
ପଟ୍ଟାମୁଣ୍ଡାଇ ୩/୫ -ଚଳିତ ବର୍ଷ ସଦ୍ୟ ପ୍ରକାଶିତ ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳରେ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଦକ୍ଷିଣେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ର ଶୁଭମ ଜ୍ୟୋତି ରାଉତ ସର୍ବୋଚ୍ଚ ୫୭୫ ନମ୍ବର ରଖି କେନ୍ଦ୍ରାପଡା ଜିଲାର ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି । ଏଥିନେଇ ଭାଜପା ଯୁବମୋର୍ଚ୍ଚା ରାଜ୍ୟ ସଂଯୋଜକ ଅଭିଷେକ ଦାସ, ଜିଲ୍ଲା ସଭାପତି ଶୋଭନ ଆଚାର୍ଯ୍ୟ, ଜିଲ୍ଲା ସମ୍ପାଦକ ସ୍ମୃତି ରଞ୍ଜନ ମଲ୍ଲ, ଅଭିଜିତ ବଳ ପ୍ରମୁଖ ଶନିବାର ଶୁଭମଙ୍କ ବାସଭବନ ବଡପଡାରେ ପହଁଚି ତାଙ୍କୁ ସମ୍ବର୍ଦ୍ଧିତ କରି ଶୁଭେଚ୍ଛା ଜଣାଇ ତାଙ୍କର ଉଜ୍ୱଲ ଭବିଷ୍ୟତ ପାଇଁ କାମନା କରିଥିଲେ ।
