
କେନ୍ଦ୍ରାପଡ଼ା,୮ା୧:ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କନ୍ତିଆ ଗ୍ରାମର କୃଷକ ତଥା ସଂଗଠନର ସଭ୍ୟ ସ୍ୱର୍ଗତ ଭାଷ୍କର ଚନ୍ଦ୍ର ବରାଳଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧଦିବସ ଉପଲକ୍ଷେ ଏକ ସ୍ମୃତିଚାରଣ ସଭା ତାଙ୍କ କନ୍ତିଆସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଜିଲ୍ଲା ଉପଦେଷ୍ଟା ଦାଶରଥୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ସମାଜସେବୀ କେଦାର ସାମନ୍ତରାୟ, ମୁଖ୍ୟବକ୍ତା ଭାବେ ବିଜୟ କୁମାର ଦାସ, ସଂଗଠନର ଜିଲ୍ଲା ସଂଯୋଜକ ଅଙ୍କୁର ପଲେଇ, ସହସଂଯୋଜକ ଦୋଳଗୋବିନ୍ଦ ସାହୁ, ଶ୍ରୀରାମପୁର ପଞ୍ଚାୟତର ସଂଯୋଜକ ଅନ୍ତର୍ଯ୍ୟାମୀ କୁଣ୍ଡୁ, ପଟ୍ଟାମୁଣ୍ଡାଇ ସଂଯୋଜକ ଶିଶିର କୁମାର ଓଝା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ବରାଳଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରମୋଦ ରାଉତ, ଭାବଗ୍ରାହୀ ବରାଳ, ବିଷ୍ଣୁ ଚରଣ ବରାଳ, ମନୋରଞ୍ଜନ ବରାଳ, ସୁରେନ୍ଦ୍ର ବରାଳ, ପବିତ୍ର କୁଣ୍ଡୁ, କୁଳମଣୀ ଦାସ, ନକୁଳ ଚରଣ ସାହୁ, ହୃଷିକେଶ ନାୟକ, ଉମେଶ ସ୍ୱାଇଁ, ନୃସିଂହ ଚରଣ ସ୍ୱାଇଁ, ରବିନ୍ଦ୍ର ବିଶ୍ୱାଳ ପ୍ରମୁଖ ଶତାଧିକ ନବ ନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟମାନେ ଯୋଗଦେଇ ସ୍ୱର୍ଗତ ବରାଳଙ୍କ ସ୍ମୃତିଚାରଣ କରିଥିଲେ।
