
ପଟ୍ଟାମୁଣ୍ଡାଇ ତା ୧୦/୪- ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ତଥା କେନ୍ଦ୍ରାପଡ଼ା ବିଧାୟିକା ପ୍ରାର୍ଥୀ ଗୀତାଞ୍ଜଳି ସେଠୀ କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଣ୍ଢରା, ଅମୃତ ମଣୋହି, ବଲୁରିଆ ଆଦି ବିଭିନ୍ନ ପଂଚାୟତ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏଇ ଅବସରରେ ଅଣ୍ଢରା ଗୁଡ଼ିଆ ଜୋର ସେତୁ ନିର୍ମାଣ ପାଇଁ ସରକାର ଅନୁମୋଦନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ବିଜେପି ନେତ୍ରୀ ଶ୍ରୀମତୀ ସେଠୀ ପ୍ରଥମେ ଅଣ୍ଢରା ଶ୍ରୀରାମ ମନ୍ଦିର କାର୍ଯ୍ୟକ୍ରମରେ ଯୋଗ ଦେଇ ପରେ ପରେ ବଲୁରିଆ ପଂଚାୟତର ମଉନେଇ ଠାକୁରାଣୀ ପୀଠ ଠାରେ ଆୟୋଜିତ ଯଜ୍ଞ କାର୍ଯ୍ୟକ୍ରମରେ ଯୋଗ ଦେଇ ଭଗବାନଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ବିଜେପି ନେତ୍ରୀ ଶ୍ରୀମତୀ ସେଠୀଙ୍କ ସହିତ ୧୫ନଂଜୋନ ବିଜେପି ସଭାପତି ଅରୋଶିଷ ରାଉତ ପୂର୍ବତନ ସରପଞ୍ଚ ଉପେନ୍ଦ୍ର ମଲ୍ଲିକ ଯୁବ ନେତା ସୁଶାନ୍ତ ବାରିକ, ପ୍ରଶାନ୍ତ ସ୍ୱାଇଁ ,ଶ୍ରୀକାନ୍ତ ସାହୁ,ଜ୍ୟୋତି ପ୍ରକାଶ ଦାସ, ଗଗନ ମଳିକ,କୁଞ୍ଜବିହାରୀ ମଳିକ,ରାଜକିରଣ ରାଉତ,ସଂଜୀବ ରାଉତ, ବିପିନି ସାହାଣି, କୁମୁନ୍ଦ କାନ୍ତ ରାଉତ, ପ୍ରଫୁଲ୍ଲ କୁମାର ସାହାଣୀ, ବିଜୟ ପ୍ରଧାନ ବହୁ ବିଜେପି ନେତା କର୍ମକର୍ତ୍ତା ସାମିଲ ହୋଇ ଧୋୟାଞ୍ଚଳର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
