
ପଟ୍ଟାମୁଣ୍ଡାଇ ତା ୪/୫- ଦେଶର ଗଣତନ୍ତ୍ର ଓ ସମ୍ବିଧାନର ପାଇଁ ଲଢେଇ କରୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦାବୀକୁ ବିଚାରକୁ ନେଇ କେନ୍ଦ୍ର ବିଜେପି ସରକାର ଜାତିଗତ ଜନଗଣନା ପାଇଁ ନିଷ୍ପତ୍ତି ନେଇଥିବାରୁ କଂଗ୍ରେସ ପକ୍ଷରୁ ଦେଶ ବ୍ୟାପି ବିଜୟ ଉତ୍ସବ ପାଳନ କରାଯାଉଛି । ଏଇ ପରିପ୍ରେକ୍ଷୀରେ ଓଡିଶାର ବିଭିନ୍ନ ଜିଲ୍ଲା ଓ ବ୍ଲକରେ ବିଜୟ ଉତ୍ସବ ପାଳନ କରାଯାଇଛି । ଆଜି ସନ୍ଧ୍ୟାରେ କେନ୍ଦ୍ରାପଡ଼ା ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିଭୁ ପ୍ରସାଦ ଜେନାଙ୍କ ନେତୃତ୍ୱରେ ରାଜ୍ୟ ଯୁବ କଂଗ୍ରେସ ନେତା ଅଜୟ ପଣ୍ଡା ପଟ୍ଟାମୁଣ୍ଡାଇ ନଗର ଛାତ୍ର କଂଗ୍ରେସ ସଭାପତି ଦେବେଶ ରାଜ, ଜିଲ୍ଲା ଅନୁସୂଚିତ ମୋର୍ଚା ସଭାପତି ସର୍ବେଶ୍ୱର ସେଠୀ, ବରିଷ୍ଠ ନେତା ଶ୍ୟାମ ସୁନ୍ଦର ସ୍ୱାଇଁ, ସନତ ମଲିକ, ଲିକୁନ ମଲିକ, ପଦିନ ମଲିକ,ନନ୍ଦ ମଲିକ, ରୁଦ୍ର ମହାଳିକ, ଗୁଡ଼ୁ ଜେନା, ବାଦଲ ମଲିକ ଗଣେଶ୍ୱର ମଲିକ ପ୍ରମୁଖ ବହୁ ଛାତ୍ରକଂଗ୍ରେସ ନେତାମାନେ ରାହୁଲ ଗାନ୍ଧୀ ଜିନ୍ଦାବାଦ ଧ୍ଵନି ଦେଇ ମେଡିକାଲ ଛକ ଠାରେ ବିଜୟ ଉତ୍ସବ ପାଳନ କରିବା ସହିତ ରାହୁଲ ଗାନ୍ଧୀଙ୍କ ଫଟୋ ଚିତ୍ରରେ ଗୋଲାପ ଫୁଲ ଦେଇ ଓ କ୍ଷୀର ଢାଳି ଥିଲେ ।
