ରାଜ୍ୟ ନିର୍ବାଚନ କମିଶନଙ୍କ କେନ୍ଦ୍ରାପଡା ଗସ୍ତ , ପଞ୍ଚାୟତ ନିର୍ବାଚନ ସମୀକ୍ଷା

blank
କେନ୍ଦ୍ରାପଡ଼ା,୮ା୧:ରାଜ୍ୟ ନିର୍ବାଚନ କମିଶନର ମଧୁସୁଦନ ପାଢ଼ୀ କେନ୍ଦ୍ରାପଡ଼ା ଗସ୍ତରେ ଆସି ଜିଲ୍ଲାପାଳ ଏବଂ ଅନ୍ୟ ବିଭାଗୀୟ ଅଧିକାରୀମାନଙ୍କ ସହିତ ପଞ୍ଚାୟତ ନିର୍ବାଚନ ୨୦୨୭ ଏବଂ ପୌର ପରିଷଦର ଆଗାମୀ ନିର୍ବାଚନ ଉପରେ ସମୀକ୍ଷା କରିଛନ୍ତି। ବାଲାଟ ବକ୍ସ ମହଜୁଦ ଏବଂ ତାହାର ସ୍ଥିତି, ଜିଲ୍ଲାର ଜନସଂଖ୍ୟା ପରିସଂଖ୍ୟାନ, ଅସ୍ଥାୟୀ ବୁଥ୍‌, ସମ୍ବେଦନଶୀଳ ଏବଂ ଅତି ସମ୍ବେଦନଶୀଳ ବୁଥ୍‌, ଘରକୁ ଘର ସର୍ଭେ, ପ୍ରାର୍ଥୀ ସଂରକ୍ଷିତ ତାଲିକା, ଭୋଟ ଗଣତି ମତାମତ ସମେତ ଭୋଟର ତାଲିକା, ଭୋଟର ତାଲିକାରେ ନାମ ଯୋଡିବା ଓ କାଟିବା ଇତ୍ୟାଦି ବ୍ୟତୀତ ନିର୍ବାଚନ ସଂକ୍ରାନ୍ତୀୟ ବିଭିନ୍ନ ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ। ଗୁରୁବାର ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ରଘୁରାମ ଆର. ଆୟାର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ ) ନବକ୍ରିଷ୍ଣ ଜେନା, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଜିଲ୍ଲା ପଞ୍ଚାୟତ ଅଧିକାରୀ ରମେଶ ପଣ୍ଡା, କେନ୍ଦ୍ରାପଡ଼ା ପୈାରନିର୍ବାହୀ ଅଧିକାରୀ ଅଜିତ ନାରାୟଣ ପ୍ରସାଦ ଗିରି, ପଟ୍ଟାମୁଣ୍ଡାଇ ପୈାର ନିର୍ବାହୀ ଅଧିକାରୀ ରଞ୍ଜନ କୁମାର ଦାସଙ୍କ ସମେତ ଜିଲ୍ଲାର ସମସ୍ତ ବିଡ଼ିଓ ଉପସ୍ଥିତ ଥିଲେ।

Next Post

ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ସ୍ମୃତିଚାରଣ ସଭା

Thu Jan 8 , 2026
କେନ୍ଦ୍ରାପଡ଼ା,୮ା୧:ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କନ୍ତିଆ ଗ୍ରାମର କୃଷକ ତଥା ସଂଗଠନର ସଭ୍ୟ ସ୍ୱର୍ଗତ ଭାଷ୍କର ଚନ୍ଦ୍ର ବରାଳଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧଦିବସ ଉପଲକ୍ଷେ ଏକ ସ୍ମୃତିଚାରଣ ସଭା ତାଙ୍କ କନ୍ତିଆସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଜିଲ୍ଲା ଉପଦେଷ୍ଟା ଦାଶରଥୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ସମାଜସେବୀ କେଦାର ସାମନ୍ତରାୟ, ମୁଖ୍ୟବକ୍ତା ଭାବେ ବିଜୟ କୁମାର ଦାସ, ସଂଗଠନର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading