କଂଗ୍ରେସ ପକ୍ଷରୁ ଦେବେନ୍ଦ୍ର ଶର୍ମାଙ୍କ ଶ୍ରଦ୍ଧାଞ୍ଜଳି ସଭା

blank
ପଟ୍ଟାମୁଣ୍ଡାଇ ୨୫/୩ -ପଟ୍ଟାମୁଣ୍ଡାଇ କଂଗ୍ରେସ ପକ୍ଷକଂଗ୍ରେସ ପକ୍ଷରୁ ଦେବେନ୍ଦ୍ର ଶର୍ମାଙ୍କ ଶ୍ରଦ୍ଧାଞ୍ଜଳି ସଭାରୁ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ସ୍ମରଣରେ ମଙ୍ଗଳବାର ସ୍ଥାନୀୟ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଜିଲା ଓବିସି ସେଲ ସଭାପତି ମଳୟ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରାଜନଗର କଂଗ୍ରେସ ବିଧାୟକ ପାର୍ଥୀ ଅଶୋକ ପତିହାରି, ବରିଷ୍ଠ କଂଗ୍ରେସ ନେତା ରମାକାନ୍ତ ଦାଶ, ତପନ ପାତ୍ର ସୁନାମଣି ଦାଶ ସୁଚିତ୍ରା ବିଶ୍ୱାଳ ସର୍ବେଶ୍ୱର ସେଠୀ ପ୍ରଭାତ ସେଠୀ, ଗୌରହରି ବିଶ୍ୱାଳ,ରାମେଶ୍ୱର ପଣ୍ଡା, ଦିଲ୍ଲୀପ ସେଠୀ, ଦିବେଶ ମଲିକ, ନକୁଳ ଦାସ, ପାର୍ଥସାରଥୀ ଜେନା ସମେତ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଭାଷଣଦେଇ । ସ୍ୱର୍ଗତ ଶର୍ମାଙ୍କ ନିଷ୍ଠା, ନିର୍ଭିକତା ଓ ଦକ୍ଷତା ସମ୍ପର୍କରେ ଉଲ୍ଲେଖ କରି ଜିଲାର ବିକାଶ ପାଇଁ ଜୀବନବ୍ୟାପି ସଂଗ୍ରାମ ଉପରେ ଆଲୋକପାତ କରିବା ସହିତ ସେ ଜଣେ ସ୍ଥିରବୁଦ୍ଧି, ଆମତ୍ ବୁଦ୍ଧିମାନ୍ ବ୍ୟକ୍ତି ଥିଲେ। ରାଜନୀତିରେ ଜଣେ ଦକ୍ଷ ରାଜନେତା ଭାବେ ବେଶ୍ ପ୍ରଭାବଶାଳୀ ଥିଲେ। ତାଙ୍କ ବକ୍ତବ୍ୟ ପ୍ରତ୍ୟେକ ରାଜନୀତି ବ୍ୟକ୍ତିଙ୍କୁ ପ୍ରଭାବିତ କରିଥାଏ । ପରେ ସ୍ୱର୍ଗତ ଶର୍ମାଙ୍କ ଅମ୍ଲାନ ସ୍ମୃତି ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Next Post

ଗର୍ଭଧାରଣ ପୂର୍ବ ଓ ପ୍ରସବ ପୂର୍ବ ନିଦାନ ପ୍ରୟୋଗ ପ୍ରଯୁକ୍ତି ଅଧିନିୟମ ସମ୍ପର୍କରେ ଜିଲ୍ଲାସ୍ତରୀୟ କାର୍ମଶାଳା

Tue Mar 25 , 2025
କେନ୍ଦ୍ରାପଡା,୨୫/୩:- ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଆନୁକୁଲ୍ୟରେ ଆଜି ଅପରାହ୍ଣ ୪ ଘଟିକା ସମୟରେ ପୁରୁଣା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଗର୍ଭଧାରଣ ପୂର୍ବ ଓ ପ୍ରସବ ପୂର୍ବ ନିଦାନ ପ୍ରୟୋଗ ପ୍ରଯୁକ୍ତି ଅଧିନିୟମ ସମ୍ପର୍କରେ ଜିଲ୍ଲାସ୍ତରୀୟ କାର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଝିଅ ଓ ପୁଅ ମଧ୍ୟରେ ଥିବା ଭିନ୍ନତାର ମାନସିକତାକୁ ହ୍ରାସ କରି ଏକ ସମତାମୂଳକ ସମାଜ ଗଠନ ଲକ୍ଷ୍ୟ ନେଇ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading