
ପଟ୍ଟାମୁଣ୍ଡାଇ -ତା୭.୧- କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ସର୍ବପୂରାତନ ଶିକ୍ଷାନୁଷ୍ଠାନ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ସଂସଦ କାର୍ଯ୍ୟ ନିର୍ବାହୀ କମିଟିର ଏକ ସଭା ଛାତ୍ର ସଂସଦର ସଭାପତି ଶଚିନନ୍ଦନ ଦାସଙ୍କ ସଭାପତିତ୍ବରେ ବିଦ୍ୟାଳୟ ସଭାଗୃହ ପରିସରରେ ଅନୁଷ୍ଠିତ ହୋଇ ଯାଇଅଛି । ଏହି ସଭାରେ ବରିଷ୍ଠ ଉପଦେଷ୍ଟା ପ୍ରଫେସର ଦୁର୍ଯୋଧନ ପରିଡା,ପ୍ରଫେସର କୈଳାଶ ଚନ୍ଦ୍ର ପାତ୍ର ,ପ୍ରଧାନ ଶିକ୍ଷକ ଅଶୋକ କୁମାର ରାଉତରାୟ , ସମ୍ପାଦକ ପ୍ରାକ୍ତନ ପ୍ରଧାନଶିକ୍ଷକ କଣ୍ଡୁରି ଚରଣ ସ୍ବାଇଁ, କୋଷାଧ୍ୟକ୍ଷ ଆଡଭୋକେଟ ଗୋପୀନାଥ ତ୍ରିପାଠୀ, ଉପଦେଷ୍ଟା ବିଜୟ କୁମାର ସାହୁ, ଇ° ତପନ କୁମାର ପାତ୍ର, ବ୍ରଜ କିଶୋର ପଣ୍ଡା, ସ°ଗଠନ ସମ୍ପାଦକ ରାଜେନ୍ଦ୍ର କୁମାର ଦାଶ, ରମେଶ ଚନ୍ଦ୍ର ଦେ,କବି ବ୍ରଜ ସୁନ୍ଦର ସାହୁ, ପତ୍ରକାର କୁମାରେଶ ନାୟକ, ଭୁପତି ପ୍ରସାଦ ନାୟକ, ନଟବର ସେଠୀ ଓ ସଞୟ କୁମାର ବର୍ମା ପ୍ରମୁଖ ଆଲୋଚନାରେ ଅ°ଶ ଗ୍ରହଣ କରି ଆସନ୍ତା ୧୪ତାରିଖ ଵୁଧବାର ପୂର୍ବାହ୍ନ ୧୦ ଘଟିକା ସମୟରେ ବିଦ୍ୟାଳୟ ର ୮୨ତମ ପ୍ରତିଷ୍ଠା ଉତ୍ସବ ବିଦ୍ୟାଳୟ ସଭାଗୃହ ପରିସରରେ ଅନୁଷ୍ଠିତ ହେବ । ଉକ୍ତ ଉତ୍ସବକୁ ସରସ ସୁନ୍ଦର କରିବାକୁ ସମସ୍ତ ପୁରାତନ ଛାତ୍ର ଛାତ୍ରୀ ଯୋଗଦାନ କରିବାକୁ ପୁରାତନ ଛାତ୍ର ସଂସଦ ତରଫରୁ ଅନୁରୋଧ କରାଯାଇଥିଲା । ଉକ୍ତ ବିଦ୍ୟାଳୟର ୧୯୮୩ ମସିହା ସିନିୟର ବ୍ୟାଚର ପୁରାତନ ଛାତ୍ରୀଛାତ୍ର ମାନେ ଏକ ବନ୍ଧୁ ମିଳନ ଅବସରରେ ଏକତ୍ରୀତ ହୋଇ ବିଦ୍ୟାଳୟର ବିଭିନ୍ନ ଅଭାବ ଅସୁବିଧା ବିଷୟରେ ଆଲୋଚନା କରି ଏହାର ଆଶୁ ସମାଧାନ ପାଇଁ ସରକାରୀ ସ୍ତରରେ ଉଚ୍ଚ ପଦାଧିକାରୀ ମାନଙ୍କ ସହିତ ଆଲୋଚନା କରି ପଦକ୍ଷେପ ନେବାକୁ ସ୍ଥିର କରିଥିବାରୁ ପୁରାତନ ଛାତ୍ର ସଂସଦ ତରଫରୁ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଶେଷରେ ବରିଷ୍ଠ ସଭ୍ୟ ପ୍ରମୋଦ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
