କେନ୍ଦ୍ରାପଡ଼ା,୨୮ା୯:ତୁଳସୀ କ୍ଷେତ୍ରରେ ତ୍ରିଦିନାତ୍ମକ ଶାରଦୀୟ ଦୁର୍ଗାପୂଜା ଆରମ୍ଭ। କ୍ଷେତ୍ରର ପୀଠଦେବୀ ମା’ କନକ ଦୁର୍ଗାଙ୍କ ମହାସପ୍ତମୀ ପୂଜା ଆଜି ଆରମ୍ଭ ହୋଇଛି। କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ବିରାଜମାନ ଥିବା ପୀଠ ଦେବୀ ମା’ କନକଦୁର୍ଗାଙ୍କ ମହାସପ୍ତମୀ ପୂଜା ଆରମ୍ଭ ହୋଇଛି। ପ୍ରଥମେ ମା’ଙ୍କୁ ମହାସ୍ନାନ କରାଯାଇ ବେଶ ସୁବର୍ଣ୍ଣ ଅଳଙ୍କାରରେ ପରିଧାନ ପୂର୍ବକ ନ୍ୟାସ ଭୋଗ ଲାଗି କରାଯାଇଥିଲା। ପରମ୍ପରା ଅନୁଯାୟୀ ଆଜି କ୍ଷେତ୍ରରେ ମହାସପ୍ତମୀ […]

ପଟ୍ଟାମୁଣ୍ଡାଇ ୨୭/୯ -କେନ୍ଦ୍ରାପଡ଼ା ଜିଲା ରାଜନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନ ନଗର ପଂଚାୟତ ବନ୍ତୋ ଠାରେ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ଉଦ୍ୟମକ୍ରମେ ଏକ ଜିଲା ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ଗତ ସରକାର ସମୟରେ ନୀତିଗତ ନିଷ୍ପତି ନିଆଯାଇ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭିଡ଼ିଓ କନଫରେନ୍ସ ଯୋଗେ ଜିଲା ବିଜ୍ଞାନକେନ୍ଦ୍ରର ଶୁଭ ଦେଇଥିଲେ । ଏହା ପରେ ବିଜ୍ଞାନକେନ୍ଦ୍ର କାର୍ଯ୍ୟ ଆରମ୍ଭ କରାଯାଇଥିଲା […]

ପଟ୍ଟାମୁଣ୍ଡାଇ ୨୭/୯- କେନ୍ଦ୍ରାପଡା ଜିଲାର ଭାଇଚାରା ସହର ପଟ୍ଟାମୁଣ୍ଡାଇରେ ଉଭୟ ହିନ୍ଦୁ ଓ ମୁସଲମାନମାନେ ଶାରଦୀୟ ଦୂର୍ଗା ପୂଜା ଉତ୍ସବକୁ ମିଳିତ ଭାବେ ବିପୁଳ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଥାନ୍ତି । ମାତ୍ର ଲଘୁଚାପଜନିତ ଲଗାଣ ବର୍ଷା ସବୁ କିଛି ପାଣିରେ ପକାଇ ଦେଇଛି । ଶାରଦୀୟ ଦୂର୍ଗା ପୂଜା ଉତ୍ସବ ପାଇଁ ଘରେ ଘରେ ବନ୍ଧୁ ବାନ୍ଧବ ଓ କୁଣିଆଙ୍କ ଭିଡ଼ ଲାଗି ଥିବାବେଳେ ବର୍ଷକରେ ଥରେ […]

କେନ୍ଦ୍ରାପଡ଼ା,୨୭ା୯:କେନ୍ଦ୍ରାପଡ଼ା ବ୍ଲକ ଅଧିନ କପାଳେଶ୍ୱର ଗ୍ରାମପଞ୍ଚାୟତର ଗରାପୁର ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମ ପକ୍ଷରୁ ଶିବାନନ୍ଦଙ୍କ ଜନ୍ମ ଜୟନ୍ତୀ ଅବସରରେ ଶାମଗୁଡିଆସ୍ଥିତ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଅଯୋଦ୍ଧାନଗରସ୍ଥିତ ଦୃଷ୍ଟିବାଧିତ ବିଦ୍ୟାଳୟରେ ଫଳ ଓ ବିସ୍କୁଟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିବାନନ୍ଦ ଆଶ୍ରମର ସ୍ୱାଧିମାତା ଶ୍ରୀମା ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଚିିତ୍ସାଧିକାରୀ ପ୍ରମୋଦ କୁମାର ପ୍ରହରାଜ ଓ ହସପିଟାଲ […]

ପଟ୍ଟାମୁଣ୍ଡାଇ ୨୭.୯ – କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଅଂଚଳ ଶାରଦୀୟ ଦୁର୍ଗାପୁଜା ପାଇଁ ଉତ୍ସବ ମୁଖର ହୋଇଉଠିଛି । ମା’ଙ୍କ ଧରାବତରଣକୁ ସ୍ୱାଗତ ପାଇଁ କାଶତଣ୍ଡୀରେ ସଜେଇ ହୋଇଛି ପରିବେଶ। ମହାଳୟା ଠାରୁ ମା’ଙ୍କ ମୃଣ୍ମୟ ମୂର୍ତିରେ ଖଡି ଚଢା ହେଇ ଗତ ୨୨ତାରିଖ ଠାରୁ ପିଠରେ ନବରାତ୍ରୀ ଆରମ୍ଭ ହୋଇଯାଇଛି । ପୋଖରିଆପଡା ଗାୟତ୍ରୀ ମନ୍ଦିରରେ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ବେଶରେ ମା ଜଗତଜନନୀ ଭକ୍ତଙ୍କୁ ଦର୍ଶନ […]

ପଟ୍ଟାମୁଣ୍ଡାଇ୨୭ା୯: କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅଧିନ ବାଛରା ଗ୍ରାମ ପଞ୍ଚାୟତରେ ଶ୍ରଦ୍ଧାସୁମନ ପେପରପ୍ଲେଟ ଏବଂ ଦୋନା କ୍ଲଷ୍ଟର ଉଦଘାଟିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲାପାଳ ରଘୁରାମ ଆର. ଆୟର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି କ୍ଳଷ୍ଟରକୁ ଉଦଘାଟନ କରିଛନ୍ତି। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଓରମାସର ଡେପୁଟି ସିଇଓ ନିରଦ ଜେନା,ପଟ୍ଟାମୁଣ୍ଡାଇ ବ୍ଲକ ମିଶନଶକ୍ତି ସଂଯୋଜକ […]

କେନ୍ଦ୍ରାପଡ଼ା,୨୭ା୯:ମହମ୍ମଦଙ୍କ ବାଣୀକୁ ଅସମ୍ମାନ କରିବା ଓ ଏହାକୁ ସାମାଜିକ ଗଣମାଧ୍ୟମରେ ପ୍ରସାରିତ କରିବା ଅଭିଯୋଗରେ କେନ୍ଦ୍ରାପଡ଼ା ଟାଉନ୍ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ମହମ୍ମଦଙ୍କ ବାଣୀକୁ ନିଜ ଗୋଡ଼ ପାଖରେ ଲେଖା ଥିବା ଏକ ଫଟୋ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ଏହାକୁ ନେଇ ସଂଖ୍ୟାଲଘୁ ସଂପ୍ରଦାୟର ବ୍ୟକ୍ତିମାନେ ଥାନାରେ ଅଭିଯୋଗ କରିଥିଲେ। ସେମାନେ କହିଥିଲେ ସମଗ୍ର ଦେଶରେ ଏବେ ଆଇ ଲଭ ମହମ୍ମଦ ଟ୍ରେଣ୍ଡ […]

କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ପାଞ୍ଚ ଦିନ ଧରି ଚାଲିଥିବା ଆହୋରାତ୍ର ଗଣଧାରଣା ଜିଲ୍ଲା ପ୍ରଶାସନର ଅନୁରୋଧ କ୍ରମେ ଆଜି ପ୍ରତ୍ୟାହୃତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଦାବିପତ୍ର ଗ୍ରହଣ କରି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନ ପ୍ରତ୍ୟାହୃତ […]

କେନ୍ଦ୍ରାପଡ଼ା,୨୬ା୯:ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ମାର୍ଶାଘାଇ, ଆଳି, କେନ୍ଦ୍ରାପଡ଼ା ସଦର, ପଟ୍ଟାମୁଣ୍ଡାଇ ଟାଉନ, ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ, ନିକିରାଇ, ଡେରାବିଶ ଓ କୁଦାନଗରୀ ଥାନା ଅଧିନସ୍ତ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ପାଣିସାଉରିଆ ଗ୍ରାମର ସରୋଜିନୀ ମଳିକ(୩୨)ଙ୍କ ଠାରୁ ୧୪ ଲିଟର ବିଦେଶୀ ମଦ, ମାଟିଆ ଗ୍ରାମର ସଞ୍ଜୁଲତା ମଳିକ(୩୫)ଙ୍କ ଠାରୁ ୧୧ ଲିଟର ଦେଶୀ ମଦ, ଅଢ଼ାଜୋରି ଗ୍ରାମର ସଦାନନ୍ଦ ମଳିକ(୪୫)ଙ୍କ ଠାରୁ ୧୯ ଲିଟର ବିଦେଶୀ […]

କେନ୍ଦ୍ରାପଡ଼ା,୨୬ା୯:ଓଡ଼ିଶାର ଅଗ୍ରଣୀ ସଂଗଠନ ଭାଗବତ ଟୁଙ୍ଗି ପ୍ରଚାର ସମିତି ପକ୍ଷରୁ ଭୁବନେଶ୍ୱର ନଅ ନମ୍ବର ଲେନ୍ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ସମିତିର ସଭାପତି ବାବାଜି ସ୍ୱାଇଁ (ନଙ୍ଗୁଳି ବାବା)ଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟ ସ୍ତରୀୟ ଭକ୍ତ ସମ୍ମିଳନୀ ଆହ୍ୱାନ କରଯାଇଥିଲା। ଏହି ସଭାରେ ଓଡିଶାର କୋଣ ଅନୁକୋଣରୁ ଭକ୍ତମାନେ ଯୋଗ ଦେଇଥିଲେ। ଉକ୍ତ ସଭାରେ ନିୟମ ଅନୁଯାୟୀ ପରିଚାଳନା କମିଟି ଚୟନ କରାଗଲା ତତ୍ ପରେ ଏକ ୯ […]

Breaking News