବ। ଅର୍ଥାତ ୫୨କ୍ୱିଣ୍ଟାଲ ଧାନରେ ୪୧୬କିଲୋ ଧାନ କଟନୀ ଛଟନୀ ବାବଦରେ ରଖାଯିବ। ଏଥିରେ ରାଜି ହେଲେ ଧାନ ଦିଅ ନ ହେଲେ ଧାନ ଫେରାଇ ନିଅ। ହେଲେ ପୁଣି ନଦୀ ପାର ହୋଇ ଡଙ୍ଗାରେ ଧାନ ଫେରାଇ ନେବା ତାଙ୍କ ପକ୍ଷରେ ଆଉ ସମ୍ଭବ ନ ଥିଲା। ତେଣୁ ବାଧ୍ୟ ହୋଇ କ୍ୟୁଣ୍ଟାଲ ପିଛା ୮ କିଲୋ କଟନୀ ଛଟନୀ ଦେଲେ ବୋଲି ସେ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ତାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ସେ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି।

Next Post

କେନ୍ଦ୍ରାପଡ଼ାରେ ନାନୋ ୟୁନିକର୍ନ୍ ଯୋଜନାର ଉଦଯାପନ ସମାରୋହ

Thu Mar 13 , 2025
କେନ୍ଦ୍ରାପଡ଼ା, ୧୩ା୩: ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ଦ୍ୱାରା ନାନୋ ୟୁନିକର୍ନ୍ ଯୋଜନାର ସଫଳତା ନିମନ୍ତେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ନାନୋ ୟୁନିକର୍ନ୍ ଯୋଜନା ମାଧ୍ୟମରେ ଦକ୍ଷତା ବିକାଶ ତାଲିମ ପ୍ରଦାନ ପାଇଥିବା ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନଙ୍କୁ ଉଦ୍ୟୋଗତା ରୂପେ ଆତ୍ମ ନିର୍ଭରଶୀଳ ହେବା ନିମନ୍ତେ ଏକ ଦଶ ଦିନିଆ ତାଲିମ ପ୍ରଦାନ କାର୍ଯ୍ୟକ୍ରମ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading