ବେଆଇନ ଗୋବରୀ ନଦୀ ଜବରଦଖଲ ଓ ନଦୀ କିସମ ପରିବର୍ତନକୁ ନେଇ ଜିଲାପାଳଙ୍କୁ ଦାବୀ

ପଟ୍ଟାମୁଣ୍ଡାଇ ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

blank
କେନ୍ଦ୍ରାପଡ଼ା, ୬/୪ -ପଟ୍ଟାମୁଣ୍ଡାଇ ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛିି। ଏହି ଅଭିଯୋଗ ଗୁଡିକର ତ୍ୱରିତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଜିଲାପାଳ ରଘୁରାମ ଆର. ଆୟାର ଅଧ୍ୟକ୍ଷତା କରିଥିବା ବେଳେ ଶିବିରରେ ମୋଟ ୯୮ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ସେଥି ମଧ୍ୟରୁ ୮୭ଟି ବ୍ୟକ୍ତିଗତ ଓ ୧୧ଟି ସାମୁହିକ ଅଭିଯୋଗ ପଞ୍ଜିକୃତ ହୋଇଥିଲା । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ଜଣଙ୍କୁ ୩୦ ହଜାରଟଙ୍କା ଆର୍ôଥକ ସହାୟତା ପ୍ରଦାନ କରାଯାଇଛି । ୧୬ ଟି ଅଭିଯୋଗ ତୁରନ୍ତ ସମାଧାନ ହୋଇଥିଲା । ପରେ ଜିଲାପାଳ ପୂର୍ବରୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ପଞ୍ଜିକୃତ ହୋଇଥିବା ଅଭିଯୋଗ ଗୁଡିକର ସମୀକ୍ଷା କରିଥିଲେ । ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ ପାଇଁ ଜିଲାପାଳ ଆର ଆୟାର ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏହି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲାପାଳ, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆଙ୍କ ସହ ପୌରଅଧ୍ୟକ୍ଷ ହେମନ୍ତ ସାହୁ, ଅତିରିକ୍ତ ଜିଲାପାଳ ନବକୃଷ୍ଣ ଜେନା, ଉପଜିଲ୍ଲାପାଳ ଅରୁଣ ନାୟକ, ପଟ୍ଟାମୁଣ୍ଡାଇ ବିଡ଼ିଓ ଶିତଳ ଅଗରଓାଲ, ତହସିଲଦାର ପଂଚାନନ ନାୟକ ପ୍ରମୁଖ ଯୋଗ ଦେଇଥିବା ବେଳେ ଜିଲାସ୍ତରୀୟ ବ୍ଲକ ସ୍ତରୀୟ କ୍ଷେତ୍ରୀୟ ଅଧିକାର ମାନେ ଉପସ୍ଥିତ ଥିଲେ ।

ବେଆଇନ ଗୋବରୀ ନଦୀ ଜବରଦଖଲ ଓ ନଦୀ କିସମ ପରିବର୍ତନକୁ ନେଇ ଜିଲାପାଳଙ୍କୁ ଅଭିଯୋଗ

blank

ପଟ୍ଟାମୁଣ୍ଡାଇ ତହସିଲ ଅଂଚଳରେ ଦିନକୁ ଦିନ ସରକାରୀ ଜମି ଜବରଦଖଲ ଘଟଣା ବଢ଼ିଚାଲିଛି। ବାଜାର ସଂଲଗ୍ନ ପୁରୁଣା ଗୋବରୀ ନଦୀ ପୋତି ହୋଇପଡ଼ିଥିବା ନଦୀ କିସମ ଜମିକୁ ଯିଏ ଯେଉଁଠି ପାଉଛି ଜବରଦଖଲ କରୁଛି। ବିଲ୍ଡର ଓ ଜମି ଦଲାଲମାନେ ମଧ୍ୟ ସରକାରୀ ଜମିକୁ ଅକ୍ତିଆର କରି ନିଜର ବ୍ୟବସାୟ ଚଳାଇଚଲିଛନ୍ତି । ଜଳାଶୟ କିସମ ଓ ଗୋଚର ଜମିରୁ କେତେକ ମାଫିଆ ବେଆଇନ ଭାବେ ପ୍ଲଟକରି ବିକ୍ରି କରୁଥିବା ଅଭିଯୋଗ ହୋଇଛି। ରାସ୍ତା ପାର୍ଶ୍ୱରେ ଜଳ ନିଷ୍କାସନ ପାଇଁ ଥିବା ସଫେଇନାଳ ଓ ନୟନଯୋରୀକୁ ଅନେକ ସ୍ଥାନରେ ପୋତାଯାଇ ସ୍ଥାୟୀ ବ୍ୟବସାୟ ପ୍ରତିଷ୍ଠାନ(ପକ୍କାଘର) ନିର୍ମାଣ କରାଯାଇଥିବା ଯୋଗୁଁଁ ଜଳ ନିଷ୍କାସନ ବାଧାପ୍ରାପ୍ତ ହେଉଥିବା ନେଇ ପୂର୍ବତନ ନଗର ଭାଜପା ସଭାପତି ଶଶିକାନ୍ତ ସ୍ୱାଇଁଙ୍‌କ ସମେତ ଭାଜପା କର୍ମକର୍ତା ଜିଲାପାଳଙ୍କୁ ଅଭିଯୋଗ କରି ସମସ୍ୟାର ସମାଧାନ ପାଇଁ ନିବେଦନ କରିଛନ୍ତି ।

ଇ-ଟଏଲେଟ୍ ସ୍ଥାପନ ଦିନରୁ ବନ୍ଦ , କାର୍ଯ୍ୟକ୍ଷମ ପାଇଁ ଦାବୀ

blank

ପଟ୍ଟାମୁଣ୍ଡାଇ ସହରରେ ସ୍ୱଚ୍ଛତା ପାଇଁ ୨୦୨୦ରେ ୧ କୋଟି ୫୧ ଲକ୍ଷ ୨୦ ହଜାର ଟଙ୍କା ମଞ୍ଜୁର କରାଯାଇ ସହରର ବିଭିନ୍ନ ସ୍ଥାନରେ ଅତ୍ୟାଧୁନିକ ଇ-ଟଏଲେଟ୍ ସ୍ଥାପନ କରାଯାଇଛି । ଯାହା ନିର୍ମାଣ ଦିନରୁ ବନ୍ଦ ଥିବା ବେଳେ ରକ୍ଷଣାବେକ୍ଷଣା ଅଭାବରୁ ଖରାପ ଅବସ୍ଥା ଏବଂ ବନ୍ଦ ପଡିବା ଯୋଗୁଁ ଲୋକେ ଏହାର ସଠିକ୍ ଲାଭ ଉଠାଇ ପାରୁନାହାଁନ୍ତି ଯାହାକୁ ତୁରନ୍ତ କାର୍ଯ୍ୟକ୍ଷମ କରାଇବାକୁ ଭାଜପା ପକ୍ଷରୁ ଦାବୀ ହୋଇଛି ।

blank
ରାସ୍ତାକଡ଼ର ପରିବା ଓ ମାଛ ହାଟ ସ୍ଥାନାନ୍ତର ପାଇଁ ଦାବୀ

ପଟ୍ଟାମୁଣ୍ଡାଇ ସହରର ପୁରୁଣା ବାଇପାସ ତଥା ଆମ୍ବେଡକର ଛକ ନିକଟରୁ ମହାବୀର ବଜାର ରାସ୍ତାକଡ଼ର ପରିବା ଓ ମାଛ ହାଟ ସ୍ଥାନୀୟ ଅଂଚଳରେ ଉତ୍କଟ ଟ୍ରାଫିକ ସମସ୍ୟା ସୃଷ୍ଟି କରିବା ସହ ଦୁର୍ଗନ୍ଧ ବଢ଼ାଉଛି । ଅଧିକାଂଶ ସମୟରେ ଅସ୍ଥାୟୀ ବ୍ୟବସାୟୀମାନେ ନିର୍ଦ୍ଧାରିତ ମାର୍କେଟ ପରିବର୍ତେ ରାସ୍ତା ଉପରେ ମାଛ, ଶୁଖୁଆ ଓ ପରିବା ବିକ୍ରି କରୁଛନ୍ତି । ଯାହା ଫଳରେ ବହୁବାର ଦୁର୍ଘଟଣା ଘଟିବା ସହ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏନେଇ ସ୍ୱାଇଁ ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି ।

blank
ଲୋ ଭୋଲଟେଜ ଏବଂ ଅଘୋଷିତ ବିଦ୍ୟୁତ କାଟ ସମସ୍ୟା

ପଟ୍ଟାମୁଣ୍ଡାଇ ପୌରାଂଚଳରେ ବିଦ୍ୟୁତ ଲୋ ଭୋଲଟେଜ ଏବଂ ଅଘୋଷିତ ବିଦ୍ୟୁତ କାଟ ସମସ୍ୟା ନେଇ ବିପିନ ପାତ୍ର ସମେତ ଗ୍ରାମବାସୀ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବିଶେଷକରି ପୌରାଂଚଳରେ ଏହି ସମସ୍ୟା ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଏନେଇ ଜିଲାପାଳ ବିଦ୍ୟୁତ ବିଭାଗ ଅଧିକାରୀ ସୃତିରଞ୍ଜନ ରଥଙ୍କୁ ତୁରନ୍ତ ସମସ୍ୟାର ସମାଧାନ ପାଇଁ ଏବଂ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପାନୀୟ ଜଳ ସମସ୍ୟା ଉତ୍କଟ

blank

ନରସିଂହପୁର ପଂଚାୟତରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରୁଛି। ସରକାର ‘ଜଳ ଜୀବନ ମିଶନ’ ଓ ‘ବସୁଧା’ ଯୋଜନାରେ ଟ୍ୟାପ୍ ପାଣି ଯୋଗାଇବାକୁ ପ୍ରୟାସ କରୁଥିଲେ ମଧ୍ୟ ନରସଂହପୁର ଗ୍ରାମରେ ସମସ୍ୟା ଦେଖା ଦେଇଛି । ଏହାର ସମାଧାନ ପାଇଁ ମଥୁରାନନ୍ଦ ଦାଶ ଜିଲାପାଳଙ୍କ ଦୂଷ୍ଠି ଆକର୍ଷଣ କରିଛନ୍ତି ।ସେହିପରି ସରକାରୀ ଅର୍ଥ ଆତ୍ମସାତ ନେଇ ସଂହଗାଁର କାଙ୍ଗାଳି ସେଠୀ ଅଭିଯୋଗ କରିଥିବା ବେଳେ କଟାରମହଲର ଗ୍ରାମ୍ୟାରସ୍ତା, ଖଣତା ଗ୍ରାମର ପୁର୍ତ ବିଭାଗ ରାସ୍ତା ଆଉ ଘର ଓ ମଦନପୁର ସଂଜୁକ୍ତା ପ୍ରଧାନଙ୍କ ସମେତ ଅନ୍ୟମାନେ ମଧ୍ୟାହ୍ନ ଭୋଜନ ସମସ୍ୟାକୁ ନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।ସେହିପରି ବଳଭଦ୍ର ପୁର ସରପଞ୍ଚ ପ୍ରିୟବ୍ରତ ଓଝା ଜିଲ୍ଲା ପାଳଙ୍କ ନିର୍ଦେଶ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସ୍ଥାନ ନିରୂପଣ ସତ୍ୱେ ବଳଭଦ୍ରପୁର ପଂଚାୟତରେ ଏ ଏନ ଏମ ସେଣ୍ଟର ଖୋଲା ଯାଇନାହିଁ । ଯାହାଫଳରେ ପଂଚାୟତ ବାସୀ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବନ୍ୟାରେ କ୍ଷତିଗସ୍ତ ଜଳସମ୍ପଦ ବିଭାଗ ପୋଲ ନିର୍ମାଣ ଓ ଏଲ ପି ଜି ଗ୍ୟାସ କଳା ବଜାରୀ ରୋକିବା, ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ରାସନକାର୍ଡ ଓ ଭତ୍ତା ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ । ସିଂହଗାଁ ସମିତି ସଭ୍ୟ ଅଭୟ ସ୍ୱାଇଁ ଅଣ୍ଢରା ପଂଚାୟତର ୧୩ନଂ ଓ ୧୪ନଂ ୱାର୍ଡରେ ଦୀର୍ଘ ୨୦ବର୍ଷ ପଂଚାୟତ ଫଣ୍ଡରୁ କୌଣସି ଅନୁଦାନ ଖର୍ଚ୍ଚ କରାନଯିବାରୁ ୱାର୍ଡର ବିକାଶ ବାଧାପ୍ରାପ୍ତ ହୋଇଥିବା ଅଭିଯୋଗ କରି ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ । ବଡ଼ ମୂଳବସନ୍ତ ସରପଞ୍ଚ ସନ୍ତୋଷ ସେଠୀ, ଯୁବନେତା ସଂଗ୍ରାମ ସ୍ୱାଇଁ ଦୁର୍ଘଟଣା ରୋକିବା ପାଇଁ କଟକ ଚାନ୍ଦବାଲି ରାସ୍ତାର ମୂଳବସନ୍ତ ପଦ୍ମନାଭ ସେବା ସଂସ୍ଥା ବାଳିକା ଉଚ୍ଚ ବିଦ୍ୟାଳୟଛକ,ମୂଳବସନ୍ତ ଛକ ଓ ପୋହଳ ନିତାଇ ଚୈତନ୍ୟ ସରକାରୀ ଉଚ୍ଚ ବିଦ୍ୟାଳୟ ଛକ ରେ ହମ୍ପସ ନିର୍ମାଣ କରିବାକୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ । ବିଲିକଣା ସରପଞ୍ଚ ଲଷ୍ମୀପ୍ରିୟା ଷଢଙ୍ଗୀ ପଟ୍ଟାମୁଣ୍ଡାଇ ବ୍ଲକର ଭିନ୍ନକ୍ଷମମାନଙ୍କୁ ଅନ୍ତୋଦୟ ଯୋଜନାରେ ସାମିଲ କରିବା ସହିତ ୩୫୦୦ ଟଙ୍କା ଭତ୍ତା ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ । ଦିହୁଡିପୁର ସରପଞ୍ଚ ନରେଶ ମଲିକ ଦିହୁଡିପୁର ସାଆନ୍ତ ପୁର କଲଭର୍ଟ ଅର୍ଦ୍ଧ ନିର୍ମିତ ଅବସ୍ଥା ରେ ଥିବାରୁ ପୁନଃନିର୍ମାଣ, ସାହୁ ପଡା ଷ୍ଟ୍ରକଚର ଠାରୁ ବଡ଼ମୋହନ ପୁର ପଂଚାୟତ ଦେଇ ଯାଇଥିବା ୧୧ କେଭି ପୁରୁଣା ତାର ଏବଂ ଖୁଣ୍ଟ କୁ ପରିବର୍ତନ କରି ନୂତନ ବିକଳ୍ପ ସ୍ଥାୟୀ ବ୍ୟବସ୍ଥା କରିବା ସହିତ ସୁଜନପୁର ଆର ଡି ରୋଡ଼ ତାରିଣୀ ଛକ ଠାରୁ ପଥରପଲ୍ଲୀ କଲଭର୍ଟ ପର୍ଯ୍ୟନ୍ତ ବିଲସାହିକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ସାମିଲ କରିବା, ଦିହୁଡିପୁର ସ୍ୱପ୍ନେଶ୍ୱର ମନ୍ଦିର ଠାରୁ ସାତକୁଡ଼ିଆ ପର୍ଯ୍ୟନ୍ତ କଛା ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ସାମିଲ କରିବାକୁ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ ।

 

ଦୁଇ ନାବାଳିକାଙ୍କୁ ଉଦ୍ଧାର କରି ନିଜେ ମୃତ୍ୟୁ ମୁଖରେ ପଡିବା ଘଟଣାରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ

blank
ପଟ୍ଟାମୁଣ୍ଡାଇ ଗ୍ରାମାଚଳ ଥାନା ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମରେ ୬୨ ବର୍ଷ ବୟସର ପୀତବାସ ପରିଡା ଗତ ମାସ ୧୪ରେ ନିକଟରେ ବହି ଯାଇଥିବା ବ୍ରାହ୍ମଣୀ ନଦୀରେ ବୁଡି ଯାଉଥିବା ଦୁଇ ନାବାଳିକାଙ୍କୁ ଉଦ୍ଧାର କରି ନିଜେ ଗଭୀର ଜଳରେ ବୁଡି ଯାଇଥିଲେ । ଯାହକୁ ନେଇ ଜିଲାପାଳ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୦ ହଜାରେ ଅର୍ଥ ମୃତ ପିତବାସ ସ୍ତ୍ରୀ ତିଳୋତମାଙ୍କୁ ପ୍ରଦାନ କରାଯୀବା ସହିତ ଶ୍ରୀରାମପୁର ଗ୍ରାମରେ ରତ୍ନାକର ସେଠୀ ଘରପୋଦି ବାବଦରେ ରେଡକ୍ରସ ପାଣ୍ଠିରୁ ୨୦ହଜାର ପ୍ରଦାନ କରାଯାଇଛି । ଏହା ଶ୍ରୀରାମପୁର ପଂଚାୟତର ପୂର୍ବତନ ସରପଂଚ ବିରଂଚି ନାରାୟଣଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଛି ।

Next Post

କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ବିଶାଳ ରକ୍ତଦାନ ଶିବିର , ୭୩ୟୁନିଟ ରକ୍ତ ସଂଗୃହିତ

Tue Apr 7 , 2026
କେନ୍ଦ୍ରାପଡ଼ା,୭ା୪:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ରେଡକ୍ରସ ୟୁନିଟ ପକ୍ଷରୁ ଏକ ବିଶାଳ ରକ୍ତଦାନ ଶିବିର କଲେଜ ଗାନ୍ଧୀ ଭବନ ପରିସରରେ ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟ ଯୁବରେଡକ୍ରସର ପରାମର୍ଶଦାତା ତଥା ଜିଲ୍ଲା ରେଡକ୍ରସ ସମ୍ପାଦକ ଅଧ୍ୟାପକ ବିକାଶ କୁମାର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସ୍ୱେଛାକୃତ ରକ୍ତଦାନ ଶିବିରକୁ ଜିଲ୍ଲାପାଳ ରଘୁରାମ ଆର. ଆୟର ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରି କହିଲେ ରକ୍ତଦାନ ହେଉଛି ମହତଦାନ। ଜଣେ ରକ୍ତଦାନ କଲେ ଦୁଇଟି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading