
ପଟ୍ଟାମୁଣ୍ଡାଇ ୮/୩ -ପଟ୍ଟାମୁଣ୍ଡାଇ ପୌର ପରିଷଦ ପ୍ରେକ୍ଷାଳୟ ଠାରେ ଶନିବାର ଆନ୍ତର୍ଯ୍ୟାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପୌରପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି, ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ର, କେନ୍ଦ୍ରାପଡ଼ା ସାଂସଦ ପ୍ରତିନିଧି ନରସିଂହପୁର ସରପଂଚ ଦୀପ୍ତିମୟୀ ପରିଡା ସମ୍ମାନିତଅତିଥି ଭାବେ ଯୋଗ ଦେଇ ମହିଳାମାନେ ବିଭିନ୍ନ କ୍ଷେତ୍ରରେ ପୁରୁଷମାନଙ୍କ ସମକକ୍ଷ ହୋଇ ପାରିଛନ୍ତି ବୋଲି ମତ ପ୍ରକାଶ କରି ମହିଳାଙ୍କ ବିକାଶ ବିନା ଦେଶ ବିକାଶ ସ୍ୱପ୍ନ ଅଧୁରା ବୋଲି ମତ ପ୍ରକାଶ କରିଥିଲେ । ପୌର ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ବିଶ୍ୱାଳ ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଏହି ସଭାରେ କାଉନସିଲର ଗୋପୀବଲ୍ଲଭ ନାୟକ, ଲଷ୍ମୀପ୍ରିୟା ସାହୁ, ମଳୟ ଓଝା, ପ୍ରିୟଙ୍କା ସେଠୀ ସମ୍ରାଟ ଜେନା, ଲାସ୍ୟମୟୀ ସାହୁ, ସମ୍ରାଟ କେଶରୀ ଜେନା, ସୁଧାମୟ ମଲିକ,ସନ୍ତୋଷ ଦାସ,ମଧୁସ୍ମିତା ମଲିକ, ଝରଣା ବେହେରା, ରୀନାରାଣୀ ମଲିକ, ବନିତା ମଲିକ, ଶ୍ରୀମତୀ ମଲିକ ପ୍ରମୁଖ ବହୁ କାଉନସିଲର ଯୋଗ ଦେଇ ଭାଷଣ ଦେଇଥିଲେ । ଏଇ ଅବସରରେ ସାରସ୍ୱତ ସାଧନା ପାଇଁ ପତ୍ରପୁର ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ କବୟିତ୍ରୀ ଆରାଧନା ଦାଶ, ନାଟ୍ୟକାର ଲିଲି ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ୪ଜଣ ସ୍ୱଚ୍ଛ ସାଥୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ରାଜ୍ୟସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ସଫଳତା ହାସଲ କରିଥିବା ଷଣ୍ଢପଲ୍ଲୀ ନୋଡାଲ ଉପ୍ରା ସ୍କୁଲ ପ୍ରଧାନଶିକ୍ଷକ ସୁରେନ୍ଦ୍ର ମଲିକ ଆଂଚଲ ତ୍ରିପାଠୀ ଶୁଚିସ୍ମିତା ସାହୁ ତପସ୍ୱିନୀ ସାହୁ, ରାଜସ୍ମିତା ଓଝା ଶ୍ରୀପର୍ଣ୍ଣା ବେହେରା ଶୁଭଶ୍ରୀ ବେହେରା ଶ୍ରଦ୍ଧାଞ୍ଜଳି ବାରିକ ପ୍ରମୁଖ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରାଯାଇଥିଲା । ସଂଗୀତଜ୍ଞ ବିମଳ ପରିଡାଙ୍କ ନେତୃତ୍ୱରେ ଭାବଗ୍ରାହୀ କଳା ନିକେତନ କଳାକାରମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଶେଷରେ ପୌର ସହନିର୍ବାହୀ ଯନ୍ତ୍ରୀ ସମୀର ଠାକୁର ଧନ୍ୟବାଦ ଦେଇଥିଲେ ।
