ଏକାଗ୍ରତା ଓ କର୍ତ୍ତବ୍ୟନିଷ୍ଠା ହିଁ ସଫଳତାର ଚାବିକାଠି

ପୁସ୍ତକମେଳାର ଦ୍ୱିତୀୟ ସନ୍ଧ୍ୟା

blank
କେନ୍ଦ୍ରାପଡ଼ା, ୭/୧: କେନ୍ଦ୍ରାପଡା ଇଭେଣ୍ଟ ମ୍ୟାନେଜର୍ସ (କେମ) ଦ୍ୱାରା ଆୟୋଜିତ କେନ୍ଦ୍ରାପଡା ସହରସ୍ଥ ଟେଲିକମ୍ ପଡିଆରେ ଦ୍ୱାବିଂଶତମ ରାଜ୍ୟସ୍ତରୀୟ ପୁସ୍ତକମେଳାର ଦ୍ୱିତୀୟ ସନ୍ଧ୍ୟାରେ ଯୁବ କଳା ଓ ସାଂସ୍କୃତିକ ମହୋତ୍ସବ “ଯୁବ ସ୍ପନ୍ଦନ-୧” ଅନୁଷ୍ଠିତ ହୋଇଯାଇଛି । ଆଜିର ମିଟ ଦ ଟ୍ୟାଲେଣ୍ଟେ କାର୍ଯ୍ୟକ୍ରମରେ ସଫଳ ଯୁବ ପ୍ରତିଭା ମାନେ ଯୋଗଦେଇ କହିଥିଲେ ଯେ ଏକାଗ୍ରତା ଓ କର୍ତ୍ତବ୍ୟନିଷ୍ଠା ହିଁ ସଫଳତାର ଚାବିକାଠି । ଜିଲ୍ଲାର ଯୁବପିଢିଙ୍କ ମଧ୍ୟରେ ଅନ୍ତନର୍ହିତ କଳା, ସଂସ୍କୃତି ଓ ବୌଦ୍ଧିକତାର ଅନ୍ୱେଷଣ ନିମନ୍ତେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅମ୍ରିନ ସାହାଦତଙ୍କ ସଂଯୋଜନାରେ ଅନ୍ତର୍ଜାତୀୟ ପାରା କ୍ରୀଡ଼ାବିତ ମୋନାଲି ସ୍ୱାଇଁ, ଓଡିଶା ପ୍ରଶାସନିକ ସେବା ଅଧିକାରୀ ବର୍ଷା ସେନାପତି ଓ ମଧୁସ୍ମିତା ଦାସ, ଅନ୍ତର୍ଜାତୀୟ ଚିତ୍ରଶିଳ୍ପୀ ସୌମ୍ୟରଞ୍ଜନ ପଟ୍ଟନାୟକ, ଟେକନୋକ୍ରାଟ ତଥା ପରିବେଶବିତ ଡ. ସାଗର ପ୍ରଧାନ, ଡ଼ ଆଶିଷ ଶତପଥି ପ୍ରମୁଖ ଯୋଗଦେଇ ନିଜକୁ ଅସହାୟ ମନେନକରି ସାହସର ସହିତ ପରିଶ୍ରମ କଲେ ସଫଳତା ପାଇବ ବୋଲି କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମକୁ ରାଜେନ୍ଦ୍ର ମହାପାତ୍ର, ପାର୍ଥ ସାରଥୀ ରାଉତରାୟ, ସନ୍ଦୀପ ସାହୁ, ମଞ୍ଜୁଶ୍ରୀ ଦାସ ପରିଚାଳନା କରିଥିଲେ । ଅପରାହ୍ନରେ ଏନରିଚ୍ ପବ୍ଲିକ ସ୍କୁଲ ପକ୍ଷରୁ ସାଂସ୍କୃତିକ ବିଚିତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ସେହିପରି ରାଜେନ୍ଦ୍ର ମହାପାତ୍ର ପରିଚାଳନାରେ ଏକ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତାରେ ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ । ଦ୍ୱିତୀୟ ଦିନ ପୁସ୍ତକମେଳାରେ ବହୁ ପାଠକ ବହି କିଣିବାପାଇଁ ଆଗ୍ରହ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମକ୍ରମରେ କେମ୍ ସଭାପତି ଅକ୍ଷୟ ପାଣି, ସମ୍ପାଦକ ଏମ୍‌.ଡି ଜାହିଦ୍ ଖାଁ, ଭବାନି ଓଝା, ପ୍ରତାପ ସ୍ୱାଇଁ, ବଂଶିଧର ମହାନ୍ତି, ସରୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Next Post

ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ସଙ୍ଗୀନ , ପରିସ୍ଥିତି ନସୁଧୁରିଲେ ଏସପି କାର୍ଯ୍ୟାଳୟ ଘେରିବ ବିଜେଡି

Wed Jan 7 , 2026
କେନ୍ଦ୍ରାପଡ଼ା,୭ା୧:କେନ୍ଦ୍ରାପଡ଼ା ଜିଲ୍ଲାରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସଙ୍ଗୀନ ଅବସ୍ଥାକୁ ଚାଲି ଯାଇଛି। ପରିସ୍ଥିତି ନ ସୁଧୁରିଲେ ଆସନ୍ତା ୧୬ ତାରିଖରେ ଏସ୍‌ପିଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ବିଜେଡି ଧମକ ଦେଇଛି। ଏ ନେଇ ବିଜେଡିର ଏକ ପ୍ରତିନିଧି ଦଳ ଏସ୍‌ପି ଓ ଜିଲ୍ଲାପାଳଙ୍କୁ ଭେଟି ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି। ସେହିପରି ରାଜନଗର ବ୍ଲକରେ ମହିଳା ବିଡିଙ୍କୁ ଆକ୍ରମଣ କରାଯିବା ଘଟଣାରେ ପୋଲିସର ନିଷ୍କ୍ରିୟତା ନେଇ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading