ଜିଲ୍ଲାସ୍ତରୀୟ ତାଇକୋଣ୍ଡ ଚମ୍ପିଆନସିପ୍‌ର ଷଷ୍ଠ ସଂସ୍କରଣ

blank
କେନ୍ଦ୍ରାପଡ଼ା,୫ା୫: ଡେରାବିଶ ବ୍ଲକ ଅନ୍ତର୍ଗତ ଚାଟରା ଚକଡା ଗ୍ରାମପଞ୍ଚାୟତ କଲ୍ୟାଣ ମଣ୍ଡପଠାରେ କେନ୍ଦ୍ରାପଡ଼ା ଜିଲ୍ଲା ସ୍ତରୀୟ ତାଇକୋଣ୍ଡ ଚମ୍ପିଆନସିପ୍‌ର ଷଷ୍ଠ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ତିନିଗୋଟି ଏକାଡେମୀରୁ ସର୍ବମୋଟ୍ ୭୦ ଜଣ ବାଳକ ବାଳିକା ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡେରାବିଶ ଥାନା ଅଧିକାରୀ ସରୋଜ କୁମାର ସାହୁ, ଶିଖିବିଦ୍ଧ ଜୟନ୍ତ ବଳ, ତାଇକୋଣ୍ଡ ରାଜ୍ୟ ସମ୍ପାଦକ ମନମୋହନ ଭଞ୍ଜ, ସମାଜସେବୀ ରଞ୍ଜନ ନାୟକ, ହରେକୃଷ୍ଣ ନାଥ, ଆଶିଷ କୁମାର ନାୟକ, ଏସ୍କେ ଜାଫିରୁଦ୍ଦିନ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ସ୍ତରୀୟ ତାଇକୋଣ୍ଡ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନେ ୪୫ ଗୋଟି ସ୍ୱର୍ଣ୍ଣ ପଦକ, ୨୦ ରୌପ୍ୟ ଓ ୧୫ ଗୋଟି କାଂସ୍ୟ ପଦକ ହାସଲ କରିଥିଲେ। ଏଥିରେ ନିଞ୍ଜାସ ତାଇକୋଣ୍ଡ ଏକାଡେମୀ ଚମ୍ପିୟାନ ହୋଇଥିବା ବେଳେ ସିଙ୍ଘମ ତାଇକୋଣ୍ଡ ଏକାଡେମୀ ଓ କମାଣ୍ଡୋ ତାଇକୋଣ୍ଡ ଏକାଡେମୀ ରନରର୍ସଅପ ହୋଇଥିଲା। ଏଥି ନେଇ ଜିଲ୍ଲା ତାଇକୋଣ୍ଡ ସଂଘ ସଭାପତି ନରେଶ କୁମାର ବାରିକ, ସମ୍ପାଦକ ବିବେକାନନ୍ଦ ସାମଲ, କୋଷାଧ୍ୟକ୍ଷ ଏସ୍ କେ ତଫିରୁଦ୍ଦିନ, କୋଚ୍ ମ୍ୟାନେଜର ସୁଶାନ୍ତ କୁମାର ସାହୁ, ଜିଲ୍ଲା ତାଇକୋଣ୍ଡ ସଂଘର ସମ୍ପାଦକ ବିବେକାନନ୍ଦ ସାମଲ ପ୍ରମୁଖ କୃତି ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

Next Post

ମା’ଶାରଳାଙ୍କ ମନ୍ଦିରର ଦ୍ୱିତୀୟ ବାର୍ଷିକ ଉତ୍ସବ

Mon May 5 , 2025
କେନ୍ଦ୍ରାପଡ଼ା,୫ା୫:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଗ୍ରାମପଞ୍ଚାୟତର ତରାପୁରଗ୍ରାମରେ ସିଂହବାହିନୀ ମା’ଶାରଳାଙ୍କ ମନ୍ଦିରର ଦ୍ୱିତୀୟ ବାର୍ଷିକ ଉତ୍ସବ ଓ ବିଶ୍ୱଶାନ୍ତି ଚଣ୍ଡିଯଜ୍ଞ ମା’ଶାରଳାଦେବୀ ମନ୍ଦିର ପରିଷଦ ପକ୍ଷରୁ ୪ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ବୁଧବାର ପବିତ୍ର ଅକ୍ଷୟତୃତୀୟା ଅବସରରେ ଶୁଭଅଙ୍କୁରାରୋପଣ ଓ ଶୁଭାଧିବାସ କରାଯାଇଥିଲା। ଗୁରୁବାର ପ୍ରାତଃରେ କଳସଯାତ୍ରା, ଘଟସ୍ଥାପନ, ଗୁରୁପୂଜା, ସୂର୍ଯ୍ୟପୂଜା, ଗୋପୂଜନ, ଅଗ୍ନୀସ୍ଥାପନ, ଦେବୀ ପୂଜନ ପୂର୍ବକ ଚଣ୍ଡୀପାଠ କରାଯାଇଥିଲା। ଶୁକ୍ରବାର ଗୁରୁପୂଜା, ସୂର୍ଯ୍ୟପୂଜା, ଗୋପୂଜନ, ମଣ୍ଡପପୂଜା, ଦେବୀ […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading