ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ କେନ୍ଦ୍ରାପଡା ମହା ବନ୍ଧୁ ମିଳନ ଉତ୍ସବ

blank
କେନ୍ଦ୍ରାପଡ଼ା,୮ା୧: କେନ୍ଦ୍ରାପଡା ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ କେନ୍ଦ୍ରାପଡା ନବବର୍ଷ ଉପଲକ୍ଷେ ପୌରାଞ୍ଚଳ ଅନ୍ତର୍ଗତ ଖଡିଅଙ୍ଗ କାର୍ଯ୍ୟାଳୟରେ ଏକ ବନ୍ଧୁମିଳନ ଉତ୍ସବ ମଞ୍ଚର ପ୍ରତିଷ୍ଠାତା ସଭାପତି ବରିଷ୍ଠ ଆଇନଜୀବୀ ଅକ୍ଷୟ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମହା ମିଳନର ଶୁଭ ଅବସରରେ ପ୍ରତେକଟି ସଦସ୍ୟ ସଦସ୍ୟା ପରସ୍ପରକୁ ଫୁଲ ଚନ୍ଦନ ମଣ୍ଡନ କରି କରମର୍ଦ୍ଦନ ପୂର୍ବକ ବନ୍ଧୁତ୍ୱର ସୁଖ ବାଣ୍ଟିବା ସହ ନବବର୍ଷକୁ ସ୍ୱାଗତ କରିଥିଲେ । ପ୍ରାରମ୍ଭରେ ସାଧାରଣ ସଂପାଦକ ଶିକ୍ଷାବିତ୍ ନରୋତ୍ତମ ଜେନା ଉପସ୍ଥିତ ସଦସ୍ୟ ମାନଙ୍କୁ ଶୁଭେଚ୍ଛା ଅଭିନନ୍ଦନ ସହ ସ୍ୱାଗତ ଜଣାଇ ନୂତନ ବର୍ଷ ପ୍ରାରମ୍ଭରେ ଏଭଳି ଏକ ପ୍ରାରମ୍ପାରିକ ବନ୍ଧୁ ମିଳନ ତାପର୍ଯ୍ୟ ଓ ଆବଶ୍ୟତା ଉପରେ ଆଲୋକପାତ କରିବା ସହ ସାଙ୍ଗଠନିକ ଅଭିବୃଦ୍ଧି ଓ ଆଗାମୀ ବର୍ଷ ଉତ୍ସବ ପାଳନ ସଂର୍ପକରେ ସୂଚନା ପ୍ରଦାନ କରି ଏଥିରେ ପୂର୍ଣ୍ଣ ସଫଳତା କାମନା କରିଥିଲେ । ସଭାପତି ଶ୍ରୀ ମହାନ୍ତି, କାର୍ଯ୍ୟକାରୀ ସଭାପତି ସମାଜ ସେବୀ ଫକିର ଚରଣ ଖଟୁଆ, ବରିଷ୍ଠ ଉପଦେଷ୍ଟା ସୁନାମଧନ୍ୟ ଡାକ୍ତର ବିଶ୍ୱ ପ୍ରକାଶ କାନୁଗୋ, ଡାକ୍ତର ରମାନାଥ ମହାନ୍ତି, ଡ. ନିରଞ୍ଜନ ପରିଡା, ଉପସଭାପତି କ୍ରୀଡାବିତ୍ ସୟଦ ଅକମଲ ଅଲ୍ଲୀ, ଉପସଭାପତି ପ୍ରହ୍ଲାଦ ମଲ୍ଲ, ପର୍ବତନ ପୈାରଧ୍ୟକ୍ଷ ଅକବର ଅଲ୍ଲୀ, ପ୍ରାକ୍ତନ ଅଧ୍ୟକ୍ଷ ହାସ୍ୟକାର ଡ. ଉପେନ୍ଦ୍ର କୁମାର ପ୍ରଧାନ, ଉପଦେଷ୍ଟା ନିତ୍ୟାନନ୍ଦ ସୁତାର, ଅଦୈତ କୁମାର ଦାସ, ଯୁଗ୍ମ ସଂପାଦକ ଅକ୍ଷୟ କୁମାର ନାୟକ, ଅର୍ଥ ସମ୍ପାଦକ ରବିନ୍ଦ୍ର ନାଥ ବାରିକ, ଜଗମୋହନ ହେତା, ପ୍ରଧ୍ୟାପକ ଗଗନ ବିହାରୀ ସ୍ୱାଇଁ, ମନୋଜ କୁମାର ମହାନ୍ତି, ପ୍ରଭୃତି ବରିଷ୍ଠ ବ୍ୟକ୍ତି ବିଶେଷ ମାନେ ପ୍ରତି ବରିଷ୍ଟ ନାଗରିକ ବୟସର ଅବସରରେ ନିୟମିତ ଭାବେ ଧ୍ୟାନ, ଯୋଗ, ପ୍ରାଣାୟମ, ସରଳ ବ୍ୟାୟା, ପ୍ରାତଃ ଭମ୍ରଣ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରି ଶରୀରକୁ ସୁସ୍ଥ ରଖିବାକୁ ପରାମର୍ଶ ଦେବା ସହ ନିଜେ ହସି ଅନ୍ୟକୁ ସୁଖ ଶାନ୍ତିରେ ରହବାର ତତ୍ତ୍ୱ ଭିତ୍ତିକ ମାର୍ଗଦର୍ଶନ ଦେଇଥିଲେ । ଗଗନ ବିହାରୀ ମନ୍ତ୍ରୀ ଅନ୍ୟ ମାନଙ୍କ ମଧ୍ୟରେ ଅନ୍ୟ ବରିଷ୍ଠ ବନ୍ଧୁ ପରମାନନ୍ଦ ସେଠୀ, ବୈଷ୍ଣବ ଚରଣ ପ୍ରଧାନ, ବସନ୍ତ କୁମାର ଓଝା, କିଶୋର ଚନ୍ଦ୍ର ପରିଡା, ମନୋଜ କୁମାର ମହାନ୍ତି, କୃଷ୍ଣଚନ୍ଦ୍ର ସାହୁ, ହରପ୍ରସାଦ ପତି, ମିନାକ୍ଷୀ ପତି, ଧିରେନ୍ଦ୍ର କୁମାର ରଥ, ପ୍ରଦ୍ୟୁମ୍ନ କୁମାର ବେହୁରା, ରାଜେନ୍ଦ୍ର କୁମାର ସ୍ୱାଇଁ, ଗୁରୁଚରଣ ବାରିକ, ବିଜୟ କୁମାର ସ୍ୱାଇଁ, ତ୍ରୈଲୋକ୍ୟ ଚରଣ ମହାନ୍ତି, କୃଷ୍ଣ ଚରଣ ପତି, ଗୋଲଖ ଚନ୍ଦ୍ର ପରିଡା, ନରେନ୍ଦ୍ର କୁମାର ନାୟକ, ପବିତ୍ର ମୋହନ ପଟ୍ଟନାୟକ, ପ୍ରସନ୍ନ କୁମାର ବେହେରା ପ୍ରଭୃତି ଆଲୋଚନାରେ ଭାଗ ନେଇଥିଲେ । ଆସନ୍ତା ଜାନୁୟାରୀ ୨୬ ତାରିଖରେ ସାଧାରଣତନ୍ତ୍ର ଦିବସ ପାଳଣ ପାଇଁ କାର୍ଯ୍ୟାଳୟ ଠାରେ ୯ଟା୨୦ସୁଧା ପହଞ୍ଚିବା ପାଇଁ ପରାମର୍ଶ ଦିଆଗଲା । ବରିଷ୍ଠ ସଭ୍ୟ ମୁଖ୍ୟ ସଂଯୋଜକ ଶୈଳେନ୍ଦ୍ର ନାଥ ମହାନ୍ତି ଓ ବସନ୍ତ କୁମାର ଓଝା ମଞ୍ଚ ପରିଚାଳନା ସହ ସଂଯୋଜନା କରିଥିଲେ । ପ୍ରସନ୍ନ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Next Post

ବିପ୍ଲବୀ ଆନନ୍ଦ ଜେନା ସ୍ମୃତି କମିଟି ପକ୍ଷରୁ ଶ୍ରଦ୍ଧାଞ୍ଜଳି

Fri Jan 9 , 2026
କେନ୍ଦ୍ରାପଡ଼ା,୯ା୧:ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ବଡହାଟସ୍ଥିତ ବିଶିଷ୍ଟ ଶିକ୍ଷାବିତ ହୃଷିକେଶ ସିଂହଙ୍କ ଧର୍ମପତ୍ନୀ ସ୍ୱର୍ଗତା ସତ୍ୟଭାମା ସିଂହଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସ୍ମୃତି କମିଟି ସଭାପତି ବରିଷ୍ଠ ଆଇନଜୀବୀ ବିଚିତ୍ରାନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ସଞ୍ଜୟ କୁମାର ଜେନା, ବରିଷ୍ଠ ଆଇନଜୀବୀ ଗଗନବିହାରୀ ଜେନା, ନିରଞ୍ଜନ ମେକାପ, ସଂଗଠନ ସମ୍ପାଦକ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading